।। କଂଗ୍ରେସ ଦଳର ରାୟଗଡ଼ା ଜିଲ୍ଲାରେ ବିଜୟୀ ପରେ ନେତା ଙ୍କ ଘରେ ଚଳ ଚଞ୍ଚଳ ଓ ବିଜୟର ଉତ୍ସାହ ।।

ରାୟଗଡ଼ା ନ୍ୟିୟୁଜ୍: ରାୟଗଡ଼ା ଜିଲ୍ଲାରେ ଚଳିତ ବର୍ଷ ସମସ୍ତ ବିଧାନସଭା ସିଟ୍ ଓ କୋରାପୁଟ ଲୋକ ସଭା ସିଟ୍ କଂଗ୍ରେସ ଦଳ ତରଫରୁ ବିଜୟୀ ହୋଇଥିବା ବେଳେ ,ସମର୍ଥ କ ମାନଙ୍କ ମଧ୍ୟରେ ନେତା ଙ୍କ ଘରେ ବିଜୟୀ ର ପର୍ବ ପାଳନ ଓ ନେତା ଙ୍କ ଘରେ ଚଳ ଚଞ୍ଚଳ। କଂଗ୍ରେସ ଦଳ ତରଫରୁ ଜୟପୁର ବିଧାନସଭା ପ୍ରାର୍ଥୀ ତାରାପ୍ରସାଦ ବାହିନୀପତି ଙ୍କ ବିଜୟୀ ହୋଇଥିବା ବେଳେ ସମର୍ଥ କ ମାନଙ୍କ ମଧ୍ୟରେ ଏକ ଆନନ୍ଦ ମୟ ଉତ୍ସାହ ଦେଖିବାକୁ ମିଳିଥିଲା । ସେହି ଭଳି ଗୁଣପୁର ନିର୍ବାଚନ ମଣ୍ଡଳୀର ବିଧାନସଭା ପ୍ରାର୍ଥୀ କଂଗ୍ରେସ ଦଳର ସତ୍ୟଜିତ ଗମାଙ୍ଗ, ବିଜୟୀ ଲାଭ କରିଥିବା ବେଳେ । ବିଷମକଟକ ନିର୍ବାଚନ ମଣ୍ଡଳୀର ବିଧାନସଭା ପ୍ରାର୍ଥୀ ନୀଳମାଧବ ହିକୋକା, ବିଜୟୀ ଲାଭ କରିଛନ୍ତି। ସେହିପରି ରାୟଗଡ଼ା ନିର୍ବାଚନ ମଣ୍ଡଳୀର ବିଧାନସଭା ପ୍ରାର୍ଥୀ ଆପାଲ ସ୍ଵାମୀ କାର୍ଡ଼ାକା, ବିଜୟୀ ଲାଭ କରିଛନ୍ତି,। ତାହା ସହିତ କୋରାପୁଟ ଲୋକ ସଭା ସାଂସଦ ପ୍ରାର୍ଥୀ ଶପ୍ତଗିରୀ ଉଲ୍ଲାକା ବହୁସଂଖ୍ୟାରେ ଭୋଟ ପାଇ ବିଜୟୀ ଲାଭ କରିଥିବା ବେଳେ ରାୟଗଡ଼ା ଜିଲ୍ଲା ର ଓ ପ୍ରତ୍ୟେକ ବ୍ଲକରେ ଏବେ ନେତା କୁଜୀନେତା ଓ ସମର୍ଥକ ମାନେ ବିଜୟୀ ହୋଇଥିବା ବିଧାୟକ ମାନଙ୍କୁ ନେଇ ମଧୁ ହୋସ ହେବା ସହ ମିଷ୍ଟାନ୍ନ ବଣ୍ଟନ କରି ଆନନ୍ଦିତ ଉତ୍ସାହିତ ହୋଇ ଖୁସିରେ ନାଚି ଉଠୁଛନ୍ତି । ଏବେ ପ୍ରତ୍ୟେକଦିନ ଜିଣିଥିବା ବିଧାୟକ ଓ ଲୋକ ସଭା ସାଂସଦ ମାନଙ୍କୁ ନେଇ ନିଜ ନିଜର ଘରମାନଙ୍କରେ ଲୋକ ମାନଙ୍କର ଯିବା ଆସିବା କରି କିଏ ତ ମୋବାଇଲ ଫୋନରେ ସେଲ୍ ଫି ନେଉଥିବା ଓ ଆଉକିଏତୋ ଫୁଲ ମାଳ ପୁଷ୍ପଗୁଛ ମାଲ୍ୟାର୍ପଣ କରି ସ୍ବାଗତ ସମ୍ବର୍ଦ୍ଧନା ଦେବା ନିମନ୍ତେ ଭିଡ଼ ଜମି ବାରେ ଲାଗିଛି। ରାୟଗଡ଼ା ଜିଲ୍ଲା କଂଗ୍ରେସ ଦଳ ତରଫରୁ ଏହି ବିଜୟୀ କୁ ନେଇ କଂଗ୍ରେସ ପୁଣିଥରେ ଗଢ଼ କୁ ମଜ୍ ଭୁତ ଭାବରେ ଫେରିପାଇଛି । କଂଗ୍ରେସ ବିଜୟ ଲାଭ କରିଛି। ବୋଲି ସମର୍ଥକ ମାନଙ୍କ ମନରେ ଏକ ଆନନ୍ଦ ର ସୂଅ ଉଠିଛି।। ରାୟଗଡ଼ା ଜିଲ୍ଲାରେ ଏବେ ସବୁ ବିଧାୟକ ଓ ନେତା କୁଜୀ ନେତା ଏକାଠି ହୋଇ ଆଗାମୀ ଦିନରେ କେମିତି ଲୋକଙ୍କ ଅସୁବିଧା ସୁବିଧା ଠିକ୍ ରୁପେ କାମ ହେଇ ପାରିବ ସେନେଇ ଏବେ ଠାରୁ କଲ୍ପନା ଜଲ୍ପନା ଆରମ୍ଭ ହୋଇଯାଇଛି।
ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା
What's Your Reaction?






