ଉଷାବାଲିରେ ଆସ୍ଥା ଓ ଉତ୍ସବର ସଙ୍ଗମ, ମନ୍ଦିର ବିକାଶକୁ ପ୍ରମୋଦ ସାହୁଙ୍କ ଗୁରୁତ୍ୱ. ମା’ ବନ୍ୟଦେବୀଙ୍କ ଆରାଧନାରେ ଉଷାବାଲି ଉତ୍ସବମୁଖର, ସାଂସ୍କୃତିକ ମଞ୍ଚରେ ଜମିଲା ଆସର

Oct 22, 2026 - 06:35
 0  4
ଉଷାବାଲିରେ ଆସ୍ଥା ଓ ଉତ୍ସବର ସଙ୍ଗମ, ମନ୍ଦିର ବିକାଶକୁ ପ୍ରମୋଦ ସାହୁଙ୍କ ଗୁରୁତ୍ୱ. ମା’ ବନ୍ୟଦେବୀଙ୍କ ଆରାଧନାରେ ଉଷାବାଲି ଉତ୍ସବମୁଖର, ସାଂସ୍କୃତିକ ମଞ୍ଚରେ ଜମିଲା ଆସର

ତୁମୁଡ଼ିବନ୍ଧ, ବ୍ୟୁରୋ: ଚାରିଆଡ଼େ ଭକ୍ତିର ପରିବେଶ, ମା’ଙ୍କ ଆରାଧନାରେ ମଗ୍ନ ଶ୍ରଦ୍ଧାଳୁ। ଅନ୍ୟପଟେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ମନୋରମ ପରିବେଶ। ଏଭଳି ଭକ୍ତି ଓ ଉତ୍ସବର ମାହୋଲରେ ଚଳଚଞ୍ଚଳ ହୋଇଉଠିଛି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକର ଉଷାବାଲି ଛକ। ଉଷାବାଲି ଛକରେ ମା’ ବନ୍ୟଦେବୀଙ୍କ ପୂଜାର୍ଚ୍ଚନା ନଅ ଦିନ ଧରି ଚାଲିଥିବା ବେଳେ ଏହି ଅବସରରେ ସ୍ଥାନୀୟ ଉଷାବାଲି କମିଟି ପକ୍ଷରୁ ଆୟୋଜିତ ହୋଇଛି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ। କଳା, ସଂସ୍କୃତି ଓ ମନୋରଞ୍ଜନର ଏହି ଆସରରେ ଦର୍ଶକଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ତୁମୁଡ଼ିବନ୍ଧ ଅଞ୍ଚଳର ସୁଖଦୁଃଖର ସାଥୀ ପ୍ରମୋଦ କୁମାର ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ମାଧ୍ୟମରେ ଉତ୍ସବର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ ଅଞ୍ଚଳର ବିକାଶ ସହ ମା’ଙ୍କ ମନ୍ଦିରର ଉନ୍ନତି ପାଇଁ ଆବଶ୍ୟକ ସହଯୋଗ ଯୋଗାଇଦେବାକୁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ। ଧାର୍ମିକ ଉତ୍ସବ କେବଳ ପୂଜାପାଠରେ ସୀମିତ ନରହି ସାମାଜିକ ଏକତା ଓ ଭାଇଚାରାକୁ ସୁଦୃଢ଼ କରିବାର ଏକ ମାଧ୍ୟମ ପାଲଟିଛି। ଉଷାବାଲିରେ ଆୟୋଜିତ ଏହି ଉତ୍ସବ ମଧ୍ୟ ଅଞ୍ଚଳବାସୀଙ୍କ ମଧ୍ୟରେ ଏକତା ଓ ସାଂସ୍କୃତିକ ପରମ୍ପରା ପ୍ରତି ଆଗ୍ରହର ନିଦର୍ଶନ ପାଲଟିଛି। ଏହି କାର୍ଯ୍ୟକ୍ରମରେ ଉଷାବାଲି ଯୁବକ ସଂଘର ସଦସ୍ୟମାନଙ୍କ ସମେତ ବହୁ ଅଞ୍ଚଳବାସୀ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ