ଉପଜିଲ୍ଲାପାଳଙ୍କ ବଦଳି ଆଦେଶ ବାତିଲ ଦାବି: ସମୁହ ପ୍ରତିବାଦ, ଦୀପ ଜାଳିଲେ ସେବାୟତ,ଭକ୍ତି ପୁଷ୍ପାର୍ଘ୍ଯ ପ୍ରଦାନ, ସୋସିଆଲ ମିଡିଆରେ ବୁଦ୍ଧିଜୀବୀଙ୍କ ତୀବ୍ର ପ୍ରତିକ୍ରିୟା,
ବାରିପଦା,.....(ଗୌର ଦାସଗିରି) ୨୭/୦୩/୨୬ :,...ବାରିପଦା ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ଡ଼ଃ ଦୟାସିନ୍ଧୁ ପରିଡ଼ାଙ୍କ ଅଚାନକ ବଦଳି ଆଦେଶକୁ ନେଇ ବାରିପଦାରେ ସର୍ବସ୍ତରରେ ଅସନ୍ତୋଷ ପ୍ରକାଶ ପାଇଛି। ସେବାୟତ, ବୁଦ୍ଧିଜୀବୀ, ସମାଜସେବୀ, ସ୍ୱେଚ୍ଛାସେବୀ ସଂଗଠନ, ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ବଦଳି ଆଦେଶ ବାତିଲ ଦାବି ଜୋର ଧରିଛି। ଦ୍ୱିତୀୟ ଶ୍ରୀକ୍ଷେତ୍ର ବଡ଼ ଜଗନ୍ନାଥ ମନ୍ଦିରରେ ସେବାୟତମାନେ ଦୀପ ଜାଳି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ଏହି ବଦଳିକୁ ପୁନର୍ବିଚାର କରିବାକୁ ସରକାରଙ୍କୁ ଆହ୍ୱାନ କରିଛନ୍ତି।ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ପକ୍ଷରୁ ୨୫ ମାର୍ଚ୍ଚ ୨୦୨୬ ତାରିଖରେ ପତ୍ର ସଂଖ୍ୟା ୯୭୯୪ ଜାରି କରାଯାଇ କରଞ୍ଜିଆ ଉପଜିଲ୍ଲାପାଳଙ୍କୁ ବାରିପଦାର ନୂତନ ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି। ଏହାଫଳରେ ଡ଼ଃ ଦୟାସିନ୍ଧୁ ପରିଡ଼ାଙ୍କୁ ରିଲିଭ୍ କରାଯିବ। ଏହି ଅଚାନକ ବଦଳିକୁ ନେଇ ସମସ୍ତ ମହଳରେ ଅସନ୍ତୋଷ ବୃଦ୍ଧି ପାଇଛି।ଡ଼ଃ ପରିଡ଼ା ଦେବୋତ୍ତର ବିଭାଗରେ ଦାୟିତ୍ୱ ଗ୍ରହଣ କରିବା ପରେ ମଠ ଓ ମନ୍ଦିର ପରିଚାଳନାରେ ଅନେକ ସୁଧାର ଆଣିଥିବା ସହ ପ୍ରଶାସନକୁ ଶୃଙ୍ଖଳିତ କରିଥିଲେ। ଗତବର୍ଷ ଚୈତ୍ର ପର୍ବ ଓ ରଥଯାତ୍ରାକୁ ସୁନିୟୋଜିତ ଭାବେ ପରିଚାଳନା କରିବାରେ ତାଙ୍କ ଭୂମିକା ସାଧାରଣ ଲୋକଙ୍କ ମନରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଚଳିତ ବର୍ଷ ରଥଯାତ୍ରାକୁ ଆହୁରି ସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ତାଙ୍କ ବଦଳିକୁ ନେଇ ଲୋକମାନେ ଚିନ୍ତା ପ୍ରକାଶ କରିଛନ୍ତି। ନିୟମ ଅନୁଯାୟୀ ଜଣେ ଅଧିକାରୀ ସର୍ବନିମ୍ନ ୩ ବର୍ଷ ଏକ ସ୍ଥାନରେ କାର୍ଯ୍ୟ କରିବାକୁ ଥିବା ସତ୍ତ୍ୱେ ମାତ୍ର ୧ ବର୍ଷ ୨ ମାସରେ ବଦଳି କରାଯିବାକୁ ଅନୁଚିତ ବୋଲି ବିଭିନ୍ନ ମହଳରୁ ମତ ପ୍ରକାଶ ପାଇଛି। ଅପର ପକ୍ଷରେ ଏଇ ଜିଲ୍ଲା ମୁଖ୍ୟାଳୟରେ ଅନେକ ପୁରୁଣା ମୂଷା ଅର୍ଥାତ୍ ଦୂର୍ନୀତି ଗୋରୁଙ୍କ ବଦଳି ବାରମ୍ବାର କ୍ଯାନସେଲ କରି ସମାନ ଜାଗାରେ ପ୍ରମସନ ସହ ଦୀର୍ଘଦିନ ଧରି ରଖାଯାଇଛି ଯାହାର ଅନେକ ନଜିର ରହିଛି। ଦେବୋତ୍ତର ବିଭାଗ ପାଇଁ ଏତେ ବର୍ଷପରେ ମହାପ୍ରଭୁଙ୍କ କୃପାରୁ ଠିକ୍ ପ୍ରଶାସନ ମିଳିଛନ୍ତି ବୋଲି ଲୋକେ ଚର୍ଚ୍ଚା କରିବା ସହିତ ତାଙ୍କୁ ନେଇ ଖୁସି ମଧ୍ୟ ଅଛନ୍ତି।ଏପଟେ ଆଉ ମାତ୍ର ୩ ମାସ ପରେ ରଥଯାତ୍ରା ହେବାକୁ ଥିବା ବେଳେ ଏଭଳି ବଦଳି ହେଲେ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ପରିଚାଳନାରେ ବାଧା, ବିଶୃଙ୍ଖଳା ସୃଷ୍ଟି ହେବାର ବହୁ ଆଶଙ୍କା ବ୍ୟକ୍ତ କରାଛନ୍ତି ବୁଦ୍ଧିଜୀବୀ ମହଲରେ।ଏହି ବଦଳିକୁ ନେଇ ଗତକାଲି ୨୬/୦୩/ଠାରୁ ସାମାଜିକ ଗଣମାଧ୍ୟମ ଫେସବୁକ୍ ଓ ହ୍ୱାଟସଆପରେ ବ୍ୟାପକ ପ୍ରତିକ୍ରିୟା ଦେଖାଦେଇଛି। ବଦଳି ବାତିଲ ପାଇଁ ଅନେକ ପୋଷ୍ଟ, ମତାମତ ଓ ଅଭିଯାନ ଚାଲିଥିବା ଦେଖାଯାଇଛି। ଅନେକ ବୁଦ୍ଧିଜୀବୀ ଓ ସପକ୍ଷବାଦୀ ମହଲରେ ଡ଼ଃ ପରିଡ଼ାଙ୍କୁ ବଦଳି ନକରିବାକୁ ଦାବି କରିଛନ୍ତି।ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ମଧ୍ୟ ଏହି ବଦଳିକୁ ବିରୋଧ କରାଯାଇଛି। ଯଦି ରାଜ୍ୟ ସରକାର ବଦଳି ଆଦେଶ ପ୍ରତ୍ୟାହାର ନ କରନ୍ତି, ତେବେ ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି କେତେକ ସଂଗଠନ ଚେତାବନୀ ଦେଇଛନ୍ତି। ଉଠୁଛି ପଡୁଛି ବାରିପଦା ସହରର ଚାଖଟିରୁ ହାଟ ବଜାର।ସାଇ ସେବାଦଳ,ଭଞ୍ଜଭୂମି ମାତୃ ମଣ୍ଡଳୀ ର ସଦସ୍ୟା ମାନେ ଆଜି ଉପବାସ ପୂର୍ବକ ପୁଷ୍ପାର୍ଘ୍ଯ ଶ୍ରୀରାମ ନବମୀ ଅବସରରେ ପ୍ରଦାନ ପୂର୍ବକ ବଦଳି ବାତିଲ ପାଇଁ ମାନସିକ କରିଥିବା ଦେଖିବାକୁ ମିଳିଛି।ଡ଼ଃ ଦୟାସିନ୍ଧୁ ପରିଡ଼ା ଜଣେ ଜନଦରଦୀ ଓ ଲୋକବତ୍ସଳ ପ୍ରଶାସକ ଭାବେ ପରିଚିତ। ବାରିପଦାର କୁନି କୁନି ସ୍କୁଲ ପିଲା, ଛାତ୍ରଛାତ୍ରୀ, ସମାଜସେବୀ, ସେବାୟତ ଓ ସାଧାରଣ ଜନତାଙ୍କ ମନରେ ସେ ବିଶେଷ ସମ୍ମାନ ଅଧିକାର କରିଛନ୍ତି। ତାଙ୍କ କାର୍ଯ୍ୟାଳୟ ସାଧାରଣ ଲୋକଙ୍କ ପାଇଁ ସବୁବେଳେ ଖୋଲା ରହୁଥିବା ବେଳେ କୌଣସି କଟକଣା ବିନା ଲୋକେ ନିଜ ଅସୁବିଧା ନେଇ ତାଙ୍କୁ ଭେଟିଥାନ୍ତି। ଅଭିଯୋଗ ତାଙ୍କ ବିଭାଗ ସମ୍ପର୍କିତ ନ ଥିଲେ ମଧ୍ୟ ସେ ସମ୍ପର୍କିତ କାର୍ଯ୍ୟାଳୟକୁ ଫୋନ୍ କରି ସମସ୍ୟାର ଶୀଘ୍ର ସମାଧାନ ପାଇଁ ପଦକ୍ଷେପ ନେଉଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ସେ ଲୋକପ୍ରିୟତା ଅର୍ଜନ କରିଛନ୍ତି।ଏଭଳି ଜଣେ ଦକ୍ଷ ଓ ଜନଦରଦୀ ପ୍ରଶାସକଙ୍କ ବଦଳିକୁ ବାରିପଦା ବାସୀ ସହଜରେ ଗ୍ରହଣ କରିପାରୁ ନଥିବାବେଳେ ଛକ ବଜାର, ଚାହା ଖଟି, ସାମାଜିକ ଗଣମାଧ୍ୟମ ଓ ବିଭିନ୍ନ ସ୍ଥାନରେ ବିରୋଧ ଜୋର ଧରିଛି।ଏହି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଏହାର ନକଲ ମୟୂରଭଞ୍ଜ ସାଂସଦ, ଆଇନ ମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ଏବଂ ଆଗାମୀ ଦିନରେ ଆହୁରି ଅନେକ ସଂଘ ସଂଗଠନ ଆନ୍ଦୋଳନ କରିବେ ବୋଲି ଚର୍ଚ୍ଚା ହେଉଛି।ବଦଳି ଆଦେଶ ପ୍ରତ୍ୟାହାର କରି ଡ଼ଃ ଦୟାସିନ୍ଧୁ ପରିଡ଼ାଙ୍କୁ ପୂର୍ବବତ ଦାୟିତ୍ୱରେ ରଖିବାକୁ ବାରିପଦାର ସର୍ବ ଜନସ୍ତରରେ,ଦଳମତ, ଜାତି ଧର୍ମ ନିର୍ବିଶେଷରେ ଲୋକ ଦାବି କରିଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0