।। ଆବାସ ଯୋଜନାରୁ ବଞ୍ଚିତ ଘନ ଗୌଡ଼ ।।

Aug 19, 2023 - 20:59
 0  17
।। ଆବାସ ଯୋଜନାରୁ ବଞ୍ଚିତ ଘନ ଗୌଡ଼ ।।

ଥୁଆମୂଳ ରାମପୁର ବ୍ଲକ ଗୁଣୁପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ କିରିକିଚ୍ଛା ଗ୍ରାମର ଘନ ଗୌଡ଼ ନାମକ ଜଣେ ଷାଠିଏ ବର୍ଷୀୟ ବୃଦ୍ଧ ସରକାରଙ୍କ ପକ୍ଷରୁ ଆଜି ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କାଘର ଘର ଖଣ୍ଡେ ମିଳିପାରିନାହିଁ l ମାଟି କୁଡ଼ିଆରେ ପାଞ୍ଚ ସଦସ୍ୟ ରହିଆସୁଛନ୍ତି l

ଘର ଖଣ୍ଡେ ପାଇବା ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଗୁହାରି କରି ଆସୁ ଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି l ଠିକ ସେହିଭଳି ଏହି ମାଟି କୁଡ଼ିଆରେ ବର୍ଷା ଦିନେ ରହିବା କଷ୍ଟକର ହୋଇ ପଡିଛି l ବର୍ଷା ପାଣି ଝରୁ ଥିବା ଯୋଗୁ ପାଣି ଘର ଭିତରେ ଜମା ହ ଉଛି l

ଯାହା ଫଳରେ ପରିବାର ଲୋକେ ଏଠାରେ ବସବାସ କରି ପାରୁନାହାନ୍ତି l ଏଥିନିମନ୍ତେ ଗୁଣୁପୁର ଆର. ଆଇ. ଙ୍କୁ ପଲିଥିନ ଖଣ୍ଡିଏ ମାଗି ଘରେ ଢାଙ୍କିବା ପାଇଁ ଗୁହାରି କରିଥିଲେ ମଧ୍ୟ ଆର. ଆଇ. ବାବୁ ଜଣକ କଥା କୁ ଗ୍ରହଣ କରୁ ନ ଥିବା ଅଭିଯୋଗ କରିଛନ୍ତି ଘନ ଗୌଡ଼ l ଏହି ନିରୀହ ବୃଦ୍ଧ ଜଣକ ଧାର ଉଧାର ମାଗି ପଲିଥିନ ଖଣ୍ଡେ କିଣି ଆଣି ବର୍ଷା ଦାଉ ରୁ ରକ୍ଷା ପାଇବା ନିମନ୍ତେ ଘରେ ଢାଙ୍କି ଥିବା ଚିତ୍ର ଦେଖିବାକୁ ମିଳିଛି l ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହେଉଛି l

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ