।। ଆକାଂକ୍ଷା ଜିଲ୍ଲା ନୋଡାଲ ଅଧିକାରୀଙ୍କ ସମୀକ୍ଷା ଏବଂ କ୍ଷେତ୍ର ପରିଦର୍ଶନ ।।

Sep 26, 2024 - 19:53
 0  316
।। ଆକାଂକ୍ଷା ଜିଲ୍ଲା ନୋଡାଲ ଅଧିକାରୀଙ୍କ ସମୀକ୍ଷା ଏବଂ କ୍ଷେତ୍ର ପରିଦର୍ଶନ ।।

କୋରାପୁଟ ଆକାଂକ୍ଷା ଜିଲ୍ଲା ନୋଡାଲ ଅଧିକାରୀ ତଥା ଶ୍ରମ ଓ କର୍ମନିୟୋଜନ ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ ପ୍ରମୁଖ ଶାସନ ସଚିବ ଆଜି କୋରାପୁଟ ଠାରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ସମୀକ୍ଷା କରିଛନ୍ତି। ୧୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଜୟପୁର ଠାରେ ନିର୍ମାଣଧିନ ସଦର ମହକୁମା ହସପିଟାଲକୁ ନୂତନ ବର୍ଷରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମେଗା ପାନୀୟ ଜଳ ପ୍ରକଳ୍ପ ଗୁଡ଼ିକୁ ସମୟସୀମା ମଧ୍ୟରେ ଶେଷ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଫ୍ଲାଗସିପ କାର୍ଯ୍ୟକ୍ରମ ଯଥା ସୁଭଦ୍ରା, ପିଏମ କିଷାନ, ସିଏମ କିଷାନ, ପୋଷଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମନରେଗା, ପେନସନ ପ୍ରଭୃତି ଉପରେ ସମୀକ୍ଷା କରିଥିଲେ।କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ଉପସ୍ଥିତ ରହିଥିବା ବେଳେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦେବାଶିଷ ପଟ୍ଟନାୟକ,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସୁଶାନ୍ତ କୁମାର ଦାସ, କୋରାପୁଟ ବନଖଣ୍ଡ ଅଧିକାରୀ କେ ଭି ଭାସ୍କର ରାଓ, ଯୋଜନା ଓ ପର୍ଯ୍ୟବେକ୍ଷଣ ସହକାରୀ ନିର୍ଦ୍ଦେଶକ ଅଳକା ଜେନା ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପ ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।ସମୀକ୍ଷା ବୈଠକ ପରେ ନୋଡାଲ ଅଧିକାରୀ କ୍ଷେତ୍ର ପରିଦର୍ଶନ କରିଥିଲେ। କୋରାପୁଟ ଠାରେ ନିର୍ମାଣଧିନ ୬୫୦ ଶଯ୍ୟା ବିଶିଷ୍ଟ ଅଧ୍ୟାପନା ହସପିଟାଲ ପରିଦର୍ଶନ କରିଥିଲେ।ଜୟପୁର ଠାରେ ନିର୍ମାଣଧିନ ହସପିଟାଲ ଓ ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରିଥିଲେ। ବିଜ୍ଞାନ କେନ୍ଦ୍ର ପରିଦର୍ଶନ ବେଳେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ବିଜ୍ଞାନ ବିଷୟରେ ବିଭିନ୍ନ ପ୍ରଶ୍ନ କରିଥିଲେ ପରେ ବିଜ୍ଞାନ କେନ୍ଦ୍ର ପରିସରରେ ବୃକ୍ଷ ରୋପଣ କରିଥିଲେ ଏବଂ ତାଙ୍କ ସହ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ମଧ୍ୟ ବୃକ୍ଷ ରୋପଣ କରିଛନ୍ତି। ପରବର୍ତ୍ତୀ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ପହଂଚି ନିର୍ମାଣଧିନ ଚିକିତ୍ସାଳୟ ର କାର୍ଯ୍ୟ ଗୁଡ଼ିକୁ ସମୀକ୍ଷା କରିଥିଲେ। ଆଜି ନୋଡାଲ ଅଧିକାରୀଙ୍କ ପରିଦର୍ଶନ ସମୟରେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କ ସହ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦେବାଶିଷ ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପ୍ରଶାନ୍ତ କୁମାର ମହାନ୍ତି,ଜିଲ୍ଲା ମୂଖ୍ୟ ଚିକିତ୍ସା ଏବଂ ଜନ ସ୍ବାସ୍ଥ୍ୟ ଅଧିକାରୀ ସୁଶାନ୍ତ କୁମାର ଦାସଙ୍କ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। Byte CDMO ସୁଶାନ୍ତ କୁମାର ଦାସ।

କୋରାପୁଟ ରୁ ରୂପ ଖରା ଙ୍କ ରିପୋର୍ଟ First news ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ