ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

Apr 30, 2024 - 20:09
 0  17
ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଅଦ୍ୟ ତା ୩୦:୦୪:୨୦୨୪ ରିଖ ମଙ୍ଗଳବାର ଦିନ ଟାନୱଟ କ୍ଳଷ୍ଟର ଅଧିନସ୍ଥ ଜୁନାପଡାର ଶିକ୍ଷକ ଶ୍ରୀ ସାଲିକରାମ ମାଝୀଙ୍କୁ କ୍ଳଷ୍ଟର ସ୍ତରୀୟ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଉକ୍ତ ସମ୍ବର୍ଦ୍ଧନା ସଭାଟି ସିଆର୍ସିସି ଶ୍ରୀ ହିରାଲାଲ ପଟେଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି । ଶ୍ରୀ ସନ୍ତୋଷ ସାହୁ ଶ୍ରୀ ମନୋରଞ୍ଜନ ଶତପଥୀ, ସୁବ୍ରତା ଦାସ, ଦିନେଶ କୁମାର ପଟେଲ, ବିଶେଶ୍ୱର ପାଣିଗ୍ରାହୀ, ସଦାନନ୍ଦ କାରେ, ଲକ୍ଷ୍ମୀ ଚନ୍ଦ ମାଝୀ, ଚମ୍ପାବତୀ ଶବର, ଗୀତାଞ୍ଜଳୀ ମାଝୀ, ପୁଷ୍ପାଞ୍ଜଳି ଶବର, କିଶନ ନାଏକ, ମାଧବ ମାଝୀ, ଅଶୋକ ପଟେଲ, ହରେନ୍ଦ୍ର ବାଗ, ସୁତିଖ୍ନ ଯୋଶୀ, ରଵି ନାଏକ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ଅନ୍ୟାନ୍ୟ ସଦସ୍ୟ ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଯାଇଛି । କାର୍ଯ୍ୟକ୍ରମରେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ ଶିକ୍ଷୟିତ୍ରୀ ମନୋରଞ୍ଜନ ଶତପଥୀ, ବିଦାୟୀ ଶିକ୍ଷକଙ୍କ ସୁଗୁଣ ବର୍ଣ୍ଣନା କରିଥିଲେ ଶିକ୍ଷକ ଶ୍ରୀଯୁକ୍ତ ମାଧବ ମାଝୀ , ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ଶ୍ରୀଯୁକ୍ତ ଦିନେଶ ପଟେଲ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ଶ୍ରୀଯୁକ୍ତ ଅଶୋକ ପଟେଲ । ଉକ୍ତ ସମ୍ବର୍ଦ୍ଧନା ସଭାରେ ଗ୍ରାମବାସୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ