।। ୭୬୨ କିଲୋଗ୍ରାମ ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର ନନ୍ଦପୁର (ଖିଲପୁଟ) ।।

Mar 28, 2023 - 21:42
 0  54
।। ୭୬୨ କିଲୋଗ୍ରାମ ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର ନନ୍ଦପୁର (ଖିଲପୁଟ) ।।

କୋରାପୁଟ: କୋରାପୁଟ ଜିଲ୍ଲା ଖିଲପୁଟ ଗାଁରୁ ୭୬୨ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏନେଇ ନନ୍ଦପୁର ଏସଡିପିଓ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ଆନ୍ଧ୍ର ପ୍ରଦେଶକୁ ଚାଲାଣ ପାଇଁ ମାଛକୁଣ୍ଡ ଥାନା ଖିଲାପୁଟ ମହାଦା ଗାଁର ଖଗପତି ଖିଲ୍ଲା ନିଜ ଘରେ ୭୬୨ କିଲୋଗ୍ରାମ ଗଞ୍ଜେଇ ଗଚ୍ଛିତ କରି ରଖିଥିଲେ। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୁଲିସ ଖଗପତି ଖିଲ୍ଲାଙ୍କ ଘରେ ଚଢ଼ଉ କରିଥିଲା। ହେଲେ ଘର ମାଲିକ ଖଗପତି ଖିଲ୍ଲା ଫେରାର ହୋଇଯାଇଥିଲେ। ମାତ୍ର ତାଙ୍କ ଘରୁ ୭୬୨ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୫ ଲକ୍ଷ ଟଙ୍କା ବୋଲି ଜଣାଯାଇଛି। ଡି ବତ୍ରିଆ ଏହି ମାମଲାର ତଦନ୍ତ କରୁଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ