।। ୫୦ ଥର ରକ୍ତଦାନ କରି ଜୀବନ ବଞ୍ଚାଇଲେ ଯୁବ ସାମ୍ବାଦିକ, ବିଭିନ୍ନ ମହଲରେ ପ୍ରସଂଶା ।।

May 30, 2023 - 20:51
 0  11
।। ୫୦ ଥର ରକ୍ତଦାନ କରି ଜୀବନ ବଞ୍ଚାଇଲେ  ଯୁବ ସାମ୍ବାଦିକ, ବିଭିନ୍ନ ମହଲରେ ପ୍ରସଂଶା ।।

ନୂଆପଡ଼ା ଜିଲ୍ଲା ସିନାପାଲି ରକ୍ତଦାନ ଏକ ମହତ ଦାନ। ରକ୍ତଦାନ ହେଉଛି ଜୀବନ ଦାନ। ଏମିତି ଅନେକ ଲୋକ ଅଛନ୍ତି ,ଅନ୍ୟକୁ ରକ୍ତଦାନ କରି ଜୀବନ ବଞ୍ଚାଇବାରେ ସବୁବେଳେ ଚେଷ୍ଟିତ। ସବୁବେଳେ ଅନ୍ୟର ବିପଦରେ ଠିଆ ହୋଇ ରକ୍ତଦାନ କରି ଜୀବନ ବଞ୍ଚାଇବାକୁ ନିସ୍ୱାର୍ଥରେ ଆଗେଇ ଆସନ୍ତି। ଏଭଳି ଜଣେ ଯୁବକ ଜଗନ୍ନାଥ ସାଗର। ପେସାରେ ଜଣେ ସାମ୍ବାଦିକ। ନୂଆପଡା ଜିଲ୍ଲା ସିନାପାଲି ସହର ନିଵାସୀ ଅଟନ୍ତି। କଲେଜ ପଢା ସମୟରୁ ସେ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଈବାରେ ସହଯୋଗ କରି ଆସୁଛନ୍ତି। ରବିବାର ଦିନ ସେ ତାଙ୍କର ୫୦ତମ ଥର ରକ୍ତଦାନ ପୂର୍ଣ୍ଣ କରି ଅର୍ଧଶତକ ହାସଲ କରିପାରିଛନ୍ତି। ଏହି କ୍ରମରେ ଖଡ଼ିଆଳ ବ୍ଲକ ଖାସବାହାଲ ପଞ୍ଚାୟତ ଚଚରାଭଟା ଗ୍ରାମର ଜଣେ ନିରୀହ ବ୍ୟକ୍ତି ଶ୍ରାବଣୀ ସାହାଣୀଙ୍କୁ ଧର୍ମଗଡ଼ ଉପଖଣ୍ଡ ହସ୍ପିଟାଲରେ ରକ୍ତଦାନ କରି ଜୀବନ ବଞ୍ଚାଈଥିବା ଜଣାପଡ଼ିଛି। ଆଜିର ଏହି ରକ୍ତଦାନ ତାଙ୍କ ଅର୍ଦ୍ଧଶତକ ପୂରଣ କରିଥିବାରୁ ସେ ଖୁସି ବ୍ୟକ୍ତ କରିବା ସହ ଅନ୍ୟମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଶ୍ରୀସାଗର ଙ୍କ ଏଭଳି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରସଂଶା କରିବା ସହିତ ଅନ୍ୟମାନଙ୍କ ପାଇଁ ଏହା ଏକ ପ୍ରେରଣା ବୋଲି ମତପ୍ରକାଶ ପାଇଛି।

ନୂଆପଡାରୁ ବିରବଲ ପ୍ରଧାନ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ