।। ୫ ଚୋର କୁ ଗିରଫ କଲା ,, ଖପ୍ରାଖୋଲ ପୁଲିସ୍ ।।

Feb 2, 2024 - 20:25
 0  14
।। ୫  ଚୋର କୁ  ଗିରଫ କଲା ,, ଖପ୍ରାଖୋଲ ପୁଲିସ୍ ।।

ଟ୍ରାକ୍ଟର ଚୋର ଗ୍ୟାଙ୍ଗ କୁ କାବୁ କରିବାରେ ସଫଳ ଚାରି ଟ୍ରାକ୍ଟର , ଗୋଟିଏ ବୋଲେରୋ ପିକ୍ଅପ୍ ଭ୍ୟାନ , ଏକ ମୋଟର ସାଇକେଲ ଓ ଦଶଟି ଗ୍ୟାସ୍ ସିଲିଣ୍ଡର ଉଦ୍ଧାର ସହ ପାଞ୍ଚ ଅଭିଯୁକ୍ତ କୋର୍ଟ ଚାଲାଣ ଖପ୍ରାଖୋଲ, ୦୧।୦୨(ନି.ପ୍ର) ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ପୁଲିସ୍ କୁ ଏକ ବଡ ସଫଳତା ମିଳିଛି। ସୂଚନା ଅନୁଯାୟୀ ଏକ ଟ୍ରାକ୍ଟର ଗାଡ଼ି ଚୋର ଗ୍ୟାଙ୍ଗ କୁ କାବୁ କରିବାରେ ସଫଳ ହେବା ସହ ଚୋରି ହୋଇଥିବା ଟ୍ରାକ୍ଟର ମଧ୍ୟ ଉଦ୍ଧାର କରାଯାଇଥିବା ପୁଲିସ୍ ପ୍ରେସ୍ ମିଟ ରୁ ଜଣାପଡିଛି। ସୂଚନା ଅନୁଯାୟୀ ଚୋରି ହୋଇଥିବା ୪ ଟି ଟ୍ରାକ୍ଟର, ଗୋଟିଏ ବୋଲେରୋ ପିକ୍ଅପ୍ ଭ୍ୟାନ , ଏକ ମୋଟର ସାଇକେଲ ଓ ୧୦ଟି ଖାଲି ଗ୍ୟାସ୍ ସଲିଣ୍ଡର ଉଦ୍ଧାର କରିଥିବା ସୂଚନା ମିଳିଛି। ଏହା ସହ ୫ ଅଭିଯୁକ୍ତଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ମୁତାବକ ଗତ ୨୯ ତାରିଖ ଖପ୍ରାଖୋଲ ଥାନା ବଜଲସାଗର ଗାଁର ହୃଦାନନ୍ଦ ସାହୁ ନିଜ ଘର ସମ୍ମୁଖରେ ତାଙ୍କ ଟ୍ରାକ୍ଟର (ମହିନ୍ଦ୍ରା ୟୁଭୋ, ନମ୍ବର ଓଡ଼ି ୦୩ ଏକ୍ସ ୧୮୩୯)କୁ କେହି ଅଜଣା ବ୍ୟକ୍ତି ଚୋରି କରି ନେଇଥିବା ନେଇ ଖପ୍ରାଖୋଲ ଥାନାରେ ଅଭିଯୋଗ କରିଥିଲେ। ଏନେଇ ଖପ୍ରାଖୋଲ ଥାନା କେଶ ନମ୍ବର ୩୮/୨୪ ରେ ଏକ ମାମଲା ରୁଜୁ କରି ଚୋର ଙ୍କୁ ଧରିବା ପାଇଁ ବିଭିନ୍ନ ସୂତ୍ରରୁ ତଦନ୍ତ କରି ଚୋର ଙ୍କୁ ଧରିବାରେ ସଫଳ ହୋଇଥିଲେ । ଚୋରି ଟ୍ରାକ୍ଟର ଟି ଛତିଶଗଡ଼ ରାଜ୍ୟ ରାୟପୁର ନିକଟରୁ ପୁଲିସ ଉଦ୍ଧାର କରିଥିବା ସହ ଅନ୍ୟ ତିନି ଟ୍ରାକ୍ଟର , ବୋଲେରୋ ପିକଅପ , ଗ୍ୟାସ ସିଲିଣ୍ଡର ଲାଠୋର ଥାନା ଅନ୍ତର୍ଗତ ମସିଣା ଗାଁ ରୁ ଉଦ୍ଧାର କରି ଥିଲେ। ଗିରଫ ଅଭିଯୁକ୍ତ ମାନେ ହେଲେ ବଲାଙ୍ଗିର ସଦର ଥାନା ଖୁଜେନପାଲି ଗାଁର ବ୍ରହ୍ମଚାରୀ ଶାନ୍ତନୁ (୩୧), ବଲାଙ୍ଗିର ଟାଉନ ଥାନା କାମାକ୍ଷାନଗର ର ଅମିତ୍ ବାଗ(୨୦), ଟାଉନ ଥାନା ସାଲେପାଲି ଗାଁର ପ୍ରିତମ୍ ଓରଫ୍ ସୋନୁ ଶର୍ମା (୨୦), ଲୋଇସିଂହା ଥାନା ରାନିପାଲି ଗାଁର ଶ୍ରୀକାନ୍ତ ସିକା (୧୯) ଓ ଲାଠୋର ଥାନା ମସିଣା ଗାଁର ରାଜେନ୍ଦ୍ର ମେହେର (୨୮) ବୋଲି ସୂଚନା ଜଣାପଡିଛି । ସମସ୍ତ ଅଭିଯୁକ୍ତ ଙ୍କ ଗିରଫ କରି କୋର୍ଟ ଚାଲାଣ କରିଥିବା ପୁଲିସ୍ ସୂଚନା ଦେଇଛି । ଏନେଇ ଖପ୍ରାଖୋଲ ଥାନା ପରିସର ରେ ଆୟୋଜିତ ପ୍ରେସମିଟ ରେ ପାଟଣାଗଡ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା, ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରମୁଖ ସୂଚନା ଦେଇଥିଲେ। ତଦନ୍ତ ପୁଲିସ୍ ଟିମ୍ ରେ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କ ସହିତ ଏ ଏସ ଆଇ ଗୋପାଳ କୃଷ୍ଣ କୁମୁରା, ଏ ଏସ ଆଇ ନବୀନ କୁମାର ଭୋଇ, ସିପାହୀ ସଞ୍ଜୀବ ସାହୁ, ଆକାଶ ନାଏକ, ଦେବବ୍ରତ ଦୀପ, ଚନ୍ଦ୍ରମଣି ଭୋଇ ପ୍ରମୁଖ ସାମିଲ ଥିଲେ। ଗୋଟିଏ ପଟେ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ଙ୍କ ବଦଳିର ଶେଷ ଦିନ ଥିବା ବେଳେ ଏକ ବଡଧରଣର ରାକେଟ୍ ର ପରଦା ଉଠାଇ ଥିବାରୁ ଅଞ୍ଚଳର ବିଭିନ୍ନ ମହଲରୁ ତାଙ୍କ କାର୍ଯ୍ୟକୁ ସାଧୁବାଦ୍ ଦେଇଛନ୍ତି।

 ବଲାଙ୍ଗୀର ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ