୨୪ ତମ ବାର୍ଷିକ ଫୁଟବଲ୍ ପ୍ରତିଯୋଗିତା ମାଷ୍ଟାର୍ - ୧୧ ବାଘଡା ଚମ୍ପିୟାନ

Jan 20, 2026 - 20:42
 0  1
୨୪ ତମ ବାର୍ଷିକ ଫୁଟବଲ୍ ପ୍ରତିଯୋଗିତା ମାଷ୍ଟାର୍ - ୧୧ ବାଘଡା ଚମ୍ପିୟାନ

ଶୁଳିଆପଦା,୨୦/୧ (ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା):ମୟୂରଭଞ୍ଜ ଜିଲ୍ଲାର ଗଣ ପର୍ବ ପବିତ୍ର ମକର ଉପଲକ୍ଷେ ଆଜାଦ୍ କ୍ଲବ୍, ଭାଲିଆଶୋଳ ଆନୁକୂଲ୍ୟରେ ୨୪ ତମ ବାର୍ଷିକ ଫୁଟବଲ୍ ପ୍ରତିଯୋଗିତା ସ୍ଥାନୀୟ ନେତାଜୀ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି।୨ ଦିନିଆ ଏହି ପ୍ରତିଯୋଗିତାରେ ମୋଟ୍ ୧୬ ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ମାଷ୍ଟାର୍ ୧୧ ବାଘଡା ଓ ଡମାଶୋଳ ଦଳ ମଧ୍ୟରେ ଫାଇନାଲ୍ ଖେଳ ଅନୁଷ୍ଠିତ ହୋଇଥିଲା।ସେଥି ମଧ୍ୟରୁ ମାଷ୍ଟାର୍୧୧ ବାଘଡା ୧-୦ ଗଲ୍ ରେ ବିଜୟୀ ହୋଇ ଚଳିତ ବର୍ଷ ଚମ୍ପିୟାନ ହୋଇଥିବା ସୁଚନା ମିଳିଛି।ଏହି ଖେଳକୁ ଦେବରାଜ ମହାନ୍ତ ପରିଚାଳନା କରିଥିବା ବେଳେ ସୁନାରାମ୍ ସୋରେନ୍ ଓ ମଣ୍ଟୁ ସୋରେନ୍ ଲାଇନ୍ ମ୍ଯାନ୍ ଭାବେ ସହଯୋଗ କରିଥିଲେ।ଉକ୍ତ ଖେଳରେ ସ୍ଥାନୀୟ କଣ୍ଟିସାହି ପଞ୍ଚାୟତ ର ସରପଞ୍ଚ ରାଇମାତ୍ ମୁର୍ମୁ, ଅବସର ପ୍ରାପ୍ତ ପ୍ରାଣୀ ବିଭାଗ ନିରିକ୍ଷକ ଦୂର୍ଗା ହେମ୍ବ୍ରମ,ଶିକ୍ଷକ ସୁକୁଲ୍ ମୁର୍ମୁ ଓ ଗାଁ ମୁଖିଆ, ମାଝିବାବା ମେଘରାୟ ସୋରେନ୍ ପ୍ରମୁଖ ଯୋଗଦେଇ ଥିବା ବେଳେ ସୂର୍ଯ୍ଯାନନ୍ଦ ହେମ୍ବ୍ରମ ମଞ୍ଚ ପରିଚାଳନା କରିଥିଲେ। ଅତିଥି ମାନେ ଖେଳାଳୀ ମାନଙ୍କ ସହିତ ହାତ ମିଳାଇ ଉତ୍ସାହିତ କରିଥିଲେ।ଅତିଥି ମାନେ ବଲ୍ କିକ୍ କରିବା ସହିତ ଖେଳାଳୀ ମାନେ ବେଲୁନ୍ ଉଡାଇ ଖେଳ ଆରମ୍ଭ କରିଥିଲେ।ଖେଳ ସମାପ୍ତ ପରେ ଅତିଥି ମାନେ ବିଜୟୀ ଦଳକୁ ପୁରସ୍କୃତ କରିଥିଲେ।ବିଜେତା ମାଷ୍ଟାର୍ ୧୧ ବାଘଡା ଦଳକୁ ପ୍ରଥମ ପୁରଷ୍କାର ଭାବେ ୧୦ ହଜାର, ରନର୍ସଅପ୍ ଡମାସାହି ଦଳକୁ ୭ ହଜାର, ତୃତୀୟ ପୁରସ୍କାର ଜୟ ମା ଦୂର୍ଗା,ବାନକୋଚା ଦଳକୁ ୩ ହଜାର ଓ ଚତୁର୍ଥ ପୁରସ୍କାର ଜଗଦୀଶ ଦଳ ଭୋଳା କୁ ୨ ହଜାର ଟଙ୍କା ନଗଦ ପୁରସ୍କାର ରାଶି ପ୍ରଦାନ କରାଯାଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ