।। ହରିଶଙ୍କର ବନ ବିଭାଗ କୁ ବଡ଼ ସଫଳତା ଶାଗୁଆନ କାଠ ସହ ଗାଡ଼ି ଜବତ, ଡ୍ରାଇଭର ଗିରଫ ।।

Mar 8, 2024 - 11:55
 0  18
।। ହରିଶଙ୍କର ବନ ବିଭାଗ କୁ ବଡ଼ ସଫଳତା  ଶାଗୁଆନ କାଠ ସହ ଗାଡ଼ି ଜବତ, ଡ୍ରାଇଭର ଗିରଫ ।।

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ -୭-୩- ହରିଶଙ୍କର ବନ ବିଭାଗ ତରଫରୁ ଗୁରୁବାର ସଂଧ୍ୟାରେ ଚଢାଉ କରି ବେଆଇନ୍ ଶାଗୁଆନ କାଠ ବୋଝେଇ ଗାଡି ଜବତ କରିଥିବା ବେଳେ ଗାଡି ଡ୍ରାଇଭର କୁ ଗିରଫ କରିଥିବା ବନବିଭାଗ ସୂଚନା ଦେଇଛି। ସୂଚନା ଅନୁସାରେ ବେଆଇନ୍ କାଠ ଚାଲାଣ ହେଉଥିବା ଖବର ପାଇ ହରିଶଙ୍କର ବନାଞ୍ଚଲ୍ ଅଧିକାରୀ ଅରବିନ୍ଦ ନାଏକ ଙ୍କ ନେତୃତ୍ୱରେ ଧଣ୍ଡାମୁଣ୍ଡା କଟାପାଲି ରାସ୍ତାରେ ଚଢ଼ାଉ କରି ଏକ ବୋଲେରୋ ପିକ ଅପ୍ ଗାଡି (ସିଜି ୦୬ଜି ଇ ୦୮୦୧) ସହ ୧୪ଟି ଶାଗୁଆନ କାଠ ଗଣ୍ଡି ଜବତ କରିଥିବ ବେଳେ ଯାହାର ଆନୁମାନିକ ମୂଲ୍ୟ ୧ଲକ୍ଷ ହେବ ବୋଳି ବନ ବିଭାଗ ସୂଚନା ଦେଇଛି। ବେଆଇନ୍ ସାଗୁଅନ କାଠ ଚାଲାଣ ଅଭିଯୋଗ ରେ ଗାଡି ଡ୍ରାଇଭର ଦେଓଗାଁ ଥାନା ପିପଳପଦର୍ ଗାଁ ର ମନୋହର ନନ୍ଦ (୩୧) କୁ ଗିରଫ କରି ଥିବା ଜଣାଯାଇଛି। ସୂଚନା ଅନୁସାରେ କାଠ ଟି ବୁଢିବାହାଲ ଗାଁ ରୁ ଚାଲାଣ ହେଉଥିବ ବନ୍ୟାଞ୍ଚଳ ଅଧିକାରୀ କହିଛନ୍ତି। ଏନେଇ ହରିଶଙ୍କର ରେଞ୍ଜ କେସ ନମ୍ବର ୩୨୧/୨୩-୨ ୪ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଜଣାଯାଇଛି। ଚଢ଼ାଉରେ ବନପାଳ ସୁଧୀର କୁମାର ଜେନା, ରଞ୍ଜିତ କୁମ୍ଭାର, ବନରକ୍ଷୀ ରାଜେନ୍ଦ୍ର ଧରୁଆ, ରେଜେସ ଭୋଇ, ଭକ୍ତ ଗଡତ୍ୟା ସମେତ ବନ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ।

ଖପ୍ରାଖୋଲ ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ