।। ସ୍ୱାଧୀନତା ର ଦୀର୍ଘ ବର୍ଷ ପରେ ମଧ୍ୟ ରାସନ କାର୍ଡ ରୁ ବଞ୍ଚିତ ପରିବାର ।।

Sep 4, 2023 - 21:12
 0  21
।। ସ୍ୱାଧୀନତା ର ଦୀର୍ଘ ବର୍ଷ ପରେ ମଧ୍ୟ ରାସନ କାର୍ଡ ରୁ ବଞ୍ଚିତ ପରିବାର ।।

ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଖଟିଖିଆ ଲୋକଙ୍କୁ ପାଇଁ ଅନେକ ଯୋଜନା କରୁଛନ୍ତି I ସରକାର ଲୋକଙ୍କ ପାଇଁ ଯୋଜନା ଉପରେ ଯୋଜନା କରୁଛନ୍ତି ହେଲେ ଏବେ ବି ଯୋଜନା ପାଇବାରୁ ବଞ୍ଚିତ ଲୋକେ,ଦେଶ ରେ କାହାରି କୁ ଭୋକ ଉପବାସ ରେ ରହିବାକୁ ଦେବା ନାହିଁ ବୋଲି ଖାଦ୍ୟ କଲ୍ୟାଣ ଯୋଜନା କରା ଯାଇଛି । ହେଲେ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଯେଉଁ ସମସ୍ୟାକୁ ସେହି ସମସ୍ୟା ରହିଛି । ।ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା କୋମନା ବ୍ଲକ ଦର୍ଲିପଡା ପଞ୍ଚାୟତ ର ଡୁମେରପାଣି ଗାଁର ଧରମ ସିଂ ସୁନାନୀଙ୍କ ପରିବାର ଙ୍କୁ ସରକାରଙ୍କ ଖାଦ୍ୟ ନିରପତା ଯୋଜନାରେ ରାସନ କାର୍ଡ ଖଣ୍ଡିଏ ମିଳିନାହିଁ, ପରିବାର କହିଲେ ୧୫ଜଣ ସଦସ୍ୟ ଅଛନ୍ତି ହେଲେ ରାସନ କାର୍ଡ ମିଳିନାହିଁ I ସେ ଜନ ପ୍ରତିନିଧି ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନକୁ କହି କହି ଥକି ପଡିଲେଣି ହେଲେ ତାଙ୍କ କଥା କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ପରିବାର। ଏଠି କହିବାକୁ ଗଲେ ସରକାର ବଡ଼ ବଡ଼ିଆ ଲୋକଙ୍କୁ ଯୋଜନାରେ ସାମିଲ କରି ରାସନ କାର୍ଡ ଯୋଗାଇ ଦେଉଛନ୍ତି ହେଲେ ଗରିବ ପ୍ରକୃତ ହିତାଧିକାରୀଙ୍କୁ ସ୍ୱାଧୀନତା ର 76 ବର୍ଷ ବିତି ଯାଇଥିଲେ ସୁଦ୍ଧା ଖାଦ୍ୟ ନିରପତ୍ତା ଯୋଜନାରେ ଅନ୍ତର୍ଭୁକ୍ତ ହୋଇନାହାନ୍ତି I ତାଙ୍କ ପାଖରେ ଜମି ବାଡ଼ି ମଧ୍ୟ ନାହିଁ, କି ଘର ଖଣ୍ଡିଏ ରହିବା ପାଇଁ ଭଲ ଘର ଖଣ୍ଡିକ ନାହିଁ I ପରିବାର ପ୍ରତି ପୋଷଣ କରିବା ପାଇଁ ତାଙ୍କ ବଡ଼ ପୁଅ, ସାନ ପୁଅ, ଦୁଇ ବହୁ, ପରେ ଘରେ କୁଳି ମଞ୍ଜୁରୀ କଲେ ପରିବାର ଚୁଲି ଜଳିଥାଏ,ନହେଲେ କୁନି କୁନି ଛୁଆ ଏବଂ ପରିବାର ଓଲିଏ ଖାଇଲେ ଓଲିଏ ଉପାସ ଥାନ୍ତି I ତୁରନ୍ତ ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ପରିବାର ପ୍ରତି ଦୁଷ୍ଟି ଦେଈ ରାସନ କାର୍ଡ ଏବଂ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ଆକୁଳ ନିବେଦନ କରିଛନ୍ତି I ଦେଖା ଯାଉ ପ୍ରଶାସନ କେତେ ଶୀଘ୍ର ତତ୍ପରତା ଦେଖାଇ ବ୍ଲକ ପ୍ରଶାସନ ଅଭିଯୋଗକାରୀଙ୍କୁ ରାସନ କାର୍ଡ ଓ ଆବାସ ଘର ରେ ସାମିଲ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା I

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ