।। ସ୍କୁଲରେ ଶିକ୍ଷକ ଆସୁନଥିବା ରୁ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ପାଠପଢ଼ା ବନ୍ଧ ଶିକ୍ଷକ ମାନଙ୍କ ନିମନ୍ତେ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଅନ୍ଧକାର ।।

Mar 13, 2024 - 14:07
 0  66
।। ସ୍କୁଲରେ ଶିକ୍ଷକ ଆସୁନଥିବା ରୁ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ପାଠପଢ଼ା ବନ୍ଧ ଶିକ୍ଷକ ମାନଙ୍କ ନିମନ୍ତେ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଅନ୍ଧକାର ।।

ରାୟଗଡ଼ା ଜିଲ୍ଲା ମୁନିଗୁଡା ନ୍ୟିୟୁଜ୍: ବଙ୍ଗନା ସ୍କୁଲର ଶରକାରି ପ୍ରାଥମିକ ବିଦ୍ୟଳୟର ଦୁଇଜଣ ଶିକ୍ଷକ ନିୟମିତ ଭାବେ ସ୍କୁଲକୁ ଆସୁନଥିବା ଗ୍ରାମବାସୀଙ୍କ ଅଭିଯୋଗ,ଓଡ଼ିଶା ଶରକାର ଶିକ୍ଷା ଉପରେ ଗୁରୁତ୍ୱ ଦେଇ ପାଠପଢ଼ାକୁ ନେଇ ବିଭିନ୍ନ ଗାଁ ଗଣ୍ଡାରେ କୋଣେ ଅନୁକୋଣେ ଯେପରି ଗୋଟିଏ ବି ଛାତ୍ରଛାତ୍ରୀମାନେ ଶିକ୍ଷାଦାନ ରୁ ଓ ପାଠପଢ଼ା କୁ ନେଇ ବାଦ୍ ନପଢ଼ନ୍ତୁ ଓ ପ୍ରତ୍ୟେକ ଛାତ୍ର ଛାତ୍ରୀ ମାନେ ମୁର୍ଖ ନ ରହି କେମିତି ଶିଖିତ ହୋଇ ଆଗକୁ ବଢ଼ିବେ । ସେହିଲକ୍ଷ୍ୟ ନେଇ ଓଡ଼ିଶା ଶରକାରଙ୍କ ଶିକ୍ଷାବିଭାଗ ତରଫରୁ , ଶରକାରି ପ୍ରାଥମିକ ବିଦ୍ୟଳୟ ପ୍ରତ୍ୟେକ ଗ୍ରାମମାନଙ୍କରେ ଖୋଲା ଯାଇଛି । ଅନ୍ୟପଟେ ଶିକ୍ଷାକୁ ନେଇ । ଆବଶ୍ୟକତା ହିସାବରେ ଶିକ୍ଷକ ମାନଙ୍କୁ ହଯାର ହଯାର ତ କାହାକୁ ଲକ୍ଷ ଲକ୍ଷ ଟଙ୍କା ଦରମା ଦେଇ ନିଯୁକ୍ତି କରିଛନ୍ତି । ସେହି ଶିକ୍ଷକ ମାନଙ୍କର ନିଯୁକ୍ତି ହେବାପରେ ସେହି ସ୍କୁଲର ସଭାପତିକୁ ଭଲମନ୍ଦ ରେ କିମ୍ବା ସ୍କୁଲ ର ବିଷୟବସ୍ତୁ ଗୁଡିକ SMC ମିଟିଙ୍ଗ୍ ଜଣାଯାଉନଥିବା ନେଇ ଏଥିରେ ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ଜଗଦଲପୁର ପଞ୍ଚାୟତ ଅଧିନସ୍ଥ ବଙ୍ଗନା ଗ୍ରାମରେ ଏକ ଶରକାରି ପ୍ରାଥମିକ ବିଦ୍ୟଳୟ ବଙ୍ଗନା ସ୍କୁଲ ର ଶିକ୍ଷକ ମାନେ ନିୟମିତ ଆସୁନଥିବା ସଭାପତି ପ୍ରକାଶ କରିଛନ୍ତି।ଏହି ସ୍କୁଲ ରେ ୨୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ଶ୍ରେଣୀସମୂହ ଓ ଛାତ୍ର ଛାତ୍ରୀ ମାନଙ୍କ ଆବଶ୍ୟକତା ହିସାବରେ ଦୁଇଜଣ ଶିକ୍ଷକଙ୍କୁ ମଧ୍ୟ ନିଯୁକ୍ତି କରାଯାଇଛି। ଶରକାରି କର୍ମ ଚାରୀ ମାନଙ୍କ ନିମନ୍ତେ ସବୁବର୍ଷ ପରି ସମସ୍ତ ଙ୍କ ପୂଜା ବିଧି ନିମନ୍ତେ ଗୋଟିଏ ଦିନ ଶିବରାତ୍ରୀ ଛୁଟି ଦିଆଯାଇଛି । ଛୁଟିଦିନ ସରିବାପରେ ତାହା ଆରଦିନ ପ୍ରତ୍ୟେକ ଶରକାରି କର୍ମ ଚାରୀ ମାନେ ନିୟମିତ ଭାବେ ପ୍ରତ୍ୟେକ ଶରକାରି କାର୍ଯ୍ୟ ଳୟରେ ଉପସ୍ଥିତ ରହିଥିବା ନିୟମ ରହିଛି । ଅନ୍ୟପଟେ ବଙ୍ଗନା ଗ୍ରାମର ଶରକାରି ପ୍ରାଥମିକ ବିଦ୍ୟଳୟର ପ୍ରଧାନ ଶିକ୍ଷକ ଓ କନିଷ୍ଠ ଶିକ୍ଷକ ଦୁଇଜଣ ନିୟମିତ ସ୍କୁଲକୁ ଆସୁନଥିବା ଠିକ୍ ଭାବରେ ପାଠପଢ଼ା ହେଉନଥିବା ଅଭିଯୋଗ କରିଥିବା ବେଳେ ଶରକାରଙ୍କ ତରଫରୁ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଆସୁଥିବା କିଟ୍ସ ଖେଳନାର ସାମଗ୍ରୀ ସହ ଖେଳ କୁଦ ନିୟମିତ କରାଯାଉନଥିବା ସ୍କୁଲଗ୍ରୃହ ରକ୍ଷଣା ବେକ୍ଷଣା ,ଏଦନ ଉଦ୍ୟାନ କିଚେନ ଗାର୍ଡେନ, ସ୍କୁଲରେ ରେ ପାଚେରୀ,ଗେଟ୍ ଏଭଳି ଅନେକ ସମସ୍ୟା ରହିଥିବା ବଙ୍ଗନା ଗ୍ରାମର ଅବିଭାବକମାନେ ଅଭିଯୋଗ କରିଛନ୍ତି। ୮ /୩/୨୦୨୪ ତାରିଖ ଶନିବାର ଦିନ ପ୍ରାଥମିକ ବିଦ୍ୟଳୟ ବଙ୍ଗନା ସ୍କୁଲ ଛାତ୍ର ଛାତ୍ରୀ ମାନେ ଆସି ସ୍କୁଲରେ ଜଗିଥିବା ବେଳେ ଉକ୍ତ ବଙ୍ଗନା ସ୍କୁଲ ର ଦୁଇଜଣ ଶିକ୍ଷକ ନ ଆସିବା ରୁ ପ୍ରାୟ ୮ଟା ୩୦ ମିନିଟ ସମୟ ହେବାରୁ ନିଜ ନିଜର ଘରକୁ ଫେରିଯାଇଥିଲେ। ଏପରିକି ଆମ ପୂର୍ବପୁରୁଷ ମାନେ ଯେମିତି ପାଠନପଢୀ ମୁର୍ଖ ହୋଇ ଥିଲେ ।ଆମ ଗାଆଁ ସ୍କୁଲରେ ବି ଏହି ଭଳି ଶିକ୍ଷକ ମାନେ ଥିଲେ।ଆଜି ସେହି ପରି ଆମ ପୁଅ ଝିଅ ମାନେ ମଧ୍ୟ ମୁର୍ଖ ହୋଇ ରହିବେ ବୋଲି ବଙ୍ଗନା ଗ୍ରାମବାସୀ କହିଛନ୍ତି। ଏଭଳି ଶିକ୍ଷକ ଙ୍କ ବିରୁଦ୍ଧରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବା ସହ ଦୁହିଁଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ସାଧାରଣରେ ଦାବି ହେଉଛି। ଏହି ବିଷୟରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ମୋବାଇଲ୍ ଫୋନରେ ଯୋଗାଯୋଗ କରିଥିଲେ ସୁଧା ଯୋଗା ଯୋଗ ସମ୍ଭବ ହୋଇନଥିବା ରୁ ପରେ ଏବିଓ ଙ୍କୁ ଯୋଗାଯୋଗ କରିବାରୁ ସମ୍ପୃକ୍ତ ଦୁଇଜଣ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତିି।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ