।। ସେମିଳିଗୁଡା ମିଶନ ଶକ୍ତି କାଫେ ଅନୁଧ୍ୟାନ କଲେ ମୁକ୍ତା ଯୋଜନାର ରାଜ୍ୟ ଉପଦେଷ୍ଟା ଶ୍ରୀମତୀ ମୀରା ପରିଡ଼ା ।।

Jul 16, 2023 - 07:19
 0  13
।। ସେମିଳିଗୁଡା ମିଶନ ଶକ୍ତି କାଫେ ଅନୁଧ୍ୟାନ କଲେ ମୁକ୍ତା ଯୋଜନାର ରାଜ୍ୟ ଉପଦେଷ୍ଟା ଶ୍ରୀମତୀ ମୀରା ପରିଡ଼ା ।।

କୋରାପୁଟ:(କୋରାପୁଟ ପ୍ରଥମ ଖବର) ଅଦ୍ୟ ତା ୧୫/୦୭/୨୦୨୩ ରିଖରେ ମୁକ୍ତା ଯୋଜନାର ରାଜ୍ୟ ଉପଦେଷ୍ଟା ଶ୍ରୀମତୀ ମୀରା ପରିଡ଼ା ସେମିଳିଗୁଡା ବ୍ଲକ ଠାରେ ଥିବା ମିଶନ ଶକ୍ତି କାଫେ ଅନୁଧ୍ୟାନ କରିବାକୁ ଆସିଥିଲେ। ଏହି ବୈଠକରେ ମାନ୍ୟବର ବିଧାୟକ ପଟ୍ଟାଙ୍ଗି ଶ୍ରୀଯୁକ୍ତ ପିତମ ପାଢି ଉପସ୍ଥିତ ରହିବା ସହ ଆଗାମୀ ଦିନରେ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀର ମହିଳା ମାନେ କିପରି ଅଧିକରୁ ଅଧିକ ସ୍ବାବଲମ୍ବୀ ହୋଇପାରିବେ ସେସବୁ ବିଷୟରେ ଆଲୋଚନା କରିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ ଜିଲ୍ଲା ମହିଳା ସଭାନେତ୍ରୀ ଶ୍ରୀମତୀ ପାର୍ବତୀ ମସ୍ତିପୁଟିଆ, ଜୋନାଲ ସଭାନେତ୍ରୀ ଶ୍ରୀମତୀ ଲତା ରାୟ, ସେମିଳିଗୁଡା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଲିଲି ଅଣ୍ଟାବିରିଆ, ସ୍ବତନ୍ତ୍ର ବିକାଶ ପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀ ହନ୍ତାଳ ସହ ବହୁ ବିଜେଡ଼ି ନେତ୍ରୀ ସହ ସେମିଳିଗୁଡା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଶିବା ବାଙ୍ଗାରି, ପଟ୍ଟାଙ୍ଗି ବିଧାୟକ ପ୍ରତିନିଧି ଶ୍ରୀ ଜୟସିଂ ପୋଡ଼ାସେଠୀ, ଶ୍ରୀ ଈଶ୍ୱର ଆଲାଡା, ଶ୍ରୀ ମୁନା ଦଳପତି, ଶ୍ରୀ ଅଶୋକ ପ୍ରଧାନ,ଶ୍ରୀ ସ୍ବାମୀ କେଲେକା, ଶ୍ରୀ ଆଶିସ ଭାଲୁ ଉପସ୍ଥିତ ଥିଲେ । 

ବ୍ୟୁର ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ