।। ସିରିମସ୍କା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ପାଳିତ ।।

ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ଗ୍ରାମ ପଞ୍ଚାୟତ ଅଧିନସ୍ଥ ସିରିମସ୍କା ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ହୋଇ ଯାଇଛି । ଏହି ବିଦ୍ୟାଳୟ ର ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବୈରାଗୀ ଚରଣ ନାଏକ ଙ୍କ ସଭାପତିତ୍ବରେ ନିରଞ୍ଜନ ଦାସ ବିଦ୍ୟାଳୟର ବାର୍ଷିକ ଖସଡ଼ା ପଠନ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ , ରଚନା ଖେଳ,ନାଚ,ଗୀତ ଭଳି ଅନେକ ପ୍ରକାର ପ୍ରତିଯୋଗିତା କରାଯାଇ ବିଜୟତା ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇ ଥିଲା । ଉତ୍ସବ ର ମୁଖ୍ୟଅତିଥି ବ୍ଲକ ଅଧକ୍ଷ ଦୟାନିଧି ମାଝୀ, ମୁଖ୍ୟବକ୍ତା ମା ମାଣିକେଶ୍ୱରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ସି,ଆର,ସି ତପନ ବେହେରା ସ୍ଥାନୀୟ ସିନ୍ଦିପଦର ଗ୍ରାମ ପଞ୍ଚାୟତ ସରପଞ୍ଚ ଗୀତାଞ୍ଜଳି ମାଝୀ ,ଶିବଶଙ୍କର ରାୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧକ୍ଷ କନିଗୁମା କୃତିବାସ ନାଏକ ନଡାଲ ସ୍କୁଲ ପ୍ରଧାନ ଶିକ୍ଷକ ରାମପୁର ଉପସ୍ଥିତ ଥିଲେ। ଏହି ଉତ୍ସବକୁ ବିଦ୍ୟାଳୟର ଶିକ୍ଷକ ଜ୍ଞାନ ବ୍ରତ ପ୍ରଧାନ ,ରାହୁଲ ମେହେର ,ଶିବରାମ କର୍ଜି ,କନ୍ଦ୍ରା ମାଝୀ , ସୌଭାଗ୍ୟ ରଞ୍ଜନ ରାଉତ ,ବାବୁଲା ବାନ୍ଦିଆ ସହଯୋଗ କରିଥିଲେ। ମହା ଆଡମ୍ବର ରେ ଉତ୍ସବ ଟି ହୋଇ ଥିଲା lହରି ନାରାୟଣ ବାଗ ମଞ୍ଚ ପରିଚାଳନା କରିଥିଲେ l ଶାନ୍ତି ଶୃଙ୍ଖଳା ର ସହ ସମାପନ ହୋଇ ଥିଲା l
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମକୁନ୍ଦ ନାଏକ ରିପୋର୍ଟ କରାପୁଟ ପ୍ରଥମ ଖବର
What's Your Reaction?






