।। ସିମନବାଡିରେ ପଞ୍ଚୁଦଣ୍ଡ ମିଳନ ଉଦଯାପିତ : ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ।।

Apr 9, 2024 - 18:00
 0  11
।। ସିମନବାଡିରେ ପଞ୍ଚୁଦଣ୍ଡ ମିଳନ ଉଦଯାପିତ : ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ।।

କନ୍ଧମାଳ:(କୋରାପୁଟ ପ୍ରଥମ ଖବର): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକର ସିମନବାଡିରେ ସୋମବାର ପଞ୍ଚୁଦଣ୍ଡ ମିଳନ ହେବା ସହ ମଙ୍ଗଳବାର କାର୍ଯ୍ୟକ୍ରମ ଶେଷ ହୋଇଛି। ପ୍ରକାଶ ଯେ, ସକାଳ ୮ଟାରେ ବିଭିନ୍ନ ଅଞ୍ଚଳର ଦଣ୍ଡ ଦଳ ଆସି ସିମନବାଡ଼ିରେ ପହଞ୍ଚି ଥିଲେ। ପୂର୍ବ ନିଦ୍ଧାରିତ ଅନୁସାରେ ଗ୍ରାମବାସୀ ତାଙ୍କୁ ବାଟ ବରଣ କରି ଦୁର୍ଗା ମଣ୍ଡପକୁ ସ୍ବାଗତ କରି ନେଇଥିଲେ। ଦଣ୍ଡ ଦଳ ଦୁର୍ଗାମଣ୍ଡପକୁ ବିରାଟ ଶୋଭାଯାତ୍ରାରେ ଢୋଲ ମହୁରୀ ବଜାଇ ପହଞ୍ଚି ଥିଲେ। ସେଠାରେ ଗ୍ରାମବାସୀ ତାଙ୍କୁ ବରଣ କରିଥିଲେ। ଏହି ଅବସରରେ ବୀଣାକାରଙ୍କ ଦ୍ୱାରା ବନ୍ଦନା ଗାନ କରାଯାଇଥିଲା। ଏହି କ୍ରମରେ ୫ ଦଣ୍ଡ ତଥା ଫିରିଙ୍ଗିଆ ବ୍ଲକର କରଣ୍ଡାଗଡ ଦଣ୍ଡ ଦଳ ସମେତ କ. ନୂଆଗାଁ ବ୍ଲକ ଗୁଞ୍ଜିବାଡି, କେଲେମାହା, ଲେତିଙ୍ଗିଆ ଏବଂ ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡିର ଦଣ୍ଡ ଏହି ମିଳନରେ ଅଂଶ ଗ୍ରହଣ କରିଥିଲେ। ସମସ୍ତ ଦଳ ଗାଁରେ ଥିବା ମନ୍ଦିର ପରିକ୍ରମା କରିବା ସହ ମା’ ପାଟ୍ଟଖଣ୍ଡା ମନ୍ଦିର ପରିସରରେ ପହଞ୍ଚି ଥିଲେ। ସେଠାରୁ ମଧ୍ୟାହ୍ନ ମିଳନ ସ୍ଥଳରେ ଧୂଳି ଦଣ୍ଡ ଅନୁଷ୍ଠିତ ହୋଇଥିବା ବେଳେ ପାରମ୍ପରିକ କୁରାଡିଆ ନୃତ୍ୟ ସହ ବାଘ, ଭାଲୁ, ବଳଦ ନୃତ୍ୟ ସମେତ ଜଙ୍ଗଲ ସୁରକ୍ଷା ଦିଗରେ ସଚେତନ ମୂଳକ ନାଟକ ଓ ନୃତ୍ୟ ପରିବେଷଣ ହୋଇଥିଲା। ସେହିପରି ଅପରାହ୍ନରେ ଜଳ ଦଣ୍ଡ ଓ ସନ୍ଧ୍ୟାରେ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ସନ୍ଧ୍ୟା ଆଳତି ସହ ଦଣ୍ଡ ମିଳନ ହୋଇଥିଲା। ସେହିପରି ବିଳମ୍ବିତ ରାତିରେ ଦଣ୍ଡର ଉତ୍ପତି ଓ ଦଣ୍ଡ ଚରିତ୍ରକୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳର ହଜାରହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସିମନବାଡି ପଞ୍ଚୁଦଣ୍ଡ ମିଳନ ପରିଚାଳନା କମିଟି ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ କମିଟିର ଏହା ଦ୍ୱିତୀୟ ବାର୍ଷିକ କାର୍ଯ୍ୟକ୍ରମ ବୋଲି କମିଟିର ସଭାପତି ଅରୁଣ ସାହୁ କହିଛନ୍ତି। ଏହି କାର୍ଯ୍ୟକ୍ରମ କୁ କମିଟି ସଭାପତି ଅରୁଣ ସାହୁଙ୍କ ସମେତ ବିନୋଦ ସାହୁ, ସରୋଜ ସାହୁ, ଚିଣ୍ଟୁ ସାହୁ, ପିଣ୍ଟୁ ସାହୁ, ବିକି ନାୟକ, ରାଜେଶ ସାହୁ, ନିଲୁ ସୁବୁଦ୍ଧି, ସୋନୁ ସାହୁ, କୁଲୁ ଚୌଧୁରୀ, ବରୁଣ ବେହେରା, ଅଶୋକ ବେହେରା, ବଣ୍ଟି ସାହୁ, ଚିତ୍ତ ପ୍ରଧାନ, କେ. ମାନବୋଧ ନାୟକ, ଝୁଲୁ ସାହୁ, ବୁନା ଚୌଧୁରୀ, ସାଇବ ସାହୁ, ଧନଞ୍ଜୟ, ପୁର୍ଣ୍ଣଚନ୍ଦ୍ର ବିନ୍ଧାଣି, ସଞ୍ଜୁ ସାହୁଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

 କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ