।। ସିଦ୍ଧେଶ୍ବରୀ ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ।।

Feb 24, 2024 - 22:36
 0  49
।। ସିଦ୍ଧେଶ୍ବରୀ ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ।।

ଲକ୍ଷ୍ମୀପୁର ସିଦ୍ଧେଶ୍ବରୀ ପବ୍ଲିକ ସ୍କୁଲ ର ୧୩ତମ ବାର୍ଷିକ ଉତ୍ସବ  ବିଦ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ  ହୋଇଯାଇଛି। ପବ୍ଲିକ ସ୍କୁଲ ର ପ୍ରିନସିପାଲ ସସ୍ମିତା ବିଶ୍ୱାଳ ଙ୍କ ପରିଚାଳନା ରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ କୈଳାଶ ଚନ୍ଦ୍ର କୁଲେଶିକା, ସମ୍ମାନିତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ଶୁଆଇ କୁଲେଶିକା,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୁରେଶ୍ୱର ଭୋଇ, ଆଈ ଆଇ ସି ସୁଜ୍ଞାନୀ ସାହୁ,ଲକ୍ଷ୍ମୀପୁର ସରପଞ୍ଚ ଶ୍ୟାମ ସୁନ୍ଦର ତାଡିଙ୍ଗି,ଏବି ଈଓ ବିଭୁତି ଭୂଷଣ ଟାକ୍ରୀ,ସାଙ୍ଗାନା ହାଇସ୍କୁଲ୍ ର ବିଜ୍ଞାନ ଶିକ୍ଷକ ଗୋଲୋକ ଚନ୍ଦ୍ର ଲେଙ୍କା,ଲକ୍ଷ୍ମୀପୁର ସାହିତ୍ୟ ପରିଷଦ ସଭାପତି ମହାଦେବ ଶତପଥୀ ଓ ମୁଖ୍ୟ ବକ୍ତା ଭାବରେ ଲକ୍ଷ୍ମୀପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଗିରିଜା ଚୌଧୁରୀ ଯୋଗ ଦେଇଥିଲେ। ଅତିଥି ମାନଙ୍କ ଦ୍ୱାରା ଠାକୁରଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବା ପରେ ପ୍ରଦୀପ ପ୍ରଜ୍ବଳନ କରାଯିବା ପରେ ଅଧ୍ୟକ୍ଷା ସସ୍ମିତା ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିବା ସହ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ କୁଲେଶିକା ସୌମ୍ୟକ ଭାଷଣ ରେ ବିଦ୍ୟାଳୟ ର ସ୍ଥିତି ସମ୍ପର୍କ ରେ କହିବା ସହ ପିଲା ମାନଙ୍କ ର ଅତିରିକ୍ତ ଜ୍ଞାନ ପାଇଁ ଏକ କମ୍ପୁଟର ପ୍ରଦାନ କରିବେ ବୋଲି କହିଥିଲେ ବାର୍ଷିକ ଉତ୍ସବ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବାର୍ଷିକ କ୍ରୀଡା, ବିଜ୍ଞାନ ମେଳା ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲେ।କାର୍ଯ୍ୟକ୍ରମ ରେ ଲିଙ୍ଗରାଜ ମାଉଡି ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।ଶେଷରେ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ଙ୍କୁ କମିଟି ତରଫରୁ ଟ୍ରଫି ପ୍ରଦାନ କରାଯାଇ ସମ୍ବର୍ଦ୍ଧନା କରାଯାଇଥିଲା।

 ଲକ୍ଷ୍ମୀପୁର ରୁ ପ୍ରମୋଦ ଜେନାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ