।। ସାମ୍ବାଦିକ ସଂଘ ପକ୍ଷରୁ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା ।।

Aug 8, 2024 - 20:54
 0  47
।। ସାମ୍ବାଦିକ ସଂଘ ପକ୍ଷରୁ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା ।।

ଜୟପାଟଣା : ୮।୮(ଅନୁପମ ମିଡ଼ିଆ) : ଡେଙ୍ଗୁ ଓ ମ୍ୟାଲେରିଆ ରୋଗର ନିୟନ୍ତ୍ରଣ ଏବଂ ନିରାକରଣ ନିମନ୍ତେ ଗୁରୁବାର ଲଡୁଗାଁ କଲେଜରେ କଳାହାଣ୍ଡି ସାମ୍ବାଦିକ ସଙ୍ଘ,କୋକସରା ବ୍ଲକ ୟୁନିଟ ପକ୍ଷରୁ ଏକ ସଚେତନ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଲଡୁଗାଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଯୁବ ରେଡ଼କ୍ରସ ଲଡୁଗାଁ କଲେଜର ସହଯୋଗ ମିଳିଥିଲା ।କୋକସରା ବ୍ଳକ ସାମ୍ବାଦିକ ସଂଘ ସଭାପତି ଚକ୍ରଧର ବେଶ୍ରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ କୋକସରା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି, ଲଡୁଗାଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶିବାନନ୍ଦ ନାଏକ ମୁଖ୍ୟବକ୍ତା ,କଳାହାଣ୍ଡି ଜର୍ଣ୍ଣାଲିଷ୍ଟ ୟୁନିୟନର ସଭାପତି ମହମ୍ମଦ ଅଲ୍ଲୀ, ସାଧାରଣ ସମ୍ପାଦକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗମୋହନ ପଟ୍ଟନାୟକ, ପୁରୁଷ ସ୍ବାସ୍ଥ୍ୟ ପରିଦର୍ଶକ କେତନ ପାତ୍ର, କଲେଜ ଅଧ୍ୟକ୍ଷ ଡ଼ଃ ନିହାର କାନ୍ତ ପଣ୍ଡା, ପ୍ରଧ୍ୟାପକ ପ୍ରେମାନନ୍ଦ ସାହା, କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭିବିଡିଟିଏସ୍ ଦୁଷ୍ମନ୍ତ ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଚେତନତା ଓ ସତର୍କତା ଅଭାବରୁ ଡେଙ୍ଗୁ ଓ ମ୍ୟାଲେରିଆ ରୋଗ ବ୍ୟାପୁଛି ବୋଲି କହିବା ସହ ନିଜ ଘର ଚତୁଃପାଶ୍ୱର୍କୁ ସଫାସୁତୁରା ରଖିବା, କୌଣସି ସ୍ଥାନରେ ଅଧିକ ଦିନ ପାଣି ଜମା ରହିବାକୁ ନଦେବା ଓ ଘର ପାଖରେ ଖାଲଖମା ଥିଲେ ପୋତିଦେବା, ଆଖପାଖରେ ପଡିଥିବା ଅଦରକାରୀ ପାତ୍ର ନଷ୍ଟ କରିଦେବା ମଶାରୀ ବ୍ୟବହାର ସହିତ ଆବଶ୍ୟକସ୍ଥଳେ ମଶାନାଶକ ତେଲ ବା ଧୂପ ଲଗାଇବା ଲାଗି ପରାମର୍ଶ ଦେଇଥିଲେ । ଏହି କ୍ରମରେ କଲେଜ ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା । ଏଥିରେ କଲେଜ ଛାତ୍ର ଛାତ୍ରୀ, ସ୍ବାସ୍ଥ୍ୟକର୍ମୀ ଓ ଆଶା କର୍ମୀମାନେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟାପକ ସଞ୍ଜୟ ପୁରୋହିତ ସଂଯୋଜନା କରିଥିଲାବେଳେ ସାମ୍ବାଦିକ ଜଗଦୀଶ ନାଏକ, ବସନ୍ତ ସରାବୁ, ହିରଣ୍ୟ ବେହେରା, ତୁଲାରାମ ବେହେରା, ଗଣେଶ ଭାଟି, ଦେବେନ୍ଦ୍ର ସାଗର, ପରେଶ୍ ପଟ୍ଟନାୟକ, ରଘୁମଣୀ ପୁଝାରୀ, ନିରଞ୍ଜନ ଛତ୍ରୀଆ ପ୍ରମୁଖ ସହଯୋଗ କରିଥିଲେ । ସାମ୍ବାଦିକ ଗଜିନ୍ଦ୍ର ନାଗ ଧନ୍ୟବାଦ୍ ଅର୍ପଣ କରିଥିଲେ ।

 କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନ ଙ୍କ ରିପୋର୍ଟ FIRST NEWS ODISHA.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ