।। ସାପ କାମୁଡାରେ ଯୁବକଙ୍କ ମୃତ୍ୟୁ କନ୍ଧମାଳ ।।

Sep 22, 2023 - 21:03
 0  41
।। ସାପ କାମୁଡାରେ ଯୁବକଙ୍କ ମୃତ୍ୟୁ କନ୍ଧମାଳ ।।

(କୋରାପୁଟ ପ୍ରଥମ ଖବର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ କରୁକୁଡୁପା ଗ୍ରାମରେ ଘଟିଛି ଏକ ଦୁଃଖଦ ପୂର୍ଣ୍ଣ ଘଟଣା l ଉକ୍ତ ଗ୍ରାମର ସଙ୍କୀ ମାଝୀ ଙ୍କ ପୁଅ ସକତା ମାଝୀ (32) ଙ୍କୁ ସାପ କାମୁଡ଼ିବାରୁ ମୃତ୍ୟୁ ଘଟିଥିବା ଜଣାପଡିଛି l ପ୍ରକାଶ ଯେ, ପ୍ରତିଦିନ ଭଳି ଗୁରୁବାର ରାତିରେ ମଧ୍ୟ ସକତା ମାଝୀ ଖାଇ ପିଇ ଶୋଇଥିବା ସମୟରେ କୌଣସି ସ୍ଥାନରୁ ଏକ ବିଷଧର ସାପ ଆସି କାମୁଡ଼ିବା ଦ୍ବାରା ସେ ଛଟପଟ ହୋଇଥିଲେ l ଏହି ବିଷୟ ପରିବାର ଲୋକେ ଜାଣିବା ପରେ ସଙ୍ଗେ ସଙ୍ଗେ ଗ୍ରାମବାସୀଙ୍କ ସହାୟତାରେ ନିକଟସ୍ଥ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ, ହେଲେ ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ପୁଣି ସଙ୍ଗେ ସଙ୍ଗେ ତୁମୁଡିବନ୍ଧରୁ ଆମ୍ବୁଲାନ୍ସ ଯୋଗେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ କୁ ଆଣି ଭର୍ତ୍ତୀ କରିଥିଲେ l ଡାକ୍ତର ପରୀକ୍ଷା କରିବା ବେଳକୁ ସକତା ର ମୃତ୍ୟୁ ଘଟିଥିଲା l ଖବର ପାଇ ଶୁକ୍ରବାର ସକାଳେ ବାଲିଗୁଡ଼ା ପୁଲିସ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି ।

 କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ