।। ସାଇବର ସୁରକ୍ଷା ରଥ କୁ ସ୍ୱାଗତ ଏବଂ ସଚେତନତା କାର୍ଯ୍ୟକ୍ରମ। ନୟାଗଡ ଜିଲ୍ଲା ଶରଣ କୂଳ ରେ ଦେଖିବାକୁ ମିଳିଥିଲା ।।

Oct 14, 2023 - 19:58
 0  23
।। ସାଇବର ସୁରକ୍ଷା ରଥ କୁ ସ୍ୱାଗତ ଏବଂ ସଚେତନତା କାର୍ଯ୍ୟକ୍ରମ। ନୟାଗଡ ଜିଲ୍ଲା ଶରଣ କୂଳ ରେ ଦେଖିବାକୁ ମିଳିଥିଲା ।।

ବର୍ତ୍ତମାନ ଡିଜିଟାଲ ଯୁଗରେ ସାଇବର ଠକେଇ ସମାଜ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିଛି।ଜନତା ର କଷ୍ଟ ଉପାର୍ଜିତ ସମ୍ପତ୍ତି ଓ ଅର୍ଥ ଉପରେ ଲୋଲୁପ ଦୃ ଷ୍ଟି ପକାଇଛନ୍ତି ସାଇବର ଠକ।ସାମାନ୍ୟ ଅସାବଧାନତା ହେଲେ ସବୁ କିଛି ଲୁଟ ହୋଇଯାଉଛି ଅନଲାଇନ ମାଧ୍ୟମରେ ।ଅତ୍ୟଧିକ ଲୋଭ,ମାଗଣା ପାଇବା ଆଶା,ଭୟ ଯୋଗୁଁ ଆମେ ସାଇବର ଠକେଇ ର ଶିକାର ହେଉଛେ।ତେଣୁ ଫୋନ କରି ଲୋଭ କିମ୍ବା ଭୟ ଦେଖାଇ ଆଧାର ନମ୍ବର, ବ୍ୟାଙ୍କ ପାସବୁକ ଖାତା ନମ୍ବର, ଏଟିଏମ୍ ନମ୍ବର ମାଗିଲେ ଆମେ ଏଥିପ୍ରତି ସଚେତନ ହୋଇ ଦେବା ନାଇଁ।ସାଇବର ଠକେଇ କୁ ଲକ୍ଷ କରି ଅକ୍ଟୋବର ମାସ ୨ତାରିଖରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ଏଥିପାଇଁ ସୁରକ୍ଷା ରଥ ରାଜ୍ୟ ସର ପରିକ୍ରମା କରି ଲୋକଙ୍କୁ ସଚେତନତା କରୁଛି।ଏହି ପରିପ୍ରେକ୍ଷୀରେ ଶନିବାର ଦିନ ଶରଣକୂଳ ଥାନା ପକ୍ଷରୁ ସାଇବର ସୁରକ୍ଷା ରଥ ନାରାୟଣ ଉଚ୍ଚ ବିଦ୍ୟାଳୟ ଠାରେ ସ୍ୱାଗତ କରିବା ସହ ଶ୍ରୀ ଶ୍ରୀ ଲଡ଼ୁକେଶ ବାବା ଙ୍କ ଉଦ୍ଧେଶ୍ୟରେ ଦୀପ ପ୍ରଜ୍ବଳନ କରି ଉଦଘାଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଶ୍ରୀ ସୁଧାକର ସାହୁ(ଉପଖଣ୍ଡ ପୋଲିସ ଅଧିକାରୀ,ପୁଷ୍ପାଲତା ବେହେରା ( ଥାନା ଅଧିକାରୀ,ଗୌରହରି ଜେନା(ଏସ ଆଇ),ନିରଞ୍ଜନ ବଡ଼ଜେନା(ଏସ ଆଇ),ପ୍ରିୟଦର୍ଶିନୀ ବରାଡ଼(ଏସ ଆଇ),ବଂଶୀଧର ସ୍ୱାଇଁ,ହାଇଦର ଅଲ୍ଲୀ,ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ କାଞ୍ଚନ ଷଡ଼ଙ୍ଗୀ,ସଭାପତି ବିକ୍ରମ କେଶରୀ ଦାସ, ବରିଷ୍ଠ ଶିକ୍ଷକ ରଶ୍ମିରଞ୍ଜନ ମିଶ୍ର,ପ୍ରଜ୍ଞ। ପାରମିତା ସାହୁ,ଗୋଦାବରୀ ବସନ୍ତରା (CRCC),ଜନାର୍ଦନ ସାହୁ ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସମେତ ଦୁଇ ଶହ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ସହ ଅନ ଲାଇନ ଠକେଇ ଶିକାର ହେଲେ ୧୯୩୦ ନମ୍ବର କୁ ଡାଏଲ କରିବା ପାଇଁ ପରାମର୍ଶ ଦିଆଯାଇଥିଲା।ପୋଲିସ ଏବଂ ବିଦ୍ୟାଳୟ କର୍ମଚାରୀ ଙ୍କ ସହଭାଗିତାରେ ଏହି କାର୍ଯ୍ୟକ୍ରମ ଟି ସୁଚାରୁ ରୁପେ ସମ୍ପର୍ଣ୍ଣ ହୋଇଥିବାରୁ ସାଧାରଣ ରେ ବହୁ ପ୍ରଶଂସା କରାଯାଇଛି।

 ନୟାଗଡ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ