।। ସାଇବର ଆପରାଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।।

Oct 6, 2023 - 15:48
 0  22
।। ସାଇବର ଆପରାଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।।

ନୂଆପଡା : ନୂଆପଡା ଜ଼ିଲ୍ଲା ଅନ୍ତର୍ଗତ ଖରିଆର ରୋଡ ଥାନାକୁ ସାଇବର ଅପରାଧ ସଚେତନତା ରଥ ପହଞ୍ଚିଥିଲା ଏହି ପରିପ୍ରେକ୍ଷୀରେ ବିଜୁ ପଟ୍ଟନାୟକ ଛକଠାରେ ସାଇବର ଆପରାଧ ରୋକିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମରେ ଜୋଂକ ଆଇଆଇସି ଗୁରୁଦେବ କର୍ମୀ ଅଧ୍ୟକ୍ଷ୍ୟତା କରିଥିଲାବେଳେ ଏଥିରେ ମୁଖ୍ୟ ଅତିଥି ଖରିଆର ରୋଡ ନଗରପାଳ ଡ଼. ସୋଇନିଆ ଜୈନ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବାବେଳେ ଉପନଗରପାଳ ବଣ୍ଟି ଡାଗା, ବଜ଼ାର ବ୍ୟାଙ୍କ ମ୍ୟାନେଜର ଜ୍ୟୋତି ପ୍ରକାଶ ଭୋଇ, ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ପ୍ରଦୀପ କୁମାର ସେଠି, ଆଇନଜୀବୀ ରମେଶ ଅଗ୍ରୱାଲ, ନୂଆପଡା ବିଧାୟକ ପ୍ରତିନିଧି ଜୟ ଢୋଲକିଆ ଅତିଥି ଭବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ହେଲା ଆଜିକାଲି ସୋସାଲ ମିଡ଼ଆ ମାଧ୍ୟମରେ ଏବଂ ଅନଲାଇନ ଜରିଆରେ ସାଇବର ଅପାରାଧୀ ମାନେ କିପରି ଲୋକଙ୍କୁ ଠକେଇ କରୁଛନ୍ତି ଏଥିରୁ କିପରି ବର୍ତି ହେବ ସେ ଦିଗରେ ମଞ୍ଚାସିନ ଅତିଥିମାନେ ନିଜ ନିଜ ମତ ରଖିଥିଲେ l ଏବଂ ଉପସ୍ଥିତ ଜନସାଧରଣଙ୍କୁ ସଚେତନ କରି ବୁଝାଇଥିଲେ l ଏହି କାର୍ଯ୍ୟକ୍ରମରେ ନଗରର ଅନେକ ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ