ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ନୀଳକଣ୍ଠ ନଗର ପରିସର ମଧ୍ଯରେ ୪୨ତମ ବାର୍ଷିକୋତ୍ସବ ପାଳିତ
ଗଞ୍ଜାମ ୧୭.୧୨.୨୦୨୫ ରିଖ ବୁଧବାର ଦିନ ଅନୁଷ୍ଠାନର ୪୨ତମ ବାର୍ଷିକୋତ୍ସବ ମହାଆଡମ୍ବର ସହ ପାଳିତ ହୋଇଯାଇଛି । ପାରମ୍ପରିକ ରୀତି ଅନୁଯାୟୀ କାର୍ଯ୍ୟକ୍ରମର ପ୍ରାରମ୍ଭରେ ମୁଖ୍ୟଅତିଥିଙ୍କ ଦ୍ୱାରା ଦୀପପ୍ରଜ୍ଜ୍ଵଳନ ପୂର୍ବକ ବନ୍ଦନା ଓ ପ୍ରାର୍ଥନା ସମାପନ ପରେ ନବନିର୍ମତ ଶିଶୁ ବାଟିକା ଭବନକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଉଦ୍ଘାଟନ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଡ. ଜୀବାନନ୍ଦ ତ୍ରିପାଠୀଙ୍କ ସଭାପତିତ୍ୱରେ ପରିଚାଳିତ ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ଏସ୍. ମୋହନ ରାଓ ସାଗତ ଭାଷଣ ପ୍ରଦାନ କରିବା ସହ ମଞ୍ଚାସୀନ ଅତିଥ୍ ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ଶିଶୁ ଭାଇ ଭଉଣୀଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଅନୁଷ୍ଠାନର ପରିଚାଳନା ସମିତିର ସମ୍ପାଦକ ଶ୍ରୀଯୁକ୍ତ ନାରାୟଣ ପଣ୍ଡା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ ସହ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ରାଷ୍ଟ୍ରୀୟ ସଂୟ ସେବକ ସଂଘର ପୂର୍ବ ଓ ପଶ୍ଚିମ ପ୍ରାନ୍ତ ପ୍ରଚାର ପ୍ରମୁଖ ଶ୍ରୀଯୁକ୍ତ ସୃଷ୍ଟିଧର ବିଶ୍ଵାଳ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାରତକୁ ପରମ ବୈଭବଶାଳୀ ରାଷ୍ଟ୍ର ରୂପେ ଗଢ଼ିତୋଳିବା ପାଇଁ ସରସତୀ ଶିଶୁ ବିଦ୍ୟାମନ୍ଦିର ଯୋଜନା’ ଅନ୍ତର୍ଭୁକ୍ତ ଶିଶୁ ମାନଙ୍କର ଭୂମିକାକୁ ପ୍ରସଂଶା କରି ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଦାୟିତ୍ଵ ମହତ୍ପୂର୍ଣ ବୋଲି କହିଥିଲେ । ଏହି ଭବ୍ୟ ବାର୍ଷିକୋତ୍ସବ କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋଦନ ଚରଣ ମାଝୀ ମୁଖ୍ୟ ଅତିଥୁ ରୂପେ ଯୋଗଦେଇ ନିଜ ସାରଗର୍ଭକ ଅଭିଭାଷଣରେ କହିଥିଲେ ଯେ, " ଅଖଣ୍ଡ ଭାରତର ଲକ୍ଷ୍ୟ ହାସଲ ପାଇଁ ଛାତ୍ରଛାତ୍ରୀ ମାନଙ୍କ ଗୁରୁତ୍ବକୁ ଉପଲବ୍ଧ କରି, ପାଶ୍ଚାତ୍ୟ ଶିକ୍ଷାକୁ ପରିବର୍ତ୍ତନ କରିବା ଉଦ୍ଦେଶ୍ୟରେ ଏକ ରାଷ୍ଟ୍ରୀୟ ଶିକ୍ଷା ପ୍ରଣାଳୀ ବିଦ୍ୟାଭାରତୀ ଦ୍ୱାରା ସର୍ବଭାରତୀୟ ସ୍ତରରେ ପ୍ରଚଳନ କରାଯାଇଛି; ଯାହାର ଉଦ୍ଦେଶ୍ୟ ‘ଏକ ସମୃଦ୍ଧ, ଐକ୍ୟନିଷ୍ଠ, ହିନ୍ଦୁରାଷ୍ଟ୍ର ନିର୍ମାଣ ସହିତ ଉନ୍ନତ ଶାରୀରିକ, ମାନସିକ, ବୌଦ୍ଧିକ ଏବଂ ଆଧ୍ୟାତ୍ମିକ ସ୍ତରରେ ଆଜିର ଶିଶୁ ତଥା ଯୁବପୀଢ଼ିକୁ ଓତଃପ୍ରୋତ ଭାବେ ଜଡ଼ିତ କରିବା ଆମର ଭାରତୀୟ ଦର୍ଶନ କହେ “ ବସୁଧୈବ କୁଟୁମ୍ବକମ୍” । ଏହି ଧାରାରେ ସମଗ୍ର ଓଡ଼ିଶାରେ ‘ସରସ୍ବତୀ ବିଦ୍ୟାମନ୍ଦିର, ନୀଳକଣ୍ଠନଗର, ବ୍ରହ୍ମପୁର' ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଉନ୍ନତିର ଉଚ୍ଚତର ସୋପନରେ ଉପନୀତ କରିବାର ଗୌରବକୁ ଆମେ ମର୍ମୋମର୍ମେ ଅନୁଭବ କରିପାରୁଛୁ।" ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ – ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ, ମାନ୍ୟବର ମନ୍ତ୍ରୀ ଓଡ଼ିଶା ସରକାର, ମତ୍ସ୍ୟ ଓ ପଶୁସମ୍ପଦ ଏବଂ କ୍ଷୁଦ୍ର ଓ ଅଣୁକ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ବିଭାଗ, ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା, ମାନ୍ୟବର ମନ୍ତ୍ରୀ ଓଡ଼ିଶା ସରକାର, ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ବିଭାଗ ଓ ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ କେ. ଅନିଲ କୁମାର, ସୋରଡ଼ା ନିର୍ବାଚନମଣ୍ଡଳୀର ବିଧାୟକ ଶ୍ରୀ ନୀଳମଣି ବିଷୋୟୀ, ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାନ୍ତି, ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ, ଚିକିଟି ନିର୍ବାଚନ ମଣ୍ଡଳୀ ବିଧାକୟ ଶ୍ରୀ ମନୋରଂଜନ ଦ୍ୟାନସାମନ୍ତରା, ଆସିକା ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀ ସରୋଜ କୁମାର ପାଢ଼ୀ, କବିସୂର୍ଯ୍ୟ ନଗର ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ, ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ପୂର୍ଣଚନ୍ଦ୍ର ସେଠୀ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା ସମିତିର ସମସ୍ତ ସଦସ୍ୟ, ସଦସ୍ୟା ତଥା ବିଦ୍ୟାଳୟ ଶୈକ୍ଷିକ ପ୍ରଶାସକ ଶ୍ରୀମାନ୍ ଉମାଧବ ମହାନ୍ତି ମଞ୍ଚାସୀନ ଥିଲେ। ସଭାର ଅନ୍ତିମ ଚରଣରେ ଡିଗ୍ରୀ ବିଦ୍ୟାମନ୍ଦିରର ଅଧ୍ୟକ୍ଷ ଡ଼. ସୁବ୍ରତ କମ୍ବାର ପାଣିଗ୍ରାହୀ କାର୍ଯ୍ୟକ୍ରମରେ ନିଜ ନିଜ ବହୁମୂଲ୍ୟ ସମୟ ବ୍ୟୟ କରି ଉପସ୍ଥିତ ଥିବା ସମସ୍ତ ଅତିଥୁ, କାର୍ଯ୍ୟକର୍ତ୍ତା, ଅଭିଭାବକ, ଅଭିଭାବିକା, ଗୁରୁଜୀ, ଗୁରୁମା ତଥା ସାମ୍ବାଦିକ ଭାଇଭଉଣୀମାନଙ୍କୁ ଅନୁଷ୍ଠାନ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପ୍ରସ୍ତୁତ ଆକର୍ଷଣୀୟ ରଙ୍ଗମଞ୍ଚ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ଗଞ୍ଜାମ ପ୍ରତିନିଧି ସୁଭଦ୍ରା ଶୁକ୍ଳଙ୍କ ରିପୋର୍ଟ first news ଓଡ଼ିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0