ସରସ୍ଵତୀ ଶିଶୁ ମନ୍ଦିର ଠାରେ ଗୁରୁ ଦିବସ ପାଳିତ

Sep 5, 2024 - 18:37
 0  12
ସରସ୍ଵତୀ ଶିଶୁ ମନ୍ଦିର ଠାରେ ଗୁରୁ ଦିବସ ପାଳିତ

ଆମ ଦେଶରେ ଗୁରୁଙ୍କୁ ସମ୍ମାନ ଦେବାର ପରମ୍ପରା ପ୍ରାଚୀନ କାଳରୁ ରହି ଆସିଛି।ହିନ୍ଦୁ ଧର୍ମ ଗ୍ରନ୍ଥରେ ଅନେକ ଗୁରୁଙ୍କ ବର୍ଣ୍ଣନା ରହିଛି।ସେଥିରେ ଗୁରୁ ଶିଷ୍ୟ ପରମ୍ପରାକୁ ଉଚ୍ଚ ସ୍ଥାନ ପ୍ରଦାନ କରାଯାଇଛି।ସେଇ ଭଳି ଆଜି ଏକ ପବିତ୍ର ଦିନଟିକୁ ସମସ୍ତ ଶିକ୍ଷାନୁଷ୍ଠାନରେ ଗୁରୁଦିବସ ରୂପେ ପାଳନ କାରା ଯାଇଛି।ଦେଶର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଦେଶ ପ୍ରତି ଅନେକ ଅବଦାନ ରହିଥିବା ବେଳେ ତାଙ୍କ ପ୍ରତି ଛାତ୍ର ମାନଙ୍କର ଖୁବ୍ ଶ୍ରଦ୍ଧା ଥିଲା।ସିଏ ପ୍ରଥମେ ଶିକ୍ଷକ ତାରୁ ରାଷ୍ଟ୍ରପତି ହେବା ପରେ ଏକ ଛାତ୍ର ପ୍ରତିନିଧି ଦଳ ତାଙ୍କୁ ସାକ୍ଷାତ କରି ତାଙ୍କ ଜନ୍ମଦିନ ଜାତୀୟ ସ୍ତରରେ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ।ସେମାନଙ୍କ କଥା ଶୁଣି ତତ୍କାଳିନ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିବା ସହ ସିଏ ନିଜ ଜନ୍ମ ଦିନକୁ ଶିକ୍ଷକ ମାନଙ୍କ ପାଇଁ ସମ୍ମାନ ଆଣିଦେଉ ବୋଲି କହି ଗୁରୁଦିବସ ନାମରେ ନାମିତ କରିଥିଲେ।ସେହି ଦିନଠାରୁ ଆଜିର ଦିନକୁ ସାରା ଭାରତ ବର୍ଷରେ ଗୁରୁଦିବସ ରୂପେ ପାଳନ କରା ଯାଉଥିବା ବେଳେ ଆଜି ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଗୁରୁଦିବସ ପାଳିତ ହୋଇଯାଇଛି।ଏଥିରେ ସମସ୍ତ ଶିଶୁ ଭାଇ ଭଉଣୀ ମାନେ ଅଥିତି,ଗୁରୁଜୀ ଓ ଗୁରୁମାଙ୍କୁ ପୂଜନ କରିଥିଲେ ।ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚମ୍ପ ପ୍ରାଥମିକ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ଗରଡ଼ା ଯୋଗଦେଇ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଲକ୍ଷ୍ମୀପୁର ରୁ ପ୍ରମୋଦ ଜେନାଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ