ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଖରିଆର ରୋଡ଼ ରେ ବିଜ୍ଞାନମେଳା ଅନୁଷ୍ଠିତ

Dec 4, 2025 - 20:03
 0  3
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଖରିଆର ରୋଡ଼ ରେ ବିଜ୍ଞାନମେଳା ଅନୁଷ୍ଠିତ

ନୂଆପଡା : ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଖରିଆର ରୋଡ଼ ଠାରେ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଦର୍ଶନୀ କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରବୋଧ କୁମାର ହୋତା ଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ। କନିଷ୍ଠ ଓ ବରିଷ୍ଠ ବର୍ଗରେ ମୋଟ ୬୦ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବରିଷ୍ଠ ବର୍ଗରେ ପ୍ରଥମ ସ୍ଥାନ ହରପ୍ରୀତ କୌର ଛାବାଡ଼ା, ଦ୍ବିତୀୟ ସ୍ଥାନ ରିୟା ସେନ ଓ ତୃତୀୟ ସ୍ଥାନ ଖାଗେଶ୍ବରୀ ବିଭାର ଅଧିକାର କରିଥିଲେ। ସେହିପରି କନିଷ୍ଠ ବର୍ଗରେ ପ୍ରଥମ ସ୍ଥାନ ଅଂଶିକା ନନ୍ଦ, ଦ୍ୱିତୀୟ ସ୍ଥାନ ମୋମିନା ଖାଁନ ଓ ତୃତୀୟ ସ୍ଥାନ ଯୋନ୍ସି ଗ୍ରୀନୀ ବାଗ, ଅଧିକାର କରିଥିଲେ । ପିରାମଲ୍ ଫାଉଣ୍ଡେସନ ର ଅଧିକାରୀ ତନ୍ନି ମିଶ୍ର କୃତୀ ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ଶିକ୍ଷକ ସୁଶାନ୍ତ କୁମାର ଯୋଶୀ, ସିଦ୍ଧାର୍ଥ ଦେୱାଙ୍ଗନ୍ ଓ ତେଜରାଜ ଚିହ୍ନା ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ହେମା ବର୍ମା, ଅଞ୍ଜନା ଗୁରୁ, ରମେଶ୍ବରୀ ସାଗର, ଇନ୍ଦିରା ଛତ୍ରୀୟା, ମଧୁମିତା ବହିଦାର, ସୀମା ରାୟ, ସଂଘମିତ୍ରା ଜେନା, ପ୍ରଭାସିନୀ ପାତ୍ର ଓ ଶିକ୍ଷକ ହରେକୃଷ୍ଣ ସ୍ବାଇଁ, ଧର୍ମ ପ୍ରସାଦ ନାୟେ କ, ସୁଧର୍ମ ବାରିକ, ବାପି ବେହେରା ତଥା ପ୍ରିତମ ପାଣ୍ଡେ ଭୋଜରାଜ ବାଗ ଓ ବିକାଶ ଖର୍ସେଲ ସହଯୋଗ କରିଥିଲେ । ଶ୍ରେଷ୍ଠ ପ୍ରତିଯୋଗୀ ମାନେ ଚଳିତ ବର୍ଷ ହେବାକୁ ଥ‌ିବା ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ରେ ଅଶଂ ଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପରିଶେଷରେ ଶିକ୍ଷୟତ୍ରୀ ହେମା ବର୍ମା ଧନ୍ୟବାଦ ଅର୍ପଣ କରିଥିଲେ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ