।। ସମ୍ବିଧାନ ଦିବସ ପାଳିତ ।।
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ ସଂଘ ଦ୍ୱାରା ଖରିଆରରୋଡ ଠାରେ ସମ୍ବିଧାନ ଦିବସ ପାଳିତ ହୋଇ ଯାଇଛି। ସଂଘର ସଭାପତି ଶ୍ରୀଯୁକ୍ତ ଦେବରାଜ ମାଝୀ ଅଧ୍ୟକ୍ଷ, କରଙ୍ଗାମାଳ ମହାବିଦ୍ୟାଳୟ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ନୂଆପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିପିନ ବିହାରୀ ଦୀପ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିବା ବେଳେ ଡ. ପ୍ରଦୀପ ସେଠ୍, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ନୂଆପଡ଼ା ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ରୂପେ ଡ. ବିଦ୍ୟାଧର ନାଗ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂଆପଡ଼ା, ଶ୍ରୀଯୁକ୍ତ ଉଦୟସିଂ ମାଝୀ, ଜିଲ୍ଲା ଶିକ୍ଷା ନିରୀକ୍ଷକ, ନୂଆପଡ଼ା, ହେମନ୍ତ ଦଳପତି, ଶିକ୍ଷକ ପ୍ରଶିକ୍ଷକ, ଚିତ୍ରକୋଣ୍ଡା, ମାଲକାନଗିରି, ହେମସାଗର ମହାନନ୍ଦ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ନୂଆପଡ଼ା, ଶ୍ରୀଯୁକ୍ତ ଜତିନ୍ଦ୍ର ସେଠ୍ , ଗୋଷ୍ଠୀ ଶିକ୍ଷା ଅଧିକାରୀ ସିନାପାଲି, ଶ୍ରୀଯୁକ୍ତ ସନ୍ତୋଷ ସୁନାନୀ, ଜଙ୍ଗଲ ବିଭାଗ ରେଞ୍ଜ ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ନୂଆପଡ଼ା ଜିଲ୍ଲା ସଂଗଠନର ଓ ସମସ୍ତ ବ୍ଲକ୍ ର ବ୍ଲକ୍ ସଂଘର କର୍ମକର୍ତ୍ତାମାନେ ଯୋଗଦାନ କରିଥିଲେ। ପ୍ରଥମେ ଡଃ. ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ଫୁଲମାଳ ଦେଇ ସମ୍ବିଧାନ ର ପ୍ରସ୍ତାବନା ପାଠ କରାଯାଇଥିଲା। ନୂତନ କର୍ମକର୍ତ୍ତାଗଣ ଏହି ଅବସରରେ ସଂଘର ବିଭିନ୍ନ ପଦ ପଦବୀ ର ଶପଥ ଗ୍ରହଣ କରିଥିଲେ। ଶିକ୍ଷକ ଶ୍ରୀ ଭୁଜବଳ ଜଗତ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ବୋଡ଼େନ ବ୍ଲକ୍ ସଭାପତି ଶ୍ରୀଯୁକ୍ତ ଅଙ୍କନ ସିଂ ମାଝୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ ଓ ସଂଘ ର ସମ୍ପାଦକ ଶ୍ରୀଯୁକ୍ତ ଜିତେନ୍ଦ୍ର ସୁନା, ଅଧ୍ୟାପକ ସମ୍ବିଧାନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏହି ଅବସରରେ ଶ୍ରୀମତୀ ରମ୍ଭାକାନ୍ତି ମାଝୀ, ଝରାମନି କଂପାନ, ଭଗବାନ ସିଂ ମାଝୀ, ପ୍ରେମଲାଲ ସତନାମୀ, କ୍ଷୀର ପ୍ରସାଦ ଭୋଇ, ଭରତ ବାଗ, ଦିନେଶ ମାଝୀ, ମୀନକେତନ ନିଆଳ ପ୍ରମୁଖ ନିଜ ବକ୍ତବ୍ୟ ରଖିଥିଲେ। ଶିକ୍ଷା କ୍ଷେତ୍ରରେ ଉତ୍ତମ ଉପଲବ୍ଧି ହାସଲ କରି ସହକାରୀ ପ୍ରଫେସର ରୂପେ ନବ ନିଯୁକ୍ତି ପାଇଥିବା ଶ୍ରୀଯୁକ୍ତ ହରିହର ନାଗ ଙ୍କୁ ସଂଘ ଦ୍ଵାରା ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ କୁ ସଫଳ କରିବାରେ, ଧମକ ମହାନନ୍ଦ, ଗଙ୍ଗାରାମ ସତନାମି, ଅଶୋକ ଦୀପ, ହେମଲାଲ ଦୀପ, ପାଲା ଶବର, ସମୀର ବେହେରା, ରୋସନ ଠାକୁର, ଅନନ୍ତ ନୀଆଲ, ସୁଶାନ୍ତ ବାଗ, ଲଇବାନ ବାଗ, ବୈଷ୍ଣବ ଦୁରିଆ ପ୍ରମୁଖ ସାହାଯ୍ୟ କରିଥିଲେ। ପରିଶେଷରେ ଶ୍ରୀମତୀ ରୁକ୍ମଣୀ ବାଗ ଧନ୍ୟବାଦ୍ ଅର୍ପଣ କରିଥିଲେ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0