।। ସଂଯୁକ୍ତ କିଶାନ୍ ମୋର୍ଚ୍ଚା ଓ ସର୍ବଭାରତୀୟ ଶ୍ରମିକ ସଂଗଠନମାନଙ୍କ ଡାକରାରେ ଗୁଣପୁରରେ ବନ୍ଦ ପାଳନ ।।

ସର୍ବଭାରତୀୟ ସ୍ତରରେ କୃଷକ ସଙ୍ଗଠନମାନଙ୍କ ମିଳିତ ମଞ୍ଚ, ସଂଯୁକ୍ତ କିଶାନ୍ ମୋର୍ଚ୍ଚା (SKM) ଓ ସର୍ବଭାରତୀୟ ଶ୍ରମିକ ସଂଗଠନମାନଙ୍କ ପକ୍ଷରୁ ଆଜି (ଫେବୃୟାରୀ ୧୬ ତାରିଖ) ଦିଆଯାଇଥିବା ସର୍ବଭାରତୀୟ ଧର୍ମଘଟ ଓ ଗ୍ରାମୀଣ ଭାରତ ବନ୍ଦର ଡାକରା ଦିଆଯାଇଛି । ଦେଶରେ କୃଷକ ଓ ଶ୍ରମିକଙ୍କ ବିରୋଧରେ ମୋଦି ଗୁଣପୁର ଉପଖଣ୍ଡରେ ସଫଳ ହୋଇଛି । କେନ୍ଦ୍ରର ମୋଦି ସରକାରର କର୍ପୋରେଟ୍ ସପକ୍ଷବାଦୀ ଓ ଶ୍ରମିକ କୃଷକ ବିରୋଧି ନୀତିକୁ ପ୍ରତିବାଦ କରି ଏହି ବନ୍ଦ ପାଳନ କରାଯାଇଥିଲା । ଡ଼ଃ ସ୍ଵାମୀନାଥନ୍ କମିଶନଙ୍କ ସୁପାରିଶ ପ୍ରକାରେ କୃଷକଙ୍କ ସମସ୍ତ ଫସଲର ସହାୟକ ମୂଲ୍ୟ ଧାର୍ଯ୍ୟ କରିବା, ଏମଏସପିକୁ ଆଇନଗତ ମାନ୍ୟତା ଦେବା, କୃଷକ ଓ କୃଷି ଶ୍ରମିକଙ୍କ ସମସ୍ତ ଋଣକୁ ଛାଡ କରିବା, ଜନବିରୋଧୀ ବିଜୁଳି ବିଲ୍ ୨୦୨୨କୁ ପ୍ରତ୍ୟାହାର କରିବା, ଶ୍ରମିକ ବିରୋଧୀ ଚାରି ଶ୍ରମକୋଡର ପ୍ରତ୍ୟାହାର କରିବା, ସରକାରୀ ସମ୍ପତ୍ତିର ଘରୋଇକରଣ ବନ୍ଦ କରିବା ଆଦି ପ୍ରସଙ୍ଗକୁ ନେଇ ଆଜିର କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା । ପୂର୍ବାହ୍ନରେ ଗୁଣପୁର ଉପକଣ୍ଠରେ ଶହ ଶହ ସଂଖ୍ୟାରେ ଉଭୟ ସଂଗଠନର କର୍ମୀମାନେ ରାସ୍ତା ଉପରକୁ ଆସି ଗାଡି ମୋଟର ଚଳାଚଳକୁ ଅବରୋଧ କରିଥିଲେ । ପରେ ସ୍ଥାନୀୟ ଜିଆଇଇଟି ଛକରୁ ଏକ ବିଶାଳ ପଟୁଆର ବାହାରି ସହରର ମୁଖ୍ୟରାସ୍ତା ଦେଇ ବାଇପାସ୍ ଛକରେ ପହଞ୍ଚିବା ପରେ ସେଠାରେ ପିକେଟିଂ କରିଥିଲେ । ଅଖିଳ ଭାରତ କିଶାନ୍ ମଜଦୂର ସଭା ଓ ସର୍ବଭାରତୀୟ ଶ୍ରମିକ ସଂଗଠନ, ଆଇଏଫଟିୟୁ ପକ୍ଷରୁ ଆୟୋଜିତ ଆଜିର କାର୍ଯ୍ୟକ୍ରମରେ ଏଆଇକେଏମଏସର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ସମେତ ବ୍ଳକ୍ ସଭାପତି ଅର୍ଜୁନ ଶବର, ସମ୍ପାଦକ ବୁଦ୍ଧଦେବ ଶବର, କେ ଶ୍ରୀନିବାସ ରାଓ, ନାରୀନେତ୍ରୀ ତୁଳସୀ ଶବର, ପାର୍ବତୀ ଶବର, ରାମନାଗୁଡା ବ୍ଳକ୍ ସମ୍ପାଦକ ରାଜୁ ଜେନା ପ୍ରମୁଖ ନେତୃତ୍ୱ ନେଇଥିଲେ ।
ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






