ଶ୍ମଶାନ ଘାଟ ବିହୀନ ଗ୍ରାମ ପ୍ରଶାସନର ଅବହେଳାରେ ଲୋକଙ୍କ ଦୁର୍ଦଶା

Apr 24, 2026 - 21:06
 0  2
ଶ୍ମଶାନ ଘାଟ ବିହୀନ ଗ୍ରାମ ପ୍ରଶାସନର ଅବହେଳାରେ ଲୋକଙ୍କ ଦୁର୍ଦଶା

ଟଟୋପରା ଗ୍ରାମ,ଲେବଡା ପଞ୍ଚାୟତ,ମୁରିବାହାଲ ବ୍ଲକ, ବଲାଙ୍ଗୀର ଜିଲ୍ଲାର ଏକ ମୂଳଭୂତ ସମସ୍ୟା ଦୀର୍ଘଦିନ ଧରି ଅନଦୃଶ୍ୟ ରହିଛି। ପଞ୍ଚାୟତର ଅନ୍ୟ ସମସ୍ତ ଗ୍ରାମରେ ଶ୍ମଶାନ ଘାଟ ଥିବା ସତ୍ତ୍ୱେ,ଏହି ଗ୍ରାମକୁ ଏହି ମୂଳଭୂତ ସୁବିଧାରୁ ବଞ୍ଚିତ ରଖାଯାଇଛି। ଏହା ଫଳରେ ଗ୍ରାମବାସୀମାନେ ମୃତଦେହ ଦାହ ପାଇଁ ଦୂର କୁ ନେବାକୁ ବାଧ୍ୟ ହେଉଛନ୍ତି। ବିଶେଷକରି ବର୍ଷା ଓ ତିବ୍ର ଖରା ସମୟରେ ଏହି ପରିସ୍ଥିତି ଅତ୍ୟନ୍ତ ଦୟନୀୟ ଓ ଅମାନବୀୟ ରୂପ ନେଇଥାଏ। ଏହା ଲୋକମାନଙ୍କ ପାଇଁ ଅର୍ଥିକ, ଶାରୀରିକ ଓ ମାନସିକ ଭାବେ ଭାରି ଯନ୍ତ୍ରଣାଦାୟକ ହୋଇପଡ଼ିଛି। ଏହା ସତ୍ତ୍ୱେ ମଧ୍ୟ ପ୍ରଶାସନଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଗ୍ରାମବାସୀମାନେ ଗଭୀର ଅସନ୍ତୋଷ ପ୍ରକାଶ କରୁଛନ୍ତି। ତେଣୁ ଗ୍ରାମବାସୀ ଙ୍କ ଦାବି, ତୁରନ୍ତ ଗ୍ରାମରେ ଶ୍ମଶାନ ଘାଟ ନିର୍ମାଣ କରାଯାଉ, ନହେଲେ ଆଗାମୀ ଦିନରେ ଗ୍ରାମବାସୀମାନେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ