।। ଶିକ୍ଷା ଓ ଶିକ୍ଷୟିତ୍ରୀଙ୍କ ବିକାଶ ନେଇ ଆଲୋଚନା : ପ୍ରାଥମିକ ଶିକ୍ଷୟିତ୍ରୀଙ୍କ ବନ୍ଧୁ ମିଳନ ।।

Dec 11, 2023 - 21:34
 0  30
।। ଶିକ୍ଷା ଓ ଶିକ୍ଷୟିତ୍ରୀଙ୍କ ବିକାଶ ନେଇ ଆଲୋଚନା : ପ୍ରାଥମିକ ଶିକ୍ଷୟିତ୍ରୀଙ୍କ ବନ୍ଧୁ ମିଳନ ।।

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ପ୍ରାଥମିକ ଶିକ୍ଷୟିତ୍ରୀଙ୍କ ବନ୍ଧୁ ମିଳନ କାର୍ଯ୍ଯକ୍ରମ ପ୍ରସିଦ୍ଧ ପର୍ଯ୍ଯଟନ ସ୍ଥଳି ପାତଳଗଙ୍ଗା ଠାରେ ଅନୁଷ୍ଠିତ ହୋଇଯାଇଛି। ଗତ କାଲି ରବିବାର ଅନୁଷ୍ଠିତ ଏହି କାର୍ଯ୍ଯକ୍ରମରେ ସିନାପାଲି ବ୍ଲକର ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ଯାଳୟରେ କାର୍ଯ୍ଯରତ ଶିକ୍ଷୟିତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ଏଭଳି ମିଳନ ଦ୍ୱାରା ଭାବଗତ ଏକତା ବଢ଼ିବା ସହ ପରସ୍ପର ମଧ୍ଯରେ ସଂର୍ପକ ସୁଦୄଢ଼ ହେବ ବୋଲି ଏ ଅବସରରେ ଆୟୋଜିତ ସଭା ରେ ମତ ପ୍ରକାଶ ପାଇଥିଲା । କାର୍ଯ୍ଯକ୍ରମରେ ଶିକ୍ଷୟିତ୍ରୀଙ୍କ ବିଭିନ୍ନ ସମସ୍ଯା ଓ ସେସବୁର ସମାଧାନ ସହ ବିଦ୍ଯାଳୟ ସ୍ତରରେ ଶିକ୍ଷାଦାନକୁ କିପରି ଉନ୍ନତ କରାଯାଇ ପାରିବ ସେନେଇ ଆଲୋଚନା କରାଯାଇଥିଲା । କାର୍ଯ୍ଯକ୍ରମ ଆୟୋଜନରେ ରଶ୍ମିପ୍ରଭା ମେହେର, ଅସ୍ମିତା ପାଢ଼ୀ, ଝରଣା ସାଗର ଦୁରିଆ, ନେତୃତ୍ୱ ନେଇଥିବା ବେଳେ ଏଥିରେ ରୀତାଞ୍ଜଳୀ ଚାନ୍ଦ, ସତ୍ଯରୂପା ଯୋଷୀ, କୁସୁମ ତାଣ୍ତି, ସୁରଭି ପଣ୍ତା, ସନ୍ତୋଷିନୀ ମେହେର, ଜ୍ଯୋସ୍ନାରାଣୀ ମାଝୀ, ମିତା ମେହେର, ବେଳମତୀ ଧରୁଆ, ଟିକେମଣୀ ହରିଜନ, ପୁଷ୍ପାଞ୍ଜଳି ମେହେର, ଲୋପାମୁଦ୍ରା ପାତ୍ର, ସବିତା ମେହେର, ସୁନୀତା ମାଝୀ, ଲକ୍ଷ୍ମୀକାନ୍ତୀ ମହାନନ୍ଦ, ସୁରମା ଭିତରିଆ, ରଜନୀ ମାଝୀ, ପିଙ୍କି ନିଆଲ, ମମତା ନେଗୀ, ଚନ୍ଦ୍ରା ବାଗ, ଉମା ତୁମୁନିଆ ପ୍ରମୁଖ ଯୋଗ ଦେଇଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ