।। ଲୋୟର ପି.ଏମ୍.ଜିରେ ଉତ୍କଳ ସାମ୍ବାଦିକ ସଂଘର ବିକ୍ଷୋଭ ପ୍ରଦର୍ଶନ, ଯୋଗ ଦେଲେ ଦୁଇହଜାରରୁ ଉର୍ଦ୍ଧ୍ୱ ସାମ୍ବାଦିକ ।।

Feb 8, 2024 - 20:39
 0  23
।। ଲୋୟର ପି.ଏମ୍.ଜିରେ ଉତ୍କଳ ସାମ୍ବାଦିକ ସଂଘର ବିକ୍ଷୋଭ ପ୍ରଦର୍ଶନ, ଯୋଗ ଦେଲେ ଦୁଇହଜାରରୁ ଉର୍ଦ୍ଧ୍ୱ ସାମ୍ବାଦିକ ।।

ରାଜ୍ୟର ସର୍ବପୁରାତନ ସାମ୍ବାଦିକ ସଂଗଠନ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ୬ ଦଫା ମୌଳିକ ଦାବି ନେଇ ରାଜ୍ୟର ପ୍ରାୟ ଦୁଇ ହଜାର ସାମ୍ବାଦିକ ବିଧାନସଭା ଘେରାଉ କରିଛନ୍ତି । ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସାମ୍ବାଦିକ ବର୍ଗ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ ହେବା ସଙ୍ଗେ ସଙ୍ଗେ କ୍ରମାଗତ ଭାବେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ସମୂହକୁ ଉପସ୍ଥାପନ କରି ଆସୁଥିଲେ ସୁଦ୍ଧା ଅଦ୍ୟାବଧୂ କୌଣସି ସୁଫଳ ମିଳିପାରି ନାହିଁ । ଦାବିଗୁଡ଼ିକ ମଧ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ବୟସ୍କ ସାମ୍ବାଦିକଙ୍କୁ ପେନସନ ପ୍ରଦାନ, ସ୍ଵାସ୍ଥ୍ୟବୀମା ଯୋଜନାରେ ପିତାମତା ଓ ୨୫ ବର୍ଷରୁ ଉର୍ଦ୍ଧ ସନ୍ତାନମାନଙ୍କୁ ସାମିଲ୍ କରାଯିବା, ମିଡ଼ିଆ ଏକାଡ଼େମୀ ଗଠନ କରିବା, ଅଧ୍ଵସ୍ୱୀକୃତି କମିଟି ପୁନର୍ଗଠନ ଓ ବ୍ୟାପକ ଅଧ୍ଵସ୍ଵୀକୃତି ପ୍ରଦାନ, ଲୋକସେବା ଭବନ ସମେତ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟଳୟରେ ସାମ୍ବାଦିକଙ୍କ ପ୍ରବେଶାଧିକାର ଅନ୍ତର୍ଭୁକ୍ତ ରହିଛି । ଏହି ଅବସରରେ ବିଧାନସଭା ଅଧିବେଶନ କାଳରେ ଲୋୟର ପି.ଏମ୍.ଜି ଠାରେ ଅନୁଷ୍ଠିତ ବିକ୍ଷୋଭ ସମବେଶରେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ଅଧ୍ୟକ୍ଷତା କରି ଦୀର୍ଘଦିନର ଦାବି ପ୍ରତି ସରକାରଙ୍କ ଅଣଦେଖା ନେଇ କ୍ଷୋଭ ପ୍ରକାଶ କରିବା ସହ ଖୁବ୍ ଶୀଘ୍ର ଏହି ଦାବିଗୁଡ଼ିକୁ ପୂରଣ କରିବାରେ ସରକାର ଟାଳଟୁଳ ନୀତି ଅବଲମ୍ବନ କଲେ ୩୦ଟି ଜିଲ୍ଲାର ସାମ୍ବାଦିକ ସଂଘ ପକ୍ଷରୁ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ପ୍ରକାଶ କରିଥିଲେ । ଏହି ବିକ୍ଷୋଭ ସମାବଶେରେ ସଂଘର ଉପଦେଷ୍ଟା ପ୍ରଦୋଷ ପଟ୍ଟନାୟକ, ରବି ଦାସ, ସନତି ମିଶ୍ର, ପୀତବାସ ମିଶ୍ର, ସୁଜ୍ଞାନ ଚୌଧୁରୀ, ଶ୍ରୀମୟ କର, ପର୍ଯ୍ୟବେକ୍ଷକ ସମ୍ପାଦକ ପବିତ୍ର ମୋହନ ସାମନ୍ତରାୟ, ନିରଞ୍ଜନ ବିଶ୍ବାଳ, ବିବେକାନନ୍ଦ ଜେନା, ବିପିନ ସିଂ, କିଶୋର ଦ୍ବିବେଦୀ, ବଙ୍କିମ ଚନ୍ଦ୍ର ନାୟକ, ପପୁ ମହାନ୍ତି, ସଂଘର ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, କାର୍ଯ୍ୟକାରୀ ସଭାପତି ପୂର୍ଷଚନ୍ଦ୍ର ନାୟକ, ପ୍ରମୋଦ ପଟ୍ଟନାୟକ, ହାରାଧନ ବାନାର୍ଜୀ, କୋଷାଧ୍ୟକ୍ଷ ରାଜେନ ଚୌଧୁରୀ, ଉପସଭାପତି ଡ. ରଶ୍ମିରଞ୍ଜନ ମିଶ୍ର, ପ୍ରଦୀପ ତ୍ରିପାଠୀ, ସତ୍ୟନାରାୟଣ ମିଶ୍ର, ରବି ନାରାୟଣ ଖୀଲାର ପ୍ରମୁଖ ନ୍ୟାର୍ଯ୍ୟ ଦାବିଗୁଡ଼ିକୁ ସରକାର ଯଥାଶୀଘ୍ର ପୂରଣ କରିବା ପାଇଁ ଆହ୍ବାନ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଭାପତି ସର୍ବଶ୍ରୀ ବିକ୍ରମ ରାମକୃଷ୍ଣ ମହାପାତ୍ର, ଦୁର୍ଯ୍ୟୋଧନ ପାତ୍ର, ମନୋଜ ଦାସ, ଲୋକନାଥ ଦଳାଇ, ବୈଦ୍ୟଭୂଷଣ ମହାପାତ୍ର, ପୂର୍ବଚନ୍ଦ୍ର ସାହୁ, ସନ୍ତୋଷ କୁମାର ଦାସ, ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରତାପ ବରାଳ, ହରିହର ସ୍ଵାଇଁ, ପ୍ରସନ୍ନ ତ୍ରିପାଠୀ, ଭରତ ବେହେରା, ମନୋଜ ପ୍ରଧାନ, ସୁରେଶ ଦାସ, ବିଧାନ ଚୌଧୁରୀ, ଅନିଲ ପଟ୍ଟନାୟକ, ଗୋରେଖନାଥ ସାହୁ, ପ୍ରଭାତ ମିଶ୍ର, ପ୍ରଦୀପ ବକ୍ତି, ସୁରେଶ ଆଗରି, ପ୍ରତାପ ପ୍ରଧାନ, ସଞ୍ଜୟ ଜେନା ଓ ଜିତେନ୍ଦ୍ର ମହାନ୍ତି ପ୍ରମୁଖ ଯୋଗଦେଇ ଅଭିଭାଷଣ ପ୍ରଦାନ କରିଥିଲେ । ବିକ୍ଷୋଭ ପରେ ସାମ୍ବାଦିକମାନେ ଲୋୟର ପି.ଏମ୍.ଜିରେ ସମୂହ ରାଲି କରି ବିଧାନସଭା ଅଭିମୁଖେ ଯାଇ ବ୍ୟାରିକେଡ଼ ଭାଙ୍ଗି ଭିତରକୁ ଧଶେଇ ପଶିବା ସମୟରେ ଉପସ୍ଥିତ ପୋଲିସ୍ ବାହିନୀ ସେମାନଙ୍କୁ ଅଟକାଇଥିଲେ। ସରକାର ଯଦି ଏହି ନ୍ୟାର୍ଯ୍ୟ ଦାବିଗୁଡ଼ିକୁ ପୂରଣ କରି ବାରେ ପୁଣି ଟାଳଟୁଳ ନୀତି ଅବଲମ୍ବନ କରନ୍ତି, ତେବେ ସାରା ରାଜ୍ୟରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦେଇଥିଲେ l

ନୂଆପଡ଼ାରୁ ବିଶ୍ଵନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ