ନକଲି ଡକ୍ଟର କେ ଭକୁଆ ରୋଗୀ,, ବିନା ଲାଇସନ୍ ରେ ମାତି ଛନ୍ତି ବଙ୍ଗାଳୀ ଡକ୍ଟର,,

Dec 4, 2023 - 15:42
Dec 4, 2023 - 15:42
 0  22
ନକଲି  ଡକ୍ଟର କେ ଭକୁଆ ରୋଗୀ,, ବିନା ଲାଇସନ୍ ରେ ମାତି ଛନ୍ତି ବଙ୍ଗାଳୀ ଡକ୍ଟର,,

ନକଲି ଡକ୍ଟର କେ ଭକୁଆ ରୋଗୀ,, ବିନା ଲାଇସନ୍ ରେ ମାତି ଛନ୍ତି ବଙ୍ଗାଳୀ ଡକ୍ଟର,, ଏ ପରି ଏକ ଘଟଣା ଦେଖିବାକୁ ମିଳିଛି,,, ଆମେ କହୁ ନାହିଁ, ନିଜେ ଡକ୍ଟର କହୁଛନ୍ତି। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ କୁର୍ସୁଡ ଗ୍ରାମରେ । କୁରସୁଡ଼ ଗ୍ରାମର ଜଗନ୍ନାଥ ନୋଡାଲ ସ୍କୁଲ୍ ର ସାମନା ରାସ୍ତା ପଟରେ ବଙ୍ଗାଳୀ କ୍ୱାକ ଡାକ୍ତର ଢଙ୍ଗରେ ବେଶ୍ ଟଙ୍କା ଲୁଟୁ ଛନ୍ତି ରୋଗୀଙ୍କ ଠାରୁ । ଏହି ଗାଁରେ ସରକାର ଙ୍କ ତରଫରୁ ଏକ ପି ଏଚ୍ଚ ସି ଥିଲେ ସୁଦ୍ଧା ବଙ୍ଗାଳୀ କୁଆକ ଙ୍କ ହାବୁଡ଼ରେ ପଡ଼ି ଲୋକେ ଶୋଷଣ ର ଶିକାର ହୁଅନ୍ତି । ଲୋକ ଜାଣି ଛନ୍ତି ଜେ ବଙ୍ଗାଳୀ ର ଲାଇସେନ୍ସ ନାହିଁ କିନ୍ତୁ ଅସୁବିଧା ହେଲେ ତାହାରି ପାଖକୁ ଯାନ୍ତି । ପ୍ରଶାସନ ଜାଣିଲେ ମଧ୍ୟ ଲାଞ୍ଚ ନେଇ ଚୁପ ହୋଇ ରହୁଛନ୍ତି । ବଙ୍ଗାଳୀ କ୍ୱାକ୍ ଟି ଦସ ବର୍ଷ ଉପରେ ହେବ ଏପରି ଶୋଷଣ କରିବାରେ ସକ୍ଷମ ହୋଇଛନ୍ତି ।ଗାଁ ରେ ବି ଜେ ପି ନେତା ଙ୍କ ଦେଖା ଶୁଣାରେ ବଙ୍ଗାଳୀ କ୍ୱା କ୍ ଫୁଟା ନି କରି ଚାଲି ଆସିଛି ବୋଲି ଚର୍ଚ୍ଚା ଜୋର ଧରିଛି । ରାସ୍ତା ର ସର୍ବ ସମ୍ମୁଖରେ ରେ ଥାଇ ମଧ୍ୟ କୌଣସି ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ମାନେ ଜାଣୁ ନାହାନ୍ତି କି ରୋକ୍ ଠୋକ୍ ପଦକ୍ଷେପ ନେଉ ନାହାନ୍ତି ତାହା ଆଲୋଚନା ର ବିଷୟ ହୋଇଛି । ଏପରି ବଲାଙ୍ଗୀର ଜିଲ୍ଲାରେ ବଙ୍ଗାଳୀ କୁଆକ୍ ମାନେ ବିଭିନ୍ନ ସ୍ଥାନରେ କ୍ଲିନିକ୍ ଖୋଲି ଆରାମରେ ଚଲୁଛନ୍ତି।ପ୍ରଶାସନ ର ଦୃଷ୍ଟି ନାହିଁ । ରୋଗୀ ଙ୍କୁ ସେବା ଦେଉଛି ବୋଲି ଲୋକ ମାନେ କିଛି କହୁନାହାନ୍ତି । ସବୁ ବେଳେ ଜେନେରିକ ଔଷଧ ଦେଇ ମାଲ୍ କମାଇବାରେ ବ୍ୟସ୍ତ । ସରକାର ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବା ସହ ବଙ୍ଗାଳୀ କୁଆକ୍କ କୁ ଦଣ୍ଡ ବିଧାନ କରିବା ଠିକ୍ ହେବ ବୋଲି ଲୋକ ମାନେ କୁହା କୁହି ହେଉଛନ୍ତି । ଡକ୍ଟର ମାଲକର କହୁଛନ୍ତି ମୋ ପଛରେ କୁରସୁଡ଼ ଗ୍ରାମ ର ରାଜନେତା ଙ୍କର ହାତ ଅଛି ମତେ କାହାକୁ ଡରିବାର ନାହିଁ ।

ଟିଟିଲାଗଡ ରୁ ବାଲକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ