ଲଇକେରାରେ ଶୁଣ୍ଢି ସମାଜ ବୈଠକ

Jan 18, 2026 - 23:37
 0  21
ଲଇକେରାରେ ଶୁଣ୍ଢି ସମାଜ ବୈଠକ

ଲଇକେରା୧୮/୦୧( ଫାଷ୍ଟ ନ୍ୟୁଜ ଓଡିଶା):ଲଇକେରା, କିର୍ମିରା ଓ କୋଲାବିରା ବ୍ଲକ କୁ ନେଇ ଗଠିତ ଆଞ୍ଚଳିକ ସୁଣ୍ଢି ସମାଜ ର ଏକ ବୈଠକ ଲଇକେରା ସ୍ଥିତ ଶ୍ରୀ ଶ୍ରୀ ସୁବର୍ଣ୍ଣଗ୍ରାହି ମନ୍ଦିର ପରିସରରେ ସଂଘର ଉପଦେଷ୍ଟା ପ୍ରେମସାଗର ବେହେରା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଆସନ୍ତା ଫେବୃୟାରୀ ମାସ ୧୬ ତାରିଖ ମନ୍ଦିରର ବାର୍ଷିକ ପୂଜା ଓ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳନ ପାଇଁ ସ୍ଥିର କରାଗଲା l ଏହାସହ ମନ୍ଦିର ପରିଚାଳନା ଓ ପୂଜାର୍ଚ୍ଚନା, ଖର୍ଚ୍ଚ ଆୟ ଇତ୍ୟାଦି ବିଷୟରେ ଆଲେଚନା କରାଯାଇଥିଲା l ଏହାସହ ଆଗାମୀ ୫ ବର୍ଷ ପାଇଁ ନୂତନ ପରିଚାଳନା କମିଟି ଗଠନ କରାଗଲା l ସର୍ବସମ୍ମତି କ୍ରମେ ସଭାପତି ଭାବେ ବିଦେଶୀ ବେହେରା, ଉପସଭାପତି ଡିଲେଶ୍ୱର ସାହୁ, ସମ୍ପାଦକ ତୁଲାରାମ ସେନାପତି, ସହସଂପାଦକ ହେମସାଗର ବେହେରା, କୋଷାଧ୍ୟକ୍ଷ ସନ୍ତୋଷ ବେହେରା ଙ୍କୁ ମନୋନୀତ କରାଯାଇଥିଲା l ଉପଦେଷ୍ଟା ଭାବେ ପ୍ରେମସାଗର ବେହେରା, ଗଣ୍ଡାରାମ ବେହେରା, ଦିବାକର ନାଏକ ଓ ପରମାନନ୍ଦ ସାହୁଙ୍କୁ ମନୋନୀତ କରାଯାଇଥିଲା l ଏହାସହ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ଲଇକେରା ବ୍ଲକରୁ ଡମ୍ବରୁଧର ବେହେରା, ରୋହିତ କୁମାର ବେହେରା, ପ୍ରଦୀପ ସାହୁ, ତ୍ରିବନ୍ଧୁ ସାହୁ ଓ ସୁଶାନ୍ତ ବେହେରା, କୀର୍ମିରା ବ୍ଲକରୁ ପ୍ରଦୀପ ବେହେରା, ଅଶୋକ ବେହେରା, ରୋହିତ ବେହେରା, ଉଦିଆଁଚାନ୍ଦ ବେହେରା ଓ ଚୂଡାମଣି ସାହୁ ଏବଂ କୋଲାବିରା ବ୍ଲକ ରୁ ସୁକାନ୍ତ ସାହୁ, ବିଜୟ ବେହେରା, ଅଶୋକ କୁମାର ବେହେରା, ଲକ୍ଷ୍ମଣ ସାହୁ ଓ କାଲାଚାନ୍ଦ ସାହୁ ଙ୍କୁ ମନୋନୀତ କରାଯାଇଥିଲା l ଏହାସହ ପ୍ରତି ବ୍ଲକ ରୁ ୫ ଜଣ ଲେଖାଏଁ ସଦସ୍ୟ ଙ୍କୁ ନେଇ ଏକ ଅର୍ଥ କମିଟି ଗଠନ କରାଯାଇଥିଲା l ଆଗାମୀ ଦିନରେ ପ୍ରତ୍ୟେକ ବ୍ଲକ ରେ ବୈଠକ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା l ଶେଷରେ ଉପଦେଷ୍ଟା ଗଣ୍ଡାରାମ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ l ଅନୁଷ୍ଠିତ ବୈଠକ ରେ ଉପରିସ୍ଥ ମନୋନୀତ ସଦସ୍ୟ ଙ୍କ ସହ କୃଷ୍ଣଚନ୍ଦ୍ର ବେହେରା, ତପନ କୁମାର ବେହେରା, ବିରେନ୍ଦ୍ର ବେହେରା, ସୁଶାନ୍ତ ବେହେରା, ରୋହିତ ବେହେରା, ସଞ୍ଜୟ ବେହେରା, ସୁନିଲ ବେହେରା, ସୁବ୍ରତ ବେହେରା, ଚୁନିଲାଲ ବେହେରା ପ୍ରମୁଖ ଯୋଗଦେଇଥିଲେ l ଲଇକେରା ରୁ ନିଶିତ କୁମାର ବହିଦାରଙ୍କ ରିପୋର୍ଟ,(ଫାଷ୍ଟ ନ୍ୟୁଜ ଓଡିଶା)

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ