।। ରେଳ ଷ୍ଟେସନର ଉନ୍ନତି କରଣ ପାଇଁ ତୃତୀୟ ପର୍ଯ୍ୟାୟ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଶେଷ ବଦଲିବ ମୁନିଗୁଡ଼ା ରେଳଷ୍ଟେସନ ରୁପ ରେଖା ।।

Jan 10, 2024 - 17:48
 0  44
।। ରେଳ ଷ୍ଟେସନର ଉନ୍ନତି କରଣ ପାଇଁ  ତୃତୀୟ ପର୍ଯ୍ୟାୟ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଶେଷ  ବଦଲିବ ମୁନିଗୁଡ଼ା ରେଳଷ୍ଟେସନ ରୁପ ରେଖା ।।

ରାୟଗଡ଼ା ଜିଲ୍ଲା ମୁନିଗୁଡା ରେଳ ଷ୍ଟେସନ ର ଉନ୍ନତୀ କରଣ ନିମନ୍ତେ ଆଜି ତୃତୀୟ ପର୍ଯ୍ୟାୟ ରେ ଉଛେଦ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଁଞ୍ଚି ଶେଷ ହୋଇଯାଇଛି।ସୁଚନା ଅନୁଯାୟୀ ରେଳ ବାଇ ଯାଗାରେ ଜବରଦଖଲ କରି ୬୦ ବର୍ଷ ରୁ ଉର୍ଦ୍ଧ ହେବ ଲୋକେ ଦୋକାନ ଗୃହ ନିର୍ମାଣ କରି ବ୍ୟବସାୟ କରି ନିଜ ନିଜର ପରିବାର ର ଗୁଜୁରାଣ ମେଣ୍ଟାଉ ଥିଲେ। କେନ୍ଦ୍ର ସରକାର ମୁନିଗୁଡ଼ା ରେଳ ଷ୍ଟେସନକୁ ଏକ ଅମୃତ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପରେ ବହୁଦିନ ଧରି ବାଦ ବିବାଦ ହୋଇ ମଧ୍ୟ ତାହର ଅନ୍ତ ଘଟାଇ ପ୍ରଥମ ପର୍ଯ୍ୟାୟରେ ୩୧.୧.୨୦୨୩ ରେଳ ଷ୍ଟେସନର ସମ୍ମୁଖରେ ଓ ଧୋବା ସାହି ନିକଟସ୍ଥ କିଛି ବ୍ୟବସାୟୀ ଦୋକାନ ଗୃହ ଭାଙ୍ଗିବା ପରେ ଆଜି ଶେଷ ପର୍ଯ୍ୟାୟରେ ହନୁମାନ ବଯାର ଠାରୁ ସହିଦ୍ ଲକ୍ଷ୍ମଣ ନାଏକ ତିନି କୋଣିଆ ଛକ ପର୍ଯ୍ୟନ୍ତ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ବ୍ୟବସାୟୀ ମାନଙ୍କ ଦୋକାନ ଓ ରହିବା ବାସଗୃହକୁ ଭାଙ୍ଗି ଦିଆଯାଇଛି। ଅମୃତ ଭାରତ ଷ୍ଟେସନ କରିବାପାଇଁ ଏହି ଉଛେଦ ପ୍ରକ୍ରିୟାରେ ରେଳ ବିଭାଗ ତରଫରୁ ମୁନିଗୁଡ଼ାକୁ ତାହାର ରୁପ ରେଖା ବଦଲାଇ ଦେଇଛି ।ସାନ୍ତି ଶୃଙ୍ଖଳା ରକ୍ଷା କରିବାପାଇଁ ୫୦ ରୁ ଉର୍ଦ୍ଧ୍ବ ରେଳ ବିଭାଗ ସୁରକ୍ଷା ବଳ ଓ ଦୁଇ ପ୍ଲାଟୁନ୍ ଫୋର୍ସ ସମେତ ୪/୫ ଟି ପ୍ରକଲିନ ନିୟୋଜିତ କରାଯାଇଥିଲା। ଏଥିରେ ମାଜିଷ୍ଟ୍ରେଟ ଦାୟିତ୍ବରେ ବିଷମକଟକ ତହସିଲଦାର କେ ଭେଙ୍କଟଶ୍ଵର ରେଡ଼ି, ରେଳ ବିଭାଗର ଆସିଷ୍ଟାଣ୍ଡ ସିକ୍ୟୁରିଟି କମିଶନର ମୁକେଶ କୁମାର,ଆଇ ଆଇ ସି ଏନ୍ ଏସ୍ ମିନା, ଇନସ୍ପେକ୍ଟର ଏ କୁଜୁରୁ, ରେଳ ବିଭାଗ ତରଫରୁ ସିନିୟର୍ ଡଇଏନ୍ ଆୟୋଡବ୍ଲୁ ସମେତ ଉଚ୍ଚ ପଦାଧିକାରୀ ପ୍ରମୁଖ ଉଛେଦ କାର୍ଯ୍ୟ କ୍ରମରେ ଉପସ୍ଥିତ ରହିଥିବା ବେଳେ ଅନ୍ୟ ପକ୍ଷରେ କ୍ଷତି ଗ୍ରସ୍ତ ହୋଇ ଥିବା କ୍ଷୁଦ୍ର ଦୋକାନୀ ବ୍ୟବସାୟୀ ମାନେ ବେସାହାରା ହୋଇ ଛିନ୍ନବିଛିନ୍ନ ହୋଇ କେମିତି ପରିବାର ସହିତ ଗୁଜୁରାଣ ମେଣ୍ଟାଇବାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ