।। ରେଳ ଷ୍ଟେସନ ନିକଟ ରୁ ଗଞ୍ଜେଇ ଜବତ।ଜଣେ ଗିରଫ ।।

Dec 12, 2023 - 17:09
 0  11
।। ରେଳ ଷ୍ଟେସନ ନିକଟ ରୁ ଗଞ୍ଜେଇ ଜବତ।ଜଣେ ଗିରଫ ।।

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ତାରିଖ ୧୧/୧୨/୨୦୨୩ ରିଖ ରାତି ୯ ଘଣ୍ଟା ସମୟରେ ରାୟଗଡ଼ା ଠାରୁ ମୁନିଗୁଡା ବସ୍ ଯୋଗେ ଆସି ମୁନିଗୁଡ଼ା ରେଳ ଷ୍ଟେସନ କୁ ଯାଉଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ମୁନିଗୁଡା ଥାନା ଆଇଆଇସି ସୈଉଦାମିନୀ ବେହେରା ଙ୍କ ନିର୍ଦ୍ଦେଶକ୍ରମେ ଏସ୍ଆଇ ନରେନ୍ଦ୍ର ବେହେରା, କନେଷ୍ଟବଳ ସୁମନ କୁମାର ସାହୁ, ଓ, ଏ ,ପି ଏଫ୍ ଧନପତି କୁମୁରୁକା,ଏକ ପେଟ୍ରୋଲିଙ୍ଗ କରାଯାଉଥିବା ବେଳେ ମୁନିଗୁଡ଼ା ରେଳଷ୍ଟେସନ ଅଟୋ ଷ୍ଟାଣ୍ଡ ପାଖରେ ଜଣେ ଗଞ୍ଜେଇ ମାଫିଆ ବିକାଶ ସିଂ ନାମକ ବୟସ ୨୮ ବର୍ଷ ଗ୍ରାମ ଧନଖେଲି ଥାନା ରୋପବାସ ,ଜିଲ୍ଲା ଭରତପୁର୍ ରାଜସ୍ଥାନ ରାଜ୍ୟର ଗଞ୍ଜେଇ ମାଫିଆ କୁ ଧରିବାରେ ସକ୍ଷମ ହୋଇଛନ୍ତି ଦୁଇ ଗୋଟି ଵେଗେ ରେ ୨୩ କେଜି ୩୯୦ ଗ୍ରାମ ଗଞ୍ଜେଇ ଜବତ କରିଛି ମୁନିଗୁଡା ପୋଲିସ ଏହା ବାହାର ରାଜ୍ୟକୁ ଚାଲାନା କରୁଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ଏଥିସହିତ ଗଞ୍ଜେଇ ଚାଲାଣ କାରି ବିକାଶ ସିଂ କୁ କେସ୍ ନଂ ୩୦୬/୨୦୨୩ ଦଫା ରୁଜୁକରି ଆଜି କୋର୍ଟ ଚାଲାଣ କରିଥିବା ମୁନିଗୁଡ଼ା ପୋଲିସ ଏସ୍ ଆଇ ନରେନ୍ଦ୍ର ବେହେରାଙ୍କ,ତରଫରୁ କୁହାଯାଇଛି।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ