।। ରୂପାନ୍ତରିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୋପାଳପୁର ଲୋକାର୍ପଣ ।।

Jan 30, 2024 - 18:45
 0  56
।। ରୂପାନ୍ତରିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ  ବିଦ୍ୟାଳୟ ଗୋପାଳପୁର ଲୋକାର୍ପଣ ।।

କଳାହାଣ୍ଡି ଜିଲ୍ଲାର ୭୩ ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁ ଆଭାସି ମାଧ୍ୟମରେ ଲୋକାର୍ପଣ କରାଯାଇଛି l କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଗୋପାଳପୁରଗ୍ରାମ ପଞ୍ଚାୟତ ଅଧିନସ୍ଥ ଗୋପାଳପୁର ସରକାରୀ ବାଳିକା ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ମଧ୍ୟ ଆଭାସି ମାଧ୍ୟମରେ ରୂପାନ୍ତରିତ ହୋଇ ଲୋକାର୍ପଣ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ ରବୀନ୍ଦ୍ର ସେଠୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଲୋକାର୍ପଣ ସମାରୋହରେ ମୁଖ୍ୟ ଅତିଥି ଭାବେ କନିଷ୍ଟ ଯନ୍ତ୍ରୀ ଶ୍ରୀଯୁକ୍ତ ସତ୍ୟ ନାରାୟଣ ବେହେରା ଯୋଗଦେଇଥିଲେ । ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରୀମାନେ ଉପସ୍ଥିତ ଥିଲେ। ଏହା ଫଳରେ ବିଦ୍ୟାଳୟରେ ଶିକ୍ଷାଦାନରେ ଆହୁରି ଅଗ୍ରଗତି କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି।ଏହା କୁ ନେଇ ଚର୍ଚ୍ଚା ବିଷୟ ପାଲଟିଛି l

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମକୁନ୍ଦ ନାଏକ ଙ୍କ ରିପୋର୍ଟ୍ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ