।। ରାୟଗଡ଼ା ଜିଲ୍ଲା ଡମସମାଜ ଆନୁକୂଲ୍ୟରେ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟରେ ଶାନ୍ତି ପୂର୍ଣ୍ଣ ଭାବେ ଗଣ ଧାରଣା ।।

Mar 15, 2024 - 12:07
 0  7
।। ରାୟଗଡ଼ା ଜିଲ୍ଲା ଡମସମାଜ ଆନୁକୂଲ୍ୟରେ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟରେ ଶାନ୍ତି ପୂର୍ଣ୍ଣ ଭାବେ ଗଣ ଧାରଣା ।।

ଆଜି ଦିନ ଏଗାର ଘଣ୍ଟା ସମୟରେ ରାୟଗଡ଼ା ଜିଲ୍ଲା ଡମସମାଜ ଆନୁକୂଲ୍ୟରେ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟରେ ଶାନ୍ତି ପୂର୍ଣ୍ଣ ଭାବେ ଗଣ ଧାରଣା ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ପ୍ରାୟ ଏକ ହଜାରରୁ ଅଧିକ ସଂଖ୍ୟାରେ ପୁରୁଷ ଓ ମହିଳାମାନେ ସାମିଲ ହୋଇ ଥିଲେ। ବିଗତ ଦିନର ସରକାରଙ୍କ ଦୃଷ୍ଟି ଆକର୍ଷଣକୁ ରାୟଗଡ଼ା ଜିଲ୍ଲା ଡମସମାଜ ପନ୍ଦର ଦଫା ଦାବି ପତ୍ର ଜିଲ୍ଲା ପାଳ ଙ୍କ ଜରିଆରେ, ମୂଖ୍ୟ ମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ପ୍ରେରଣ କରିଥିଲେ, ଏଵଂ ରାୟଗଡ଼ା ଜିଲ୍ଲା ଡମସମାଜ ର ନେତୃବୃନ୍ଦ ଭୂଵନେଶର ଯାଇ ମୂଖ୍ୟ ମନ୍ତ୍ରୀ ଙ୍କୁ ଓ ପାଣ୍ଡିଆ ନ୍ ଙ୍କୁ ମିଶିବାକୁ ଯାଇଥିଲେ। ମାତ୍ର ମୂଖ୍ୟ ମନ୍ତ୍ରୀ ଙ୍କୁ ଦେଖା ପାଇଁ ଅନୁମତି ପାଇ ନଥିଲେ। ଫଳରେ ବିଭାଗରେ ଅଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ଆଜକୁ ଦିର୍ଘ ଦିନ ଧରି ଏହାର କୋୖଣସି ପଦକ୍ଷେପ ନେଉନଥିବା ଯୋଗୁଁ। ରାୟଗଡ଼ା ଜିଲ୍ଲା ଡମସମାଜ ଆନୁକୂଲ୍ୟରେ ବାଧ୍ୟ ହୋଇ ଶାନ୍ତି ପୂର୍ଣ୍ଣ ଗଣ ଧାରଣା ଅନିର୍ଦ୍ଦିଷ୍ଟ କାଳ ପାଇଁ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟରେ ଆରମ୍ଭ ହେଇଥିଲା। ଏହି ସମାବେଶରେ ରାୟଗଡ଼ା ଜିଲ୍ଲା ଡମସମାଜ ର, ସଭାପତି ଶ୍ରୀ ଧନୀରାମ ନାୟକ, ସମ୍ପାଦକ ଶ୍ରୀ ଜନାର୍ଦ୍ଦନ ଗରଡା, ଶ୍ରୀ ବୃନ୍ଦାବନ ନାୟକ, ନରେନ୍ଦ୍ର ନାୟକ, ରାମଦାସ ନାୟକ,ରାମ ଗରଡା,ଫିଲିଵନ ନାୟକ,ଵିଶୁ ଖୋସଲା, ଜଳନ୍ଧର ଗରଡା, ଭାଗିରଥି ହଲଵା, ଜିତୁ ନାୟକ, ଗୋବିନ୍ଦ ନାୟକ,ରାମ ମୂର୍ତ୍ତି ନାୟକ, ଯୁଧିଷ୍ଠିର ନାୟକ,ମହୋନ ମହାନନ୍ଦିଆ, ଉପେନ୍ଦ୍ର ନାୟକସହିତସମାଜ ସେବୀ ଓ ଡମସମାଜ ର ଉପଦେଷ୍ଟା ଶ୍ରୀ ତେଲି ନାୟକ ଙ୍କ ସହିତ ଅନେକ ଲୋକ ଯୋଗ ଦେଇଥିଲେ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ