।। ରାୟଗଡ଼ ଡିଜିଟାଲ ମିଡିଆ ସଂଘର ଜରୁରୀ କାଳୀନ ବୈଠକ ।।

Feb 12, 2024 - 15:27
 0  28
।। ରାୟଗଡ଼ ଡିଜିଟାଲ ମିଡିଆ ସଂଘର ଜରୁରୀ କାଳୀନ ବୈଠକ ।।

ରାୟଗଡ ସଦର ମହକୁମା ପିତାମହଲସ୍ଥିତ ବନ ଦୁର୍ଗା ମନ୍ଦିର ପରିସରରେ ରାୟଗଡ଼ ଡିଜିଟାଲ ମିଡ଼ିଆ ଗ୍ରୁପ୍ ପକ୍ଷରୁ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ଜିଲ୍ଳାର ୧୧ଗୋଟି ବ୍ଳକରୁ ୮ଗୋଟି ବ୍ଲକର ସାମ୍ବାଦିକ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଯଥା କାଶୀପୁର, କଲ୍ୟାଣ ସିଂଙ୍ଗପୂର ବିଷମକଟକ, ମୁନିଗୁଡ଼ା, ରାମନାଗୁଡ଼ା, ଗୁଡ଼ାରୀ, କୋଲନରା, ରାୟଗଡ଼ ସାମ୍ବାଦିକ ବନ୍ଧୁ ମାନେ ଯୋଗ ଦେଇଥିଲେ। ପ୍ରଥମେ ପ୍ରଦିପ ପ୍ରଜ୍ଜ୍ୱଳନ କରି ଭଗବାନଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ନଡ଼ିଆ ଭାଙ୍ଗି ବୈଠକ ଆରମ୍ଭ ହୋଇଥିଲା। ଉକ୍ତ ବୈଠକରେ ରାୟଗଡ଼ ଡିଜିଟାଲ ମିଡ଼ିଆ ସଙ୍ଘର ସଭାପତି ଅନୁପସ୍ଥିତ ରହିଥିବାରୁ ଉପସଭାପତି ଖଗେଶ୍ୱର ସିଂ, ଅଞ୍ଜନ କୁମାର ନାୟକ, ଚିତ୍ତରଞ୍ଜନ ନାୟକ, ରବୀନ୍ଦ୍ର ସାହୁ ପ୍ରମୁଖ ସଭା ପରିଚାଳନା କରିଥିଲେ। ଏହି ଆଲୋଚନା ବୈଠକରେ ଗୁଡ଼ାରୀ ବ୍ଲକରୁ ଆସିଥିବା ବୋୟଜ୍ୟେଷ୍ଠ ସାମ୍ବାଦିକ ପ୍ରସାଦ ଲିମା, ମୁନିଗୁଡ଼ାରୁ ସଞ୍ଜୟ କୁମାର୍ ନାଗ, କାଶିପୁରର ରବି ନାୟକ ଓ ସତ୍ୟ ନାରାୟଣ ସାହୁ, ରାୟଗଡ଼ର ସରୋଜ କୁମାର ମହାପାତ୍ର, ପ୍ରମୁଖ ଡିଜିଟାଲ ମିଡ଼ିଆ ସଦସ୍ୟ ମାନଙ୍କ ଜରୁରୀ ବିଷୟ ଉପରେ ଆଲୋଚନା କରିବା ସହ ମାର୍ଗ ଦର୍ଶକ ଭାବରେ ଉଚିତ୍ ଓ ଅନୁଚିତ୍ ବିଷୟ ଉପରେ ଉପସ୍ଥିତ ସଦସ୍ୟ ମାନଙ୍କୁ ଅବଗତ କରାଇଥିଲେ। ସଂଘ ଗଠନ ହୋଇଛି ମାନେ ସଂଘଠୀତ ହେବା, ସଂଗଠନ କୁ ସୁଦୃଢ଼ କରିବା, ସଂଘର ସଦସ୍ୟ ମାନଙ୍କ ସୁଖ-ଦୁଃଖରେ ସାଥ ଦେବା, ସାମ୍ବାଦିକଙ୍କ ସମସ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଅବଗତ କରାଇବା ନେଇ ଆଲୋଚନା ହୋଇଥିଲା। ସମସ୍ତ ବ୍ଲକ୍ ଗୁଡ଼ିକରେ କମିଟି ଗଠନ କରାଯାଇ ସଭାପତି ଓ ସଂପାଦକ ଚୟନ ହେବା ପରେ ଜିଲ୍ଳାର ଡିଜିଟାଲ ମିଡ଼ିଆ ସଂଘ ନିମନ୍ତେ ସଭାପତି ଓ ସଂପାଦକ ଚୟନ କରାଯିବା ନେଇ ନିଷ୍ପତି ନେଇଛନ୍ତି। ଏହି କ୍ରମରେ ସିଲେକସନ୍ ନ କରି ଇଲେକ୍ସନ କରାଯାଉ ବୋଲି ନିଷ୍ପତି ନେଇଛନ୍ତି ବ୍ଲକ ସାମ୍ବାଦିକ ବନ୍ଧୁ ମାନେ। ଆଗାମୀ ଦିନରେ ସମସ୍ତ ବ୍ଲକ ଗୁଡ଼ିକରେ ଟିମ୍ ତିଆରି ହୋଇ ଜିଲ୍ଲାରେ ଡିଜିଟାଲ ମିଡିଆ ଖବର ପ୍ରଚାର ପ୍ରସାର ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ନେଇ ମତ ବ୍ୟକ୍ତ କରିଛନ୍ତି। ଏହି ଆଲୋଚନା ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ, ପ୍ରଫୁଲ୍ଲ କୁମାର ବେହେରା, ଅକ୍ଷୟ କୁମାର ପିଡିଶିକା, ସନ୍ତସ କୁମାର ବେହେରା, କୈଳାସ ଚନ୍ଦ୍ର ସ୍ୱାଇଁ, ପ୍ରସାଦ ସାହୁକାର, ସୁରେଶ ମହାପାତ୍ର ଏବଂ ଗୋପିନାଥ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଉପ ସଭାପତି ଖଗେଶ୍ୱର ସିଂ ସଭା ସାଙ୍ଗ କରିବା ସହ ଉପସ୍ଥିତ ସାମ୍ବାଦିକଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ