।। ରାସ୍ତା ପାଲଟିଛି ମରଣଯନ୍ତା:ପଡୁନି ପ୍ରଶାସନର ଦୃଷ୍ଟି ଆକର୍ଷଣ ।।

Jul 21, 2023 - 07:16
 0  15
।। ରାସ୍ତା ପାଲଟିଛି ମରଣଯନ୍ତା:ପଡୁନି ପ୍ରଶାସନର ଦୃଷ୍ଟି ଆକର୍ଷଣ ।।

ଗୁଣପୁର:(କୋରାପୁଟ ପ୍ରଥମ ଖବର) ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ୍ ଅନ୍ତର୍ଗତ ଗୁମୁଡା ଠାରେ ଦେଖିବାକୁ ମିଳୁଛି ଏହି ଭଳି ରହିଛି ପରିସ୍ଥିତି। ଉକ୍ତ ରାସ୍ତାଟି ଗୁମୁଡ଼ା ଠାରୁ ବିନଦୋ ନଗର ସହ ଦୁଇରୁ ତିନି ଖଣ୍ଡ ଗ୍ରାମକୁ ଜଗାଯୋଗ କରୁଛି। ଏହି ରାସ୍ତା ଦେଇ ସହ ସହ ଲୋକ ଯାତାୟାତ ହୁଅନ୍ତି ଓ ଏହି ରାସ୍ତାରେ ସ୍କୁଲ, କଲେଜ, ପୋଲିସ ଫାଣ୍ଡି , ଫାୟାର ଷ୍ଟେସନ ରହିଛି। ଏହି ରାସ୍ତା ଦେଇ ଯାଉଥିବା ସ୍କୁଲ କଲେଜ ପିଲା ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ମାସ ହେବ ଏହି ରାସ୍ତାଟି ଏହି ଭଳି ପଡ଼ିରହିଛି । ବର୍ଷା ଦିନ ହେଲେ ରାସ୍ତାରେ ଯିବା ଆସିବା ସମସ୍ତଙ୍କ ପାଇଁ ମରଣଯନ୍ତା ପାଲଟିଛି କାହିଁକି ପ୍ରଶାସନର ଦୃଷ୍ଟି ଆକର୍ଷଣ ହୋଇନାହିଁ ବୋଲି ଚର୍ଚ୍ଚାର ବିଷୟ ପାଲଟିଛି। ଯଦି ପ୍ରଶାସନ ଏହି ରାସ୍ତାଟିକୁ ମରାମତି କରିବା ପାଇଁ ସାହି ବାସିନ୍ଦା ଦାବି କରୁଛନ୍ତି। ସେହି ରାସ୍ତା ମରାମତି କରିଲେ ଉକ୍ତ ଅଞ୍ଚଳର ଲୋକେ ଓ ସ୍କୁଲ୍ କଲେଜର ଛାତ୍ର ଛାତ୍ରୀ ଯିବା ଆସିବାରେ କୌଣସି ଅସୁବିଧା ହେବନାହିଁ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତ।

ରାୟଗଡା ଜିଲ୍ଲାରୁ ଜଗନ୍ନାଥ ଖୋସ୍କା ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ