।। ରାଷ୍ଟ୍ରୀୟ ଏକାଡେମୀ ଅଫ ସାକ୍ଷରତା ମିଶନ ନୂଆଦିଲ୍ଲୀ ପକ୍ଷରୁ ପ୍ରତିଭା ସମ୍ମାନ-2023 ର ସମ୍ମlନିତ ।।

Dec 30, 2023 - 16:50
 0  17
।। ରାଷ୍ଟ୍ରୀୟ ଏକାଡେମୀ ଅଫ ସାକ୍ଷରତା ମିଶନ ନୂଆଦିଲ୍ଲୀ ପକ୍ଷରୁ ପ୍ରତିଭା ସମ୍ମାନ-2023 ର ସମ୍ମlନିତ ।।

ନୂଆପଡା : ରାଷ୍ଟ୍ରୀୟ ଏକାଡେମୀ ଅଫ ସାକ୍ଷରତା ମିଶନ (ଏନ.ଏ.ଏସ.ଏମ) ନୂଆଦିଲ୍ଲୀ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ସଦନ ଠାରେ ବିଶ୍ୱ ସ୍ତରୀୟ ପ୍ରତିଭା ସମ୍ମାନ - 2023 ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଅବସରରେ ବି.ଏମ.ସି. ମେୟର ସୁଲଚନା ଦାସ ମୁଖ୍ୟ ଅତିଥି ଥିବାବେଳେ ସମ୍ମାନିତ ଅତିଥି ଭାବରେ ରାଷ୍ଟ୍ରୀୟ ଏକାଡେମୀ ଅଫ ସାକ୍ଷରତା ମିଶନ ନୂଆଦିଲ୍ଲୀର ସାଧାରଣ ନିର୍ଦେଶକ, ଅଞ୍ଜୁରେଲ ଶେଖ, ନିର୍ଦ୍ଦେଶକ ଜ୍ୟୋତିକା ସରକାର, (ଏନ.ଏ.ଏସ.ଏମ) ରାଜ୍ୟ ସଭାପତି କବିତା ଖରା, (ଏନ.ଏ.ଏସ.ଏମ)ର ରାଜ୍ୟ ସମ୍ପାଦିକା ସରିତା ରାଜପୁତ ଏବଂ ରଞ୍ଜନ କୁମାର ଦାସ, ଓଡିଶା ଡିଜିଟାଲ ମିଡିଆ ମହାସଙ୍ଘର ଭେମପ୍ରଦ ଶ୍ରୀନିବାସ ରେଡ୍ଡୀ, ମେଘା ରାଣୀ, ଡା. ବଦ୍ରି ନାରାୟଣ ଅଧିକାରୀ, ମନୋଜା ମଞ୍ଜରୀ ରାୟ, ଚଳଚିତ୍ର ଅଭିନେତା ଶ୍ରୀ ଅଶ୍ରୁମୋଚନ ମହାନ୍ତି ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚାସିନ ଥିଲେ l ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ 2023ରେ ଭିଭିନ୍ନ ପ୍ରତିଭା ଯଥା : ନୃତ୍ୟକାର, ଗଳ୍ପ, ଗାଳ୍ପିକ, ସଙ୍ଗୀତକାର, ଶିଶୁ ଆଇନଜୀବି, ସମାଜ ସେବୀ, ଶିକ୍ଷ୍ୟାବିତ, ଚଳଚିତ୍ର ଅଭିନେତା, ଖେଳ, ଯୋଗାସନ, ନାରୀ ଶକ୍ତି, ଯୁବଶକ୍ତି ଆଦି ତଥା ଆହୁରି ଅନେକ କ୍ଷେତ୍ରରେ ଲୁକାୟିତ ପ୍ରତିଭା ମାନଙ୍କୁ ପୁରସ୍କକୃତ କରାଯାଇ ଥିଲା l ଏହି ପରିପ୍ରେକ୍ଷୀରେ ପ୍ରଫୁଲ୍ଲା ଚରଣ ନାୟକ, ଯେ କି ଖରିଆର ରୋଡ ସ୍ଥିତ ବେସରକାରୀ ସ୍କୁଲର ନିର୍ଦ୍ଦେଶକ / ପ୍ରିନ୍ସିପାଲ୍ ଏବଂ ଉଚ୍ଚକୋଟୀର ଶିକ୍ଷାବିତ ଅଟନ୍ତି ତାଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ କରିବା ପାଇଁ ପତ୍ର ମାଧମରେ ଭୁବନେଶ୍ୱରକୁ ଡାକର ଆସିଥିଲାବେଳେ ତାଙ୍କୁ ସୀଲଡ଼ ଏବଂ ଟ୍ରଫି ସାମ୍ମନାରେ ସମ୍ମାନିତ କରାଯାଇଥିଲା l ଶ୍ରୀ ନାୟକ ଉଚ୍ଚ କୋଟିର ମ୍ୟାନ୍ ଅଫ୍ ଡିସପ୍ଲାଇନ୍, ଗତ 25 ବର୍ଷରୁ ଶିକ୍ଷା କ୍ଷେତ୍ରରେ ଜଣେ ସମ୍ମାନୀୟ ଶିକ୍ଷାବିତ୍ ହୋଇ ସମାଜ ପାଇଁ ଏକ ଉଦାହରଣ ଶୃଷ୍ଟି କରିଛନ୍ତି ବୋଲି ମଞ୍ଚାସିନ ଅତିଥି ମାନେ ସହୃଦୟର ସହ ସମ୍ମାନ ଜଣାଇଥିଲେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ