।। ରାଣୀପଦର ଇନ୍ଦ୍ରାବତୀ ନଦୀ ବାଣ୍ଡି ଘାଟ ଠାରେ ବ୍ରିଜ ପାଇଁ ଅଂଚଳ ବାସୀ ଅଭିଯୋଗ ।।

Sep 24, 2023 - 07:00
 0  78
।। ରାଣୀପଦର ଇନ୍ଦ୍ରାବତୀ ନଦୀ ବାଣ୍ଡି ଘାଟ ଠାରେ ବ୍ରିଜ ପାଇଁ ଅଂଚଳ ବାସୀ ଅଭିଯୋଗ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଳଝାପି ପଞ୍ଚାୟତ ରାଣୀପଦର ଗ୍ରାମ ର ବାଣ୍ଡିଘାଟ ଇନ୍ଦ୍ରାବତୀ ନଦୀ ରେ ବ୍ରିଜ ପାଇଁ ସରକାରଙ୍କ ପାଖରେ ଅଭିଯୋଗ କରି ଛନ୍ତି ଗଣମାଧ୍ୟମ ମଧ୍ୟରେ ତାହା କଣ ଆପଣ ମାନେ ଦେଖିଲେ ହିଁ ଜାଣିବେ lବର୍ଷ ବର୍ଷ ଧରି ବସବାସ କରି ରହୁଥିବା ଗ୍ରାମ ବାସୀ ଇନ୍ଦ୍ରାବତୀ ନଦୀ ଉପରେ ନିର୍ଭର କରି ଦୈନଦିନ ଆବଶ୍ୟକ ପଡୁଥିବା ସାମଗ୍ରୀ କିମ୍ବା ଗାଁ ରୁ ବାହାରୁ କିଛି କାମ ପଡିଲେ ନଦୀ ପାର ହୋଇ ଯିବାକୁ ପଡିଥାଏ l ଏହି ନଦୀ 5/7ଟି ଗାଁକୁ ବନ୍ଦି କରି ରଖିଛି l ବର୍ଷା ଦିନରେ ନଦୀ ପାରହେବା ସମୟରେ ନିଜ ଜୀବନ କୁ ମରଣ ଆଡକୁ ଡାକିଲା ଭଳି ହୋଇଥାଏ l ଆପଣ ମାନେ ଶୁଣିଲେ ବିଶ୍ୱାସ କରିବେନି ନଦୀ ରେ ନଦୀ ପାର ହେବା ସମୟରେ ବହୁ ଲୋକଙ୍କୁ ଭସାଇ ନେଇ ଥିବl ସୂଚନା ମିଳିଛି l ଏଥି ପାଇଁ ଗ୍ରାମ ବାସୀ ବ୍ରିଜ ପାଇଁ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ବିଧାୟକ, ସାଂସଦ ପର୍ଯ୍ୟନ୍ତ ଗୁହାରି କରିବା ସହ ଲିଖିତ ଅଭିଯୋଗ ମଧ୍ୟ କରିବା ପରେ ବି କିଛି ସୁଫଳ ମିଳି ନ ଥିବା ଅଭିଯୋଗ ଆଣିଛନ୍ତି l ମାଲ ମାଲ ନେତା ଅଫିସର ବାବୁ ଗାଁ କୁ ଯାଇ ତର୍ଜମା କରି ଦେଖିଲା ପରେ ବି କିଛି ନାହିଁ କେବଳ ହେବ ହେବ ବୋଲି ସାଧାରଣ ଲୋକଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଅଣ ଦେଖା କରୁଛନ୍ତି ବୋଲି ପ୍ରକାଶ କରିଥିଲେ l ବ୍ରିଜ ପାଇଁ ଗ୍ରାମ ବାସୀ ଆକୁ ତାକୁ ଜଣାଇ ନିରାଶ ହୋଇ ଭଟବର୍ଜନ ମଧ୍ୟ କରିଥିବା ଜଣାଇଥିଲେ l ଆମ କଣ ସରକାର ଙ୍କୁ ଭଟ ଦେଉନି କି ଆମକୁ କାହିଁକି ସରକାର ବ୍ରିଜ ଗୋଟେ ଦେଉନାହାନ୍ତି ବହୁ ଦୁଃଖ କଷ୍ଟରେ ଜୀବନ ଜାପନ କରି ବଞ୍ଚି ଆସୁଛୁ l ଆମର ଯିବା ଆସିବା ପାଇଁ ହେଲେ ଏକ ମାତ୍ର ରାସ୍ତା କୁମାରକାନି ଠାରୁ ରାଣୀପଦର ଯିବା ମଝୀ ରେ ଏକ ଇନ୍ଦ୍ରାବତୀ ନଦୀ ଆମକୁ ଘେରି ରହିଛି l ତେଣୁ ପିଲାମାନେ ଶିକ୍ଷା, ସ୍ୱାସ୍ଥ୍ୟ, ସାମଗ୍ରୀ, ଯାତାୟତ କରିବା ଅସୁବିଧା ସହିତ କଷ୍ଟ ବଞ୍ଚି ଆସୁଛନ୍ତି l ସରକାର ଖାଲି ଆମ ଠାରୁ ଭଟ ନେବl ପାଇଁ ଖାଲି ନିର୍ବାଚନ ସମୟରେ ଆସିବେ ମିଠା ମିଠା କଥା କହି ଭଟ ହାତେଇବା ଖାଲି ଜାଣି ଛନ୍ତି କିନ୍ତୁ ଆମ କୁ ଗୋଟେ ବ୍ରିଜ ଦରକାର ବୋଲି କହି ନିରାଶ ହେଲୁଣି ହେଲେ ଆମର କଥା କୁ ଶୁଣିବାକୁ ନାରାଜ ଆମେ ଆଉ କାହା କୁ ଜଣାଇବୁ ଭଟ ବେଳେ ଆଗ କାମ ବେଳେ ଅଣ ଦେଖା lକିଛି ନ ଦେଲେ ବ୍ରିଜ ଗୋଟେ ଆମର ଆବଶ୍ୟକ ବୋଲି ଅଭିଯୋଗ କରିଥିଲେ l ଏହି କଥା କୁ ନେଇ ଗଣ ମଧ୍ୟରେ ପ୍ରକାଶ ହେଲା ପରେ କଣ ହେଉଛି ତାହା ସମୟ କୁ ଅପେକ୍ଷା ରହିଲା ।

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ