ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ରେ ଉଲ୍ଲେଖନୀୟ ସଫଳତା

Nov 16, 2025 - 19:42
 0  20
ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ରେ ଉଲ୍ଲେଖନୀୟ ସଫଳତା

ମାଲକାନଗିରି, ୧୬/୧୧/୨୫: ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ରେ ମାଲକାନଗିରି ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଜିଲ୍ଲା ରୁ ଉଚ୍ଚ ମାଧ୍ୟମିକ ବର୍ଗ ଚିତ୍ରାଙ୍କନରେ ଓଡିଶା ଆଦର୍ଶ ବିଦ୍ୟାଳୟ ଗୁଣ୍ଡୁରୀ ଗୁଡା ର ଛାତ୍ରୀ ଲିସ୍ପିତା ଦଳପତି ପ୍ରଥମ ସ୍ଥାନ, ଆଦର୍ଶ ଜାତିସଂଘ ରେ ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ବାଲିମେଳା ନବମ ଶ୍ରେଣୀ ଛାତ୍ର ସୌରଭଜିତ ପ୍ରଧାନ ପ୍ରଥମ ସ୍ଥାନ ଏବଂ ଉଚ୍ଚ ମାଧ୍ୟମିକ ବର୍ଗ ପ୍ରବନ୍ଧ ଲିଖନ ରେ ଉନିକ୍ରିଷ୍ଣ ନେଲୁରୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।ସେହିପରି ପ୍ରଧାନମନ୍ତ୍ରୀ ପୋଷଣ ଚିତ୍ରକଳା ବରିଷ୍ଠ ବିଭାଗ ରେ ଆଦର୍ଶ ବିଦ୍ୟାଳୟ ଗୁଣ୍ଡୁରୀଗୁଡା ଛାତ୍ର ସିଦ୍ଧିକାନ୍ତ ପଲାଇ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କନିଷ୍ଠ ବିଭାଗ ରେ ଆହିଲରାଜ ବେନ୍ୟା ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି । କନିଷ୍ଠ ବିଭାଗ ଦିବ୍ୟାଙ୍ଗ ଚିତ୍ରାଙ୍କନ ବର୍ଗ ରେ କୁମାରପୁଟ ପ୍ରାଥମିକ ବିଦ୍ୟାଳୟ ର ପଞ୍ଚମ ଶ୍ରେଣୀ ଛାତ୍ରୀ ଶୁଭଶ୍ରୀ ମଲ୍ଲିକ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିଭଳି ମାଲକାନଗିରି ଜିଲ୍ଲା ର ସାଂସ୍କୃତିକ ଦଳର ପ୍ରଦର୍ଶନ ଉଚ୍ଚକୋଟି ର ରହି ଥିବା ବେଳେ ଜିଲ୍ଲା ସ୍ୱତନ୍ତ୍ର ଜୁରୀ ପୁରସ୍କାର ବର୍ଗ ରେ ସମଗ୍ର ରାଜ୍ୟରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛି । ଏହି ସଫଳତା ରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ପ୍ରକଳ୍ପ ସଂଯୋଜକ ସମଗ୍ରଶିକ୍ଷା ଚିତ୍ତରଞ୍ଜନ ପାଣିଗ୍ରାହୀ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ , ଭାଗୀରଥି ବେହେରା ରାଜ୍ୟସ୍ତର ରେ କୃତୀ ଛାତ୍ର ଛାତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଉଲ୍ଲେଖ ଯୋଗ୍ୟ ଜିଲ୍ଲା ରୁ ବିଭିନ୍ନ ବିଭାଗ ରୁ ଅଠାବନ ଜଣିଆ ଛାତ୍ର ଛାତ୍ରୀ ଦଳ ଏହି ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ରେ ଅଂଶଗ୍ରହଣ କରି ଥିଲେ । ଯାହାକି ନଭେମ୍ବର ଚଉଦ ରୁ ଷୋହଳ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିଲା । ଏହି ସଫଳତା ନିମନ୍ତେ ସମଗ୍ରଶିକ୍ଷା ଶୈକ୍ଷିକ ସଂଯୋଜକ ଶେଷଶଙ୍କର ମହାଲିକ ଓ ପରାମର୍ଶ ଦାତା ସୀତାରାମ ଗୌଡ଼ ଙ୍କ ସହଯୋଗ ରେ ଷୋହଳ ଜଣ ସହଯୋଗୀ ଶିକ୍ଷକ ଅଂଶଗ୍ରହଣ କରି ଥିବା ବେଳେ ବରିଷ୍ଠ ଶିକ୍ଷକ ପ୍ରମୋଦ କୁମାର ସେନାପତି ଏବଂ ଦେବରାଜ ସେଠୀ ନେତୃତ୍ୱ ନେଇ ଥିଲେ । ଜିଲ୍ଲା ଶିକ୍ଷା ବିଭାଗ ରେ ଏହି ରାଜ୍ୟ ସ୍ଥରୀୟ ସଫଳତା ପାଇଁ ଶୁଭେଚ୍ଛା ର ସୁଅ ଛୁଟିଛି ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ