।। ରାଜ୍ୟ ସନ୍ତରଣ ମିଟ ରେ ଯୋଗଦେବେ ମୟୂରଭଞ୍ଜର ୧୬ ଯୁବ ସନ୍ତରଣ କ୍ରୀଡ଼ାବିତ ।।

Jul 18, 2024 - 21:01
 0  10
।। ରାଜ୍ୟ ସନ୍ତରଣ ମିଟ ରେ ଯୋଗଦେବେ ମୟୂରଭଞ୍ଜର ୧୬ ଯୁବ ସନ୍ତରଣ କ୍ରୀଡ଼ାବିତ ।।

ବାରିପଦା:୧୮.୦୭.୨୦୨୪// ରାଜ୍ୟ କ୍ରୀଡା ବିଭାଗ ଏବଂ ଓଡିଶା ସନ୍ତରଣ ଆସୋସିଏସନର ମିଳିତ ଉଦ୍ୟମରେ ଆଜି ମୟୂରଭଞ୍ଜ ସଦର ମହକୁମା ବାରିପଦା ସ୍ଥିତ ବିଜୁ ପଟନାୟକ ସନ୍ତରଣାଗାରର ୧୬ ଜଣ ଜିଲ୍ଲା ସ୍ତରୀୟ ସନ୍ତରଣ କ୍ରୀଡ଼ାବିତ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟ ସନ୍ତରଣ ମିଟରେ ଯୋଗଦାନ କରିବାକୁ ଯାଇଛନ୍ତି. ଏହି ୧୬ ଜଣିଆ ଦଳରେ ୧୧ ଜଣ ବାଳକ ଓ ୫ ଜଣ ବାଳିକା ଥିବାର ସୂଚନା, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅବନୀ ମୋହନ ମହାନ୍ତି ଦେଇଛନ୍ତି. ଏହି ରାଜ୍ୟ ସ୍ତରୀୟ ସନ୍ତରଣ ମିଟ ରେ ବଟରଫ୍ଲେ, ୧୦୦ ମି, ୨୦୦ ମି ବ୍ୟାକ ଷ୍ଟ୍ରୋକ, ଫ୍ରି ଷ୍ଟାଇଲ ଭଳି ବିଭିନ୍ନ ସନ୍ତରଣ କ୍ରୀଡା ବିଭାଗରେ କ୍ରୀଡ଼ାବିତ ମାନେ ଅଂଶଗ୍ରହଣ କରିବେ.ଜିଲ୍ଲାପାଳଙ୍କ ତରଫରୁ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଏହି ଯୁବ ଉଦୀୟମାନ ସନ୍ତରଣ କ୍ରୀଡ଼ାବିତ ମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଯାଇଛି ।

ମୟୂରଭଞ୍ଜ, ବାରିପଦାରୁ -ଗୌର ଦାସଗିରିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ