ରାଖେଲଗୁଡ଼ା ମୃତକଙ୍କ ପରିବାର ଓ ଦଙ୍ଗା ପୀଡ଼ିତଙ୍କୁ ଅରବିନ୍ଦ ଢ଼ାଲିଙ୍କ ସହାୟତା ପ୍ରଦାନ; ଭାଇଚାରା ବଜାୟ ରଖିବାକୁ କଲେ ନିବେଦନ
ମାଲକାନଗିରି,୧୮/୧ ଗତ ମାସରେ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଳକ୍ ଅନ୍ତର୍ଗତ ରାଖେଲଗୁଡ଼ାରେ ଘଟିଥିବା ହତ୍ୟାକାଣ୍ଡ ଓ ପରବର୍ତ୍ତୀ ସମୟରେ ରାଖେଲଗୁଡ଼ା ଓ ଏମଭି-୨୬ ମଧ୍ୟରେ ଘଟିଥିବା ହିଂସାକାଣ୍ଡରେ କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ପ୍ରଦାନ କରିଛନ୍ତି ମାଲକାନଗିରିର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଅରବିନ୍ଦ ଢ଼ାଲି।ଶ୍ରୀ ଢ଼ାଲିଙ୍କ ପୁତୁରା ଅମିତ୍ ଢ଼ାଲି ଆଜି ଉଭୟ ଗ୍ରାମ ଗସ୍ତ କରି ଅରବିନ୍ଦ ଢ଼ାଲି ଗ୍ୟାସ ସିଲିଣ୍ଡର ପାଇଁ ଦେଇଥିବା ଏମଭି-୨୬ ଗ୍ରାମର ୧୮୯ଟି ପରିବାରଙ୍କୁ ୧ ଲକ୍ଷ ୭୭ ହଜାର ୩ଶହ ଓ ରାଖେଲଗୁଡ଼ା ଗ୍ରାମର ମୃତ ମହିଳା ଲାକେ ପଡ଼ିଆମୀଙ୍କ ପୁଅ ରବିଙ୍କୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ।ରାଜ୍ଯ ସରକାରଙ୍କ ପକ୍ଷରୁ ଏମଭି-୨୬ ଗ୍ରାମର କ୍ଷତିଗ୍ରସ୍ତ ପରିବାରଙ୍କୁ ୭୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ରାଶିକୁ ପୂର୍ବତନ ମନ୍ତ୍ରୀ ଶ୍ରୀ ଢ଼ାଲି ଖୁବ୍ କମ ବୋଲି ପ୍ରକାଶ କରିବା ସହ କ୍ଷତିଗ୍ରସ୍ତ ପ୍ରତ୍ୟେକ ପରିବାରଙ୍କୁ ୧୦ ଲକ୍ଷ ଟଙ୍କା ଓ ଆବାସ ଯୋଜନାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିବେଦନ କରିଛନ୍ତି।ଏଥିସହ ହତ୍ୟା ଘଟଣାର ସିବିଆଇ ତଦନ୍ତ ମଧ୍ଯ ଦାବି କରିଛନ୍ତି ଶ୍ରୀ ଢ଼ାଲି।ମାଲକାନଗିରି ଜିଲ୍ଲାରେ ବସବାସ କରୁଥିବା ସମସ୍ତେ ଭାଇଚାରା ବଜାୟ ରଖିବାକୁ ନିବେଦନ କରିଛନ୍ତି ଶ୍ରୀ ଢ଼ାଲି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0