।। ରଣ ହୁଙ୍କର ରେ ଓହ୍ଲାଇଲା ବିଜେଡି ଲମତାପୁଟ ବ୍ଲକ ଯୁବ ବିଜେଡ଼ି ।।

ବିଜେଡି ତରଫରୁ କୋରାପୁଟ ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରତିନିଧି କୌଶଲ୍ୟା ହିକକା ଏବଂ କୋରାପୁଟ ପୂର୍ବତନ ବିଧାୟକ ତଥା ଚଳିତ ନିର୍ବାଚନ ର ବିଧାୟକ ପ୍ରାର୍ଥୀ ରଘୁରାମ ପଡ଼ାଲ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ରେ ପାଛୋଟି ନେଇଥିଲେ ବ୍ଲକ ର ହଜାର ହଜାର କର୍ମୀ। କୋରାପୁଟ ନିର୍ବାଚନ ମଣ୍ଡଳୀ ର ଭାତ ହାଣ୍ଡି କୁହାଯାଉଥିବା ଲମତାପୁଟ ବ୍ଲକ ରେ ବିଜେଡି ର ରଣ ହୁଙ୍କାର ଦେଖିକିବାକୁ ମିଳିଛି।ଆଜି ହାଜର ହଜାର ସଂଖ୍ୟା ରେ ବିଜେଡ଼ି ର କର୍ମୀ ଏକ ବିଶାଳ ମଟର ସାଇକେଲ ରାଳି ରେ ଲମତାପୁଟ ସହର ର ମାଳି ସାହି ରୁ ମଲେଙ୍ଗା ଗ୍ରାମ ଛକ ପର୍ଯ୍ୟନ୍ତ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି l ମାଲେଙ୍ଗ ଛକ ରେ ଯୁବ କର୍ମୀଙ୍କୁ ନେଇ ସାଧାରଣ ସଭା ଆୟୋଜିତ ହୋଇଥିଲା ସେଠାରେ ସାଂସଦ ପ୍ରାର୍ଥୀନୀ ଓ ବିଧାୟକ ପ୍ରାର୍ଥୀ ବିଜେଡ଼ି ର ତଥା ରାଜ୍ୟ ସରକାର ଙ୍କ ବିକାଶ କଥା କହି ଭୋଟ ଭିକ୍ଷା କରିଥିଲେ। ଏବଂ କଂଗ୍ରେସ ଓ ବିଜେପି ଉପରେ ଖୁବ୍ ବର୍ଶୀ ଥିଲେ।ଅଞ୍ଚଳ ର ବିକାଶ କାର୍ଯ୍ୟ ରେ କଂଗ୍ରେସ ସବୁ ବେଳେ ବାଧକ ସାଜି ଆସିଛି।ଏବଂ କେନ୍ଦ୍ର ସରକାର ଓଡ଼ିଶା କୁ ସବୁ ବେଳେ ଅଣ ଦେଖା କରି ଆସିଛି।ଏଭଳି କହି ଭୋଟ ଭିକ୍ଷା କରିଛନ୍ତି ।
ଲମତାପୁଟ ରୁ ସୁବାଷ ମାଳି ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






