।। ରକ୍ତବୀର ଶିକ୍ଷକ କିଶୋର ସମ୍ୱର୍ଦ୍ଧିତ ।।

ନୂଆପଡ଼ା : ପଦ୍ମପୁର ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହଯୋଗ ତରଫରୁ ସ୍ଥାନୀୟ ସିଦ୍ଧି ବିନାୟକ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ପ୍ରଥମ ବାର୍ଷିକ ପ୍ରତିଷ୍ଠା ଦିବସ ଅବସରରେ ନୂଆପଡ଼ା ଜିଲ୍ଲାର ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କାର୍ଯ୍ୟରତ ରକ୍ତବୀର ଶିକ୍ଷକ କିଶୋର କୁମାର ପରିଡ଼ାଙ୍କୁ ଶିକ୍ଷା, ସମାଜସେବା ଏଵଂ ସ୍ବେଚ୍ଛାକୃତ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସମ୍ୱର୍ଦ୍ଧିତ କରଯାଇଥିଲା। ମୁଖ୍ୟ ଅତିଥି ସ୍ଥାନୀୟ ବିଧାୟିକା ପଦ୍ମପୁର ବର୍ଷା ସିଂ ବରିହା, ସମ୍ମାନୀତ ଅତିଥି ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ଆଇ.ଆଇ.ସି, ପଦ୍ମପୁର ମମତା ନାଏକଙ୍କ କରକମଳରେ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ସହଯୋଗ ଅନୁଷ୍ଠାନ ପଦାଧିକାରୀ, ସଦସ୍ୟ ସଦସ୍ୟା, ସମ୍ପର୍କ ଅନୁଷ୍ଠାନ ନୂଆପଡାର ପଦାଧିକାରୀ ମାନଙ୍କ ଉପସ୍ଥିତିରେ ମାନପତ୍ର, ଉପଢୌକନ ଏବଂ ସ୍ମୃତି ଫଳକ ପ୍ରଦାନ କରାଯାଇ ଆଗମୀ ଦିନରେ ଏହିଭଳି ଜନହିତକର କାର୍ଯ୍ୟ ଜାରି ରଖିବା ପାଇଁ ଉତ୍ସାହିତ କରାଯାଇଥିଲା । ଅନୁଷ୍ଠାନ ତରଫରୁ ଅନୁଷ୍ଠାନର ପ୍ରତିଷ୍ଠା ଦିବସରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରଯାଇଥିଲା । ନିୟମିତ ରକ୍ତଦାତା ଶିକ୍ଷକ ସ୍ବେଚ୍ଛାସେବୀ କିଶୋର ଅନୁଷ୍ଠାନର ଆଜି ଭଳି ଏକ ସ୍ମରଣୀୟ ଦିବସରେ ମାନବସେବା ପାଇଁ ସମ୍ୱର୍ଦ୍ଧିତ କରିଥିବାରୁ ଅନୁଷ୍ଠାନର ସଭାପତି ରମଣୀ ରଂଜନ ପାଗଡ଼ା, ସଚିବ ତାପସ କୁମାର ନାୟକ ଏଵଂ ସଦସ୍ୟ ସଦସ୍ୟା ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ଏଵଂ ସମାଜସେବା ପରି ଜନହିତକର କାମକୁ ନିରନ୍ତର ଜାରି ରଖିବା ପାଇଁ ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ରକ୍ତଦାତା ବୀର ଵୀରଙ୍ଗନା ଏବଂ ଯୁବକ ଯୁବତୀ ମାନଙ୍କୁ ଅନୁରୋଧ କରିଥିଲେ । ସୂଚନାଯୋଗ୍ୟ କିଶୋର କୁମାର ପରିଡ଼ା ୧୯୯୩ ମସିହାରୁ ସ୍ବେଚ୍ଛାକୃତ ରକ୍ତଦାନ ତଥା ଜାତୀୟ ସେବା ଯୋଜନାର ସକ୍ରିୟ ସ୍ବେଚ୍ଛାସେବୀ ଭାବରେ କଲେଜ ପଢ଼ିବା ସମୟରୁ ସମାଜ ସେବା କର୍ଯ୍ୟରେ ଏବଂ ୨୦୦୫ ମସିହାରୁ ଶିକ୍ଷକତା କାର୍ଯ୍ଯରେ ମନୋନିବେଶ କରିଥିଲେ ।
ନୂଆପଡାରୁ ବିଶ୍ଵନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






