ମୟୂରଭଞ୍ଜ ଛଉନୃତ୍ୟ ଗୁରୁଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

Nov 28, 2025 - 20:40
 0  2
ମୟୂରଭଞ୍ଜ ଛଉନୃତ୍ୟ ଗୁରୁଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

ବାରିପଦା ତା28/11(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ଢୋଲ ବାଦ୍ୟ ଗୁରୁ ବିଘ୍ନରାଜ ଧଡା ଓ ମହୁରୀ ଗୁରୁ ବିରଞ୍ଚି ମହାନ୍ତ ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀ ପୁରସ୍କାରରେ ଭୂଷିତ ହୋଇଛନ୍ତି. ଚଳିତ ୨୦୨୫ ବର୍ଷ ପାଇଁ ଉଭୟଙ୍କୁ ରାଜ୍ୟ ସରକାର ଉକ୍ତ ପୁରସ୍କାର ପ୍ରଦାନ କରିଛନ୍ତି. ସେହିପରି ଯୁବ ତଥା ଉଦୀୟମାନ କଳାକାରଙ୍କୁ ଏକାଡେମୀ ପକ୍ଷରୁ ପ୍ରଦାନ କରାଯାଉଥିବା କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଯୁବ ପୁରସ୍କାର ମଧ୍ୟ ମୟୂରଭଞ୍ଜ ର ୩ ଜଣ ପ୍ରମୁଖ ଛଉ ନୃତ୍ୟ ଶିଳ୍ପୀଙ୍କୁ ପ୍ରଦାନ କରାଯାଇଛି. ୨୦୨୪ ମସିହା ପାଇଁ ଶିବ ଚରଣ ମହାନ୍ତଙ୍କୁ ଏହା ପ୍ରଦାନ କରାଯାଇଥିବା ବେଳେ ୨୦୨୫ ମସିହା ପାଇଁ ସଚିନା ଧଡା ଓ ସୁଶାନ୍ତ ବେହେରାଙ୍କୁ ଉକ୍ତ ପୁରସ୍କାର ମିଳିଛି. ତେବେ ମୟୂରଭଞ୍ଜ ଛଉ ନୃତ୍ୟ ଜଗତରେ ଏକ କାଳୀନ ପାଞ୍ଚ ଜଣଙ୍କୁ ଏକାଡେମୀ ପକ୍ଷରୁ ପ୍ରଥମ ଥର ପାଇଁ ପୁରସ୍କୃତ କରାଯାଇଥିବାର ଜଣା ଯାଇଛି. ଛଉ ନୃତ୍ୟର ସଂରକ୍ଷଣ ତଥା ପୁନରୁଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଗତ ୨୦୧୬ ମସିହାରୁ ଆରମ୍ଭ କରା ଯାଇଥିବା ପ୍ରୋଜେକ୍ଟ ଛାଉଣୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀ ର ଏକ୍ସପର୍ଟ କମିଟି ସଦସ୍ୟା ଶୁଭଶ୍ରୀ ମୁଖାର୍ଜୀ ଏନେଇ ପୁରସ୍କୃତ ବ୍ୟକ୍ତି ବିଶେଷଙ୍କୁ ଅଭିନନ୍ଦନ ଜଣାଇଛନ୍ତି. ମୟୂରଭଞ୍ଜ ଛଉ ଇତିହାସରେ ଏହା ଏକ ବିଶେଷ ଉପଲବ୍ଧି ବୋଲି ସେ କହିଛନ୍ତି. ସେହିପରି ମୟୁରଭଞ୍ଜରେ ଦରବାରରାଜ ର ଅନ୍ତ ପରେ ଛଉ ନୃତ୍ୟ ପ୍ରତି ସବୁ କ୍ଷେତ୍ରରେ ଉଦାସୀନତା ଦେଖିବାକୁ ମିଳୁ ଥିଲା. ଏହି କଳା ସହିତ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ କାଁ ଭାଁ କେବେ କେମିତି ରାଜ୍ୟ ଓ କେନ୍ଦ୍ର ସଙ୍ଗୀତ ଏକାଡେମୀ ପକ୍ଷରୁ ପୁରସ୍କାର ପ୍ରଦାନ କରା ଯାଉଥିବା ବେଳେ ଏକ କାଳୀନ ପାଞ୍ଚ ଜଣ କଳାକାର ଙ୍କୁ ରାଜ୍ୟ ଏକାଡେମୀ ସମ୍ମାନୀତ କରିବା ଆଗାମୀ ପିଢ଼ି ପାଇଁ ପ୍ରେରଣାଦାୟୀ ହେବ ବୋଲି ପ୍ରୋଜେକ୍ଟ ଛାଉଣୀ ର ନିର୍ଦ୍ଦେଶକ ବିଭୁଦତ୍ତ ଦାସ ଆଶାବ୍ୟକ୍ତ କରିଛନ୍ତି.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ