ମୟୁରଭଞ୍ଜ ରେ ବିଜେପିର ବନ୍ଧୁ ମିଳନ ଅଂଶ ଗ୍ରହଣ କଲେ 5000 ରୁ ଅଧିକ କର୍ମୀ ଙ୍କ ସହିତ ମୟୂରଭଞ୍ଜର ସମସ୍ତ ବିଧାୟକ, ସାଂସଦ ଓ ମନ୍ତ୍ରୀ
ବାରିପଦା 31/12/25 ରିଖ ମୟୁରଭଞ୍ଜ ର ଦେଉଳି ନିକଟରେ ଥିବା ଇକ ପାର୍କ ଠାରେ ଏକ ଅଲୌକିକ ପରିବେଶରେ ଭାରତୀୟ ଜନତା ପାର୍ଟି ତରଫରୁ ଏକ ଭଵ୍ୟ ବନ୍ଧୁ ମିଳନ ସମାବେସ ହୋଇଥିଲା। ଏଥିରେ ମୟୁରଭଞ୍ଜ ର ସମସ୍ତ ବିଧାୟକ ବିଧାୟିକା ମନ୍ତ୍ରୀ ଓ ସାଂସଦ ମାନଙ୍କ ସହିତ ସମସ୍ତ ବିଜେପି କର୍ମୀ ମାନଙ୍କର ଏକ ରଙ୍ଗୀନ ପରିବେଶରେ ବନ୍ଧୁ ମିଳନ ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଥିଲା। ପାଖାପାଖି 5000 ରୁ ଅଧିକ କର୍ମୀ ଉକ୍ତ ସ୍ଥାନରେ ପହଂଚି ଥିଲେ। ବାଦ୍ୟ ଓ ନୃତ୍ୟରେ ମଞ୍ଚ ପ୍ରକମ୍ପିତ ହେଉଥିଲା। ବନ୍ଧୁ ମିଳନରେ ଗୁପ ଚୁପ ଠୁ ଆରମ୍ଭ କରି ସମସ୍ତଙ୍କର ଖାଦ୍ୟ ପେୟର ସୁବ୍ୟବସ୍ଥା ହୋଇଥିଲା। ବିଜେପି ର ସମସ୍ତ କର୍ମୀ ଠୁ ଆରମ୍ଭକରି ସମସ୍ତ ନେତା ଉପସ୍ଥିତ ଥିଲେ। ନେତା ମାନେ ଆଜି ସବୁକିଛି ଭୁଲିଯାଇ ଏକ ଭାଇଚାରାର ପ୍ରଦର୍ଶନ କରିଥିଲେ। ସମସ୍ତଙ୍କ ସହ ମିଶି ଖାଦ୍ୟ ସାମଗ୍ରୀର ଉପଭୋଗ କରିଥିଲେ। ବନ୍ଧୁ ମିଳନଟି ନୈଶ୍ବର୍ଗୀକା ମନେ ହେଉଥିଲା। ସମସ୍ତେ ଆନନ୍ଦ ବିଭର ହୋଇ ଉଠିଥିଲେ। ସାରା ମୟୁରଭଞ୍ଜ ରୁ କର୍ମୀ ମାନେ ଏକତ୍ରିତ ହୋଇଥିଲେ। ଏହିଭଳି ଅତ୍ମୀୟତା ବୋଧ ବିଜେପି ଦଳ ର ଥିବାରୁ ଆଜି ସେ ଭାରତରେ ରାଜ କରି ପାରୁଛି। ବିଜେପି ଦଳର କର୍ମୀ ମାନଙ୍କ ପ୍ରତି ବନ୍ଧୁତା ମନ ଭାବ ଆଜି ସମସ୍ତଙ୍କଠୁ ଉର୍ଦ୍ଧରେ ରଖିଛି। ଏହାକୁ ଦେଖି ଅନୁମିତ ହେଲା ଯେ ବିଜେପି ସମସ୍ତ ଦଳ ମାନଙ୍କ ଉର୍ଦ୍ଧରେ ରହି ନିଜର କର୍ମୀ ମାନଙ୍କୁ କେତେ ସମ୍ମାନ ଦେଇଥାଏ। ବାଙ୍ଗି ପୋଷି ବିଧାୟିକା ସଞ୍ଜଳି ମୁର୍ମୁ, ତାଙ୍କ ସ୍ବନ୍ପ ଭାଷାଣରେ କର୍ମି ଙ୍କର ବୃଦୟକୁ ଜୟ କରିଥିଲେ। ବେତନଟି ବିଧାୟକ ମାନ୍ୟବର ସୁନାତନ ବିଜୁଳି ଭାଇଙ୍କର ସୁନ୍ଦର ସାହିତ୍ୟିକ ଛନ୍ଦ କହି ବନ୍ଧୁମିଳନର ଯତାର୍ଥତା ଉଲ୍ଲେଖ କରି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ସେହିପରି ମାନ୍ୟବର ମନ୍ତ୍ରୀ ଡଃ କଷ୍ଣ ମହାପାତ୍ର ତାଙ୍କର ଉପସ୍ତିତି ଓ ସ୍ଵାଗତ ଭାଷଣ କର୍ମିଙ୍କୁ ଏକତାର ସୌଦ୍ଧ ନିର୍ମାଣ କରିବାରେଏକ ମାର୍ଗଦର୍ଶିକ ଥିଲା, କୃଷ୍ଣଙ୍କ ବିନା ଗପପୁର ଯେପରି ଅଧୁରା ଓ ଖାଁ ଖାଁ ଲାଗେ, ଠିକ ସେହିପରି ମୟୂରଭଞ୍ଜର ଯେକୌଣସି ସଭାସ୍ଥଳି ମାନ୍ୟବର ମନ୍ତ୍ରୀ ଡଃ କୃଷ୍ଣ ମହାପାତ୍ରଙ୍କ ବିନା ଫାଙ୍କା ଫାଙ୍କା ଲାଗେ, ଆଉ ତାଙ୍କ ଉପସ୍ଥିତିରେ ସଭାସ୍ଥଳି ସତରେ ଗପ ପୁର ପାଲଟି ଯାଏ ଏବଂ କୃଷ୍ଣଭକ୍ତିରେ ସମସ୍ତେ ଆକୃଷ୍ଟିତ ହୋଇ ସଭା ଜମିଥାଏ । ଆଜି ବିଜେପି ନେତାଙ୍କ ଦେଶଭକ୍ତି ଓ ବନ୍ଧୁତର ପ୍ରକୃତ ସଂଜ୍ଞl କଣ ତାହା ଏହି ବନ୍ଧୁମିଳନରେ ପରିଲକ୍ଷିତ ହେ।ଇଥିଲା., ବିଜେପି ମିଡ଼ିଆ କଡ଼ିନେଟର ଦିନେଶ ଦାସ ଓ ଯୁବ ପ୍ରତିଭାବାନ ହୃଦୟ ସ୍ପର୍ଶୀ ନେତା ଯିଏକି ପ୍ରତ୍ୟେକଙ୍କର ଯୁବକଙ୍କର ହୃଦୟର ସ୍ପନ୍ଦନ ତଥା ରକ୍ତ ଦାତା ସମାଜସେବି ସମ୍ୟରଞ୍ଜନ ମିଶ୍ର ଉପସ୍ଥିତ ରହି ସୁନ୍ଦର ଭାବରେ ଅତିଥିଙ୍କୁ ସତ୍କାର କରିପାଛୋଟି ନେଇ ଥିଲେ। ଏହିପରିବେଶରେ ଏକ ମାଧୁର୍ଯ୍ୟତାର ସୌଧ୍ୟ ଗଢିଉଠିଥିଲା। ବାରିପଦାରୁ -ଗୌର ଦାସ ଗିରି
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0