।। ମୁନିଗୁଡାରେ ମାନ୍ୟବର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ କରକମଳରେ ଉଦ୍ଘାଟନ ହେଲା ସିଭିଲଜଜ୍ କୋର୍ଟ ।।

Dec 24, 2023 - 13:56
 0  13
।। ମୁନିଗୁଡାରେ ମାନ୍ୟବର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ କରକମଳରେ ଉଦ୍ଘାଟନ ହେଲା ସିଭିଲଜଜ୍ କୋର୍ଟ ।।

ମୁନିଗୁଡା - ନ୍ୟିୟୁଜ୍:23.12.023 ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ସଦରମହକୁମାରେ ଏକ କୋର୍ଟ ସ୍ଥାପନା ପାଇଁ ଦୀର୍ଘଦିନ ହେଵ ଅଞ୍ଚଳ ବାସୀ ଦାଵୀ କରିଆସୁଥିଲେ । ହେଲେ ସରକାର ଲୋକମାନଙ୍କର ଦାଵୀ ପୁରଣ କରିବା ସହ ସେମାନଙ୍କ ସୁଵିଧା ପାଇଁ ମୁନିଗୁଡା ତହସିଲ କାର୍ଯ୍ୟାଳୟ ପରିସରରେ ଥିବା ବିଲ୍ଡଂରେ ଆଜି ଓଡିଶା ହାଇକୋର୍ଟର ମାନ୍ୟଵର ମୁଖ୍ୟ ଜଷ୍ଟିସ୍ ଡକ୍ଟର ଵିଦ୍ଵ୍ୟତ ରଞ୍ଜନ ଶଢଙ୍ଗିଙ୍କ କର କମଳରେ ସିଭିଲଜଜ୍ (ଜୁନୀୟର ଡିଭିଜନ) ତଥା ଜେ ଏମ୍ ଏଫ୍ ସି କୋର୍ଟ ଉଦଘାଟିତ ହୋଇଯାଇଛି। ଏହି ଉଦ୍ଘାଟନୀ ଉତ୍ସବରେ ସମ୍ମାନିତ ଅତିଥିଭାବେ ଓଡିଶା ହାଇକୋର୍ଟ ଵିଚାରପତି ତଥା ରାୟଗଡା ଜିଲ୍ଲା କୋର୍ଟର ଆଡମିନିଷ୍ଟ୍ରେଟିଭ୍ ଜଜ୍ ମାନ୍ୟଵର ବିରଜା ପ୍ରଶନ୍ନ ଶତପଥି ଏଵଂ ମୁନିଗୁଡା ନୂତନ କୋର୍ଟର ଜର୍ଜ ଶ୍ରୀଯୁକ୍ତ ଅଭିନନ୍ଦନ ରାୟ ,ଉପସ୍ଥିତ ରହି ନଡିଆଭାଙ୍ଗି କୋର୍ଟ ମଧ୍ୟକୁ ପ୍ରବେଶ କରିଥିଲେ।ନୂତନ କୋର୍ଟରେ ମାନ୍ୟଵର ହାଇକୋର୍ଟର ମୁଖ୍ୟ ଜଷ୍ଟିସ୍ ଙ୍କ ଉପସ୍ଥିତିରେ ଜଜ୍ ଶ୍ରୀଯୁକ୍ତ ଅଭିନନ୍ଦନ ରାୟ j.m.f.c muniguda ପ୍ରଥମ ଦିନରେ ପ୍ରଥମ କେଶ ଦ୍ଵୟର ସାକ୍ଷୀ ଟ୍ରାୟଲ କରାଯାଇଥିଲା, ଵିଷମକଟକ ଓକିଲ ଶ୍ରୀ ସନ୍ତୋଷ କୁମାର ପଣ୍ଡା.କୁଳନାଥ ପାଢୀ ,ଓ ରାମ ଚନ୍ଦ୍ର ମିଣିଆକା ଜେରା କରିଥିଲେ। ଏହି ଉଦ୍ଘାଟନୀ ଉତ୍ସବରେ ଗୁଣୁପୁରୁ ବାର ଆସୋସିଏସନର କର୍ମକର୍ତା ଉପସ୍ଥିତ ଥିବାବେଳେ ସଭାପତି ବରିଷ୍ଟ ଆଇନଜୀବୀ ଶ୍ରୀ ବ୍ରହ୍ମାନନ୍ଦ ପଟ୍ଟନାୟକ ଯୋଗ ଦେଇଥିଲେ। ଵିଷମକଟକର ଓକିଲ ସଂଘର କର୍ମକର୍ତ୍ତାମାନେ ଓ କାଶୀପୁର ଓକିଲ ସଙ୍ଘ , କୋଲ୍ ନୋରା, ଓକିଲ ସଙ୍ଘ ତରଫରୁ ସମସ୍ତ ପ୍ରକାର ଆୟୋଜନ କରିଥିବା ଵେଳେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ମନ୍ମଥ ରାଓ ,କୃଷ୍ଣଚନ୍ଦ୍ର ସାହୁ, ମୁନିଗୁଡ଼ା ବାର୍ ଆସୋସିଏସନ୍ ସଭାପତି ବୃନ୍ଦାବନ ଗୌଡ, ସେକ୍ରେଟାରୀ ମନୋଜ୍ ଚୈଉଧୂରୀ,ଶ୍ରୀ ଉପସଭାପତି କେସବସାହୁ, କୋଷାଧ୍ୟକ୍ଷ ଶ୍ରୀ ଭାସ୍କର ନିସଙ୍କ, ଅମିତ କୁମାର ଗୈଡ,ଭାଗୀରଥି ନାଗ,ଚନ୍ଦ୍ରମଣି ପଟ୍ଟନାୟକ , ପ୍ରଦୀପ କୁମାର ପାଢୀ,ଦିଲ୍ଲୀପ କୁମାର ମହାରଣା, ସନ୍ତୋଷ କୁମାର ପଣ୍ଡା,ଉପସ୍ଥିତଥିଲେ।ସେହିପରି ଯୁବ ଆଇନଜୀବି ସର୍ବଶ୍ରୀ ଅମୂଲ୍ୟ ଗୌଡ, ତିରୁମଲା ରାଓ, ପିଣ୍ଟୁ ରଥ, କୁନା ରଥ, ମନୋଜ ଚୌଧୁରୀ, ଶାରଦା ପ୍ରସାଦ ,ମାନସ ରଂଜନ ବେହେରା, ସୁଧିର ଚିଚୁଆନ,ସମେତ ଵହୁ ଆଇନଜୀବୀ ଓ ମାନ୍ୟଗଣ୍ୟ ଲୋକ ଉପସ୍ଥିତ ରହିଥିବା ବେଳେ ଓଡିଶା ମୁଖ୍ୟ ବିଚାରପତି ଙ୍କୁ।ରାୟଗଡ଼ା ଜିଲ୍ଲା କୋର୍ଟ ଜର୍ଜଙ୍କ, ସହିତ ମୁନିଗୁଡ଼ା କୋର୍ଟ ର ନୂତନ ଜର୍ଜ ଙ୍କୁ , ସମସ୍ତ ଓକିଲ ସଙ୍ଘର କର୍ମ କର୍ତ୍ତା ,ଓ ଉପସ୍ଥିତ ଜନସାଧାରଣ ମାନେ ମୁନିଗୁଡ଼ା ମେନ୍ ରୋଡ ଠାରୁ ଫୁଳ ମାଳ ଦେବାସହ ଘୁମୁରା ନାଚ ବାଦ୍ୟ ସହ ସ୍ଵାଗତ କରି ମୁଖ୍ୟ ଅତିଥି ମାନଙ୍କୁ ପାଛୋଟି ନେଇଥିଲେ। ଏହା ପୂର୍ବରୁ ଲୋକମାନେ ବିଭିନ୍ନ କେଶରେ ଵିଷମକଟକ କୋର୍ଟକୁ ଦୌଡୁଥିଲେ, ଏଵେ ମୁନିଗୁଡାରେ କୋର୍ଟ ସ୍ଥାପନା ହେଵାରୁ ଅଞ୍ଚଳ ବାସୀ ଲୋକଙ୍କମନରେ ଆନନ୍ଦର ଲହରୀ ଖେଳିଯାଇ ଶେଷରେ ମୁନିଗୁଡ଼ା ବାସିନ୍ଦା ସରକାରଙ୍କୁ ଧନ୍ୟଵାଦ ଜଣାଇଛନ୍ତି।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ