।। ମୁନିଗୁଡ଼ାରେ ୨୬ ତମ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଚଳଚଞ୍ଚଳ ।।

Oct 12, 2024 - 19:53
 0  273
।। ମୁନିଗୁଡ଼ାରେ ୨୬ ତମ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ  ଚଳଚଞ୍ଚଳ ।।

ମୁନିଗୁଡ଼ା, ତା ୧୨/୧୦ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣ ଠାରେ ମାଁ ଦୁର୍ଗତି ନାଶିନୀ ଦୁର୍ଗା ଙ୍କ ପୂଜା ଧୁମ୍ ଧାମରେ ଅନୁଷ୍ଠିତ ହୋଇଯାଇଛି ।ଶାରଦୀୟ ଦୁର୍ଗାପୂଜା ଅବସରରେ ଦୁର୍ଗା ପୂଜା କମିଟି ଦ୍ବାରା ପ୍ରତ୍ୟେକ ଦିନ ଶହ ଶହ ଶ୍ରଦ୍ଧାଳୁ ଭକ୍ତମାନେ ମାଁ ଙ୍କ ନିକଟକୁ ଆସି ଧୂପ ଦୀପ ପ୍ରଜ୍ବଳନ କରି ଅର୍ଘ୍ୟ ପୂଜା ଅର୍ଚ୍ଚନା କରି ଆଶୀର୍ବାଦ ନେଉଥିବା ନେଇ ଦେଖିବାକୁ ମିଳିଛି। ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଭକ୍ତଙ୍କ ଶ୍ରଦ୍ଧାଳୁ ମାନଙ୍କ ପାଇଁ ମୋନରଞ୍ଜନ ନିମନ୍ତେ ସାଂସ୍କୃତିକ ଲୋକ ନୃତ୍ୟ ଓ ସମ୍ବଲପୁରୀ ନୃତ୍ୟ ଓ ସଙ୍ଗୀତ ଵୋଗି ଵୋଗି ଡେନ୍ସ୍ କମ୍ପ୍ଟିଟିସନ କରାଯାଇଥିବା ବେଳେ ଅଞ୍ଚଳର ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ ଏହି ଵୋଗି ଵୋଗି କାର୍ଯ୍ୟକ୍ରମରେ ଭାଗ ନେଇଥିବା ଜଣାପଡିଛି । ମୁନିଗୁଡ଼ା ଦୂର୍ଗାପୂଜା କମିଟି ସଭାପତି ହାଡିଆ ଗୈଡ, କୋଷାଧ୍ୟକ୍ଷ ଜଗବନ୍ଧୁ ପଣ୍ଡା, ସଂମ୍ପାଦକ ବାଳକୃଷ୍ଣ ପଟ୍ଟନାୟକ, ସହ ସମ୍ପାଦକ ନିକୁଞ୍ଜ ଶତପଥୀ, ଭୁବନ ମହାପାତ୍ର ଓ ଦୁର୍ଗା ପୂଜା କମିଟି ସହଯୋଗ ରେ ୨୬ ତମ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ କାର୍ଯ୍ୟ କ୍ରମ କୁ ସୁରୁଖୁରୁରେ ପରିଚାଳନା କରୁଥିବା ଜଣାପଡିଛି। ପୋଲିସ ପ୍ରଶାସନ ତରଫରୁ ମନୋରଞ୍ଜନ ବିଶାଳ ଏସ ଆଇ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ବେଳେ ଅନ୍ଯ ପୋଲିସ କର୍ମଚାରୀ ମାନେ ଟ୍ରାଫିକ ନିୟନ୍ତ୍ରଣ କରିବାରେ ସହଯୋଗ କରିଥିଲେ ଓ ଶେଷରେ ଉତ୍ତମ ଦାଷ ମଞ୍ଚପରିଚାଳନା କରିଥିଲେ।

ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ