।। ମିଶନ ଶକ୍ତି ଭବନ;ପୋୖରପରିଷଦ ସଭାଗୃହ ଉଦଘାଟିତ ।।

Mar 3, 2024 - 17:19
 0  71
।।  ମିଶନ ଶକ୍ତି ଭବନ;ପୋୖରପରିଷଦ ସଭାଗୃହ ଉଦଘାଟିତ ।।

କୋରାପୁଟ ଜିଲ୍ଲା ସୁନାବେଡ଼ା ପୌର ପରିଷଦ ମିଶନ ଶକ୍ତି ,ପୋୖରପରିଷଦ ସଭା ଗୃହ ନିର୍ମାଣ କାର୍ଯ୍ୟ ଉଦଘାଟିତ ସଭାଗୃହରେ ଶୁକ୍ରବାର ପୂର୍ବାହ୍ନରେ ମିଶନଶକ୍ତି ସଭାଗୃହ ନବୀନ ପଟ୍ଟନାୟକଙ୍କ କରକମଲରେ ମିଶନ ଶକ୍ତି ଭବନ ଏବଂ ସଭାଗୃହ ଶୁଭ ଉଦଘାଟନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ରଘୁରାମ ପଡାଲ, ସାଂସଦ ପ୍ରତିନିଧି କୋରାପୁଟ ମହେଶ ସେଠୀ, ଜିଲ୍ଲା ସରାଞ୍ଚଳ ପ୍ରକଳ୍ପ ନିର୍ଦ୍ଦେଶକ କୋରାପୁଟ ଦେବୀ ପ୍ରସାଦ ତାଲି, ସୁନାବେଡ଼ା ନଗରପାଳ ଡ଼ ରାଜେନ୍ଦ୍ର କୁମାର ପାତ୍ର,ଉପ ନଗରପାଳ ଋତୁ କଣ୍ଟା,କାର୍ଯ୍ୟ ନିର୍ବାହୀ ଅଧିକାରୀ ନାୟରଣ ନାୟକ,ପ୍ରଶାନ୍ତ କୁମାର ପାତ୍ର ପୌର ଯନ୍ତ୍ରୀ,ମନୋଜ କୁମାର ପାତ୍ର ସହକାରୀ ଯନ୍ତ୍ରୀ,ଅରୁଣ କୁମାର ନାୟକ କନିଷ୍ଠ ଯନ୍ତ୍ରୀ,ମିଶନ ଶକ୍ତି ଓ ବିଭିନ୍ନ ବିଭାଗର ସହଭାଗିତା ରେ ମହିଳା ଗୋଷ୍ଠୀ ମାନଙ୍କ ଦ୍ବାରା କରାଯାଉଥିବା ବିଭିନ୍ନ ଜୀବିକା ସମ୍ବର୍ଦ୍ଧୀୟ କାର୍ଯ୍ୟକ୍ରମର ଅନୁଶୀଳନ କରାଯିବା ସହିତ ସଚେତନତା ଉପରେ ଆଲୋଚନା କରାଯାଇଥିଲା । ମିଶନ ଶକ୍ତି ଭବନ ୫୦ ଲକ୍ଷ ପୌର ପରିଷଦ ସଭାଗୃହ ୯୨ ଲକ୍ଷ ପ୍ରଦାନ କରିବା ଏବଂ ମିଶନ ଶକ୍ତି ଏକ ଯୋଜନାରୁ ଏକ ବିଭାଗରେ ପରିଣତ ହେବା କଥା ମଧ୍ୟ ପ୍ରକାଶ କରିଥିଲେ। ମହିଳା ମାଆ ମାନେ ଆଗକୁ କିପରି ଭଲ କାମ କରି ନିଜ ବ୍ଳକ ତଥା ଜିଲ୍ଲାର ଗରିମା ବୃଦ୍ଧି କରିବା ଦିଗରେ ଅନେକ ଉପଦେଶ ପ୍ରଦାନ କରିଥିଲେ। ପ୍ରଥମେ ମିଶନ ଶକ୍ତି ମହିଳା ମାନଙ୍କ ପକ୍ଷରୁ ବ୍ଳକ ସଭାଗୃହ ଠାରେ ସ୍ବାଗତ କରାଯାଇଥିଲା । ସଭା କାର୍ଯ୍ୟ ପରେ ନୂତନ ଭାବେ ନିର୍ମାଣ ହୋଇଥିବା ମିଶନ ଶକ୍ତି କାର୍ଯ୍ୟାଳୟରକୁ ପରିଦର୍ଶନ କରିଥିଲେ । ପୌର ପରିଷଦ ପକ୍ଷରୁ ଫୁଳତୋଡା ଦେଇ ବିପୁଳ ଭାବେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସଭା କାର୍ଯ୍ୟରେ ଓ ମିଶନ ଶକ୍ତି ମହିଳା କାଉନସିଲର ସଦସ୍ୟ ମାନେ ଉପସ୍ଥିତ ଥିଲେ।

କୋରାପୁଟ ରୁ ରୂପ ଖୋରାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ