।। ମାଳିପର୍ବତ ସଙ୍ଘ ତରପରୁ ସାମ୍ବାଦିକ ସମ୍ମିଳନୀ ।।

Dec 9, 2023 - 18:22
 0  61
।। ମାଳିପର୍ବତ ସଙ୍ଘ ତରପରୁ ସାମ୍ବାଦିକ ସମ୍ମିଳନୀ ।।

ଆଜି ମାଳିପର୍ବତ ସୁରକ୍ଷା ସମିତି ତରପରୁ ସେମିଳିଗୁଡା ମିନି ଷ୍ଟାଡିୟମ ଠାରେ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା l କମ୍ପାନୀ ବର୍ଷା ଋତୁରେ ଗଛ ନଲଗାଇ ଶୀତ ଋତୁରେ ଆସି ମାଳିପର୍ବତ ଉପରେ ଗଛ ଲଗାଇବା ଏବଂ ଅଞ୍ଚଳର ଉନ୍ନତି ମୂଳକ କାମ କଲି ବୋଲି ସରକାର ଏବଂ ଅଞ୍ଚଳବାସୀଙ୍କ ଆଗରେ ବାହାବା ନେବା ଏହା ଏକ କମ୍ପାନୀର ମିତ୍ୟା ପ୍ରତିଶୃତି l ଏହାକୁ ଆମେ ଘୋର ନିନ୍ଦା କରୁଅଛୁ l ଏବଂ ସେଆଡେ଼ ଗତ କାଲି କଳାହାଣ୍ଡି ଜିଲ୍ଲାର ସିଜିମାଳୀର ଗ୍ରାମସଭାକୁ ପୋଲିସ ବନ୍ଧୁକ ମୁନରେ ଭୟ ଦେଖାଇ ଜର ଜବରଦସ୍ତ ଗ୍ରାମସଭା ଅନୁମଦନ କରିଥିବାକୁ ନେଇ ମାଳିପର୍ବତ ଘୋର ବିରୋଧ କରି ନିନ୍ଦା କରୁଛୁ ବୋଲି କୁହାଯାଇଥିଲା l ସରକାର ଏହାର ତଦନ୍ତ କରି ଉଚ୍ଚିତ ପଦକ୍ଷପ ନନେଲେ ଆଗାମୀ ଦିନରେ ଜରଜାର ଆନ୍ଧଳନ କରାଯିବ ବୋଲି କୁହାଯାଇଥିଲା l ଏହି ସମ୍ମିଳନୀରେ ମାଳିପର୍ବତର ସଭାପତି ଶ୍ରୀ ବିଜୟ ଖିଲ, ପୂର୍ବତନ ସରପଞ୍ଚ ତଥା ମାଳିପର୍ବତର ଉପଦେଷ୍ଟା ଶ୍ରୀ ଦାସୀ ନନ୍ଦିବାଲି, ଦଳେଇଗୁଡ଼ା ସରପଞ୍ଚ ପ୍ରତିନିଧି ଶ୍ରୀ ମାଙ୍ଗୁଡ଼ୁ ଜାନୀଙ୍କ ସହିତ ମାଳିପର୍ବତର କର୍ମକର୍ତା ଉପସ୍ଥିତ ରହିଥିଲେ l

 ସେମିଲିଗୁଡ଼ା ଠାରୁ, ଦେବେନ୍ଦ୍ର ଖିଲ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ